- Home
- »
- ସ୍ପେଶାଲ୍ ରିପୋର୍ଟ
- »
- ପତ୍ନୀଙ୍କ ଜୀବନ ରକ୍ଷା ପାଇଁ, ୪କିମି ବାଟ କାନ୍ଧରେ ବୋହିଲେ ୭୦ ବର୍ଷୀୟ ବୃଦ୍ଧ
ପତ୍ନୀଙ୍କ ଜୀବନ ରକ୍ଷା ପାଇଁ, ୪କିମି ବାଟ କାନ୍ଧରେ ବୋହିଲେ ୭୦ ବର୍ଷୀୟ ବୃଦ୍ଧ

SHARE NOW :
ମୁମ୍ବାଇ, ୧୦.୯ (ଲାଇଭ୍ ଓଡିଶା ନ୍ୟୁଜ୍): ସମାଜ ଯେତେ ଆଗକୁ ଗଲେ ମଧ୍ୟ ଲୋକ ମାନଙ୍କର ଆବଶ୍ୟକତା ପୁରଣ କରିବାରେ ସେତିକି ପଛରେ ରହିଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହାର ପ୍ରଭାବ ଅଧିକ ଥିବା ଦେଖିବାକୁ ମିଳୁଥିବା ବେଳେ କେଉଁ ଅଚଂଳକୁ ଆମ୍ବୁଲାନ୍ସ ଯାଇପାରୁନି ତ ଆଉ କେଉଁ ଅଚଂଳକୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ୁଛି ।ଯାହାଫଳରେ ଗୋଟିଏ ସାଧାରଣ ଲୋକର ଅକାଳରେ ବିୟୋଗ ଘଟୁଛି ।
ସେମିତି ଆଉ ଏକ ଚିତ୍ର ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲାର ଚାନ୍ଦସାଇଲି ଘାଟ ଗାଁରେ । ଜଣେ ୭୦ ବର୍ଷୀୟ ବୃଦ୍ଧ ନିଜ ରୋଗୀଣା ପତ୍ନୀଙ୍କ ଜୀବନ ରକ୍ଷା କରିବାକୁ ଦୀର୍ଘ ୪ କିମି ବାଟ କାନ୍ଧରେ ବୋହି ହସ୍ପିଟାଲକୁ ଆଣିଥିଲେ ମଧ୍ୟ ତାଙ୍କର ଜୀବନ ବଞ୍ଚାଇବା ସମ୍ଭବ ହେଲା ନାହିଁ ।
ଗାଁ ରାସ୍ତା ବର୍ଷା ଓ ଭୂସ୍ଖଳନ ଯୋଗୁ ଧୋଇ ଯାଇଥିବାରୁ ଆମ୍ବୁଲାନ୍ସ କିମ୍ବା କୌଣସି ଗାଡ଼ି ଗାଁକୁ ଆସିବା ସମ୍ଭବପର ହୋଇ ନଥିଲା ତେଣୁ ସେ କୌଣସି ପ୍ରକାର ବିଳମ୍ବ ନକରି କାନ୍ଧରେ ବୁହାଇ ତାଙ୍କୁ ହଷ୍ପିଟାଲରେ ପହଞ୍ଚାଇଥିଲେ । ସବୁ ବିପଦରେ ହାତ ଧରିବାକୁ କଥା ଦେଇଥିଲେ ପତ୍ନୀଙ୍କୁ କାନ୍ଧରେ ବୋହି ହସ୍ପିଟାଲରେ ପହଞ୍ଚି ଥିଲେ ମଧ୍ୟ ଛାଡ଼ି ଚାଲିଗଲେ ପତ୍ନୀ । ପ୍ରବଳ ଜ୍ୱର ଏବଂ ଚିକିତ୍ସାରେ ବିଳମ୍ବ କାରଣରୁ ତାଙ୍କୁ ବଚାଂଇ ପାରିଲେନି ଡାକ୍ତର । ଏହି ହୃଦୟ ବିଦାରକ ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।