FOLLOW US ON SOCIAL

  1. Home
  2. »
  3. ସ୍ପେଶାଲ୍ ରିପୋର୍ଟ
  4. »
  5. ବିବାହ କଲେ ମିଳିବ ୬୫କୋଟି, ଜାଣନ୍ତୁ ଏହାର ରହସ୍ୟ

ବିବାହ କଲେ ମିଳିବ ୬୫କୋଟି, ଜାଣନ୍ତୁ ଏହାର ରହସ୍ୟ

ବିବାହ କଲେ ମିଳିବ ୬୫କୋଟି, ଜାଣନ୍ତୁ ଏହାର ରହସ୍ୟ
SHARE NOW :

ଭୁବନେଶ୍ୱର(ଲାଇଭଓଡିଶା ନ୍ୟୁଜ): କଥାରେ ଅଛି ବିବାହ ଏକ ପବିତ୍ର ବନ୍ଧନ । ଦୁନିଆର ପ୍ରତ୍ୟେକ ବ୍ୟକ୍ତି ନିଜ ମନ ମୁତାବକ ବା ନିଜ ପସନ୍ଦର ବ୍ୟକ୍ତିଙ୍କ ସହ ବିବାହ କରିବାକୁ ଚାହିଁଥାନ୍ତିା ଆଜି ଆମେ ଏପରି ଏକ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କୁ ବିବାହ କଲେ ମିଳିବ ୬୫କୋଟି ଟଙ୍କା ।

ସେ ଜଣେ କୈାଣସି ସାଧାରଣ ମହିଳା ନୁହନ୍ତି, ସେ ହେଉଛନ୍ତି ରୁଷ୍ ର ଜଣେ ପ୍ରତିଷ୍ଠିତ ମଡେଲ ଏବଂ ତା ସହିତ ୬୫କୋଟି ଟଙ୍କାର ମାଲିକାଣୀ ମଧ୍ୟ ଅଟନ୍ତିା ମହିଳା ଜଣଙ୍କର ନାଁ ହେଉଛି ଏନା । ଏନା ନିଜ ପସନ୍ଦର ପୁଅକୁ ବିବାହ କରିବାକୁ ଚାହାନ୍ତି ଯେଉଁଥିପାଇଁ ସେ କେତେଗୋଟି ସର୍ତ୍ତ ରଖିଛନ୍ତିା ଏହାବ୍ୟତୀତ ସେ ଆହୁରି ଜଣେଇଛନ୍ତି ଯେ ଯିଏ ଏହି ସର୍ତ୍ତ ସବୁକୁ ମାନି ତାଙ୍କୁ ବିବାହ କରିବା ପାଇଁ ଆଗେଇ ଆସିବ ସେ ତାଙ୍କୁ ତାଙ୍କର ସବୁ ସମ୍ପତ୍ତି ଦେଇଦେବେ । ସେ ଆହୁରି କହିଛନ୍ତି ଯେ ପୁଅ ଜଣଙ୍କ ଭାରତୀୟ ହେବା ନିହାତି ଜରୁରୀ ,କାରଣ ଏନାଙ୍କ କହିବା ଅନୁଯାୟୀ ଭାରତୀୟମାନେ ସ୍ୱଭାବରେ ବହୁତ ଭଲ ଏବଂ ବିଶ୍ୱାସୀ ମଧ୍ୟ ହୋଇଥାନ୍ତି । ତାଙ୍କ ମତରେ ଭାରତୀୟ ପୁଅମାନେ କେବେ ହେଲେ ଧୋକା ଦିଅନ୍ତି ନାହିଁ । ଭାରତରେ ବିବାହକୁ ଏକ ପବିତ୍ର ବନ୍ଧନ କୁହାଯାଉଥିବା ବେଳେ ବିବାହ ଦମ୍ପତ୍ତି ମାନେ ସାତ ଜନ୍ମ ପାଇଁ ସାଥୀ ହୋଇ ରହିବାକୁ ସଂକଳ୍ପ ନେଇଥାନ୍ତି କିନ୍ତୁ ବିଦେଶରେ ଏହା ଅନ୍ୟଙ୍କ ଦରକାରିତା ବୋଲି ମନେହୁଏ । ଯଦି ଦରକାରିତା ପୁରା ନହୁଏ ତେବେ ସ୍ୱାମୀ,ସ୍ତ୍ରୀ ଅଲଗା ହୋଇ ଯାଆନ୍ତି ଯାହାକି ଏନା କେବେହେଲେ ଚାହାଁନ୍ତି ନାହିଁ । ସେଥିପାଇଁ ସେ ଜଣେ ଭାରତୀୟଙ୍କୁ ବିବାହ କରିବାକୁ ମନସ୍ଥ କରିଛନ୍ତିା ଭାରତୀୟ ମାନଙ୍କ ବିଶ୍ୱାସପଣିଆ ସାରା ବିଶ୍ୱରେ ପରିଚିତ । ତେଣୁ ଅନେକ ଦେଶର ଝିଅମାନେ ଭାରତୀୟ ପୁଅମାନଙ୍କୁ ହିଁ ବିବାହ କରିବାକୁ ପସନ୍ଦ କରନ୍ତି । ମଡେଲ ଏନା ତାଙ୍କର ସବୁ ସମ୍ପତ୍ତି ସେହି ପୁଅକୁ ଦେବାକୁ ଚାହାଁନ୍ତି ଯାହାକୁ ସେ ବିବାହ କରିବେ । ଏନାଙ୍କର ଏହି ଘୋଷଣା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଘଟଣା ପରେ ବହୁ ଭାରତୀୟ ପୁଅମାନଙ୍କ ଲାଇନ୍ ଲାଗିବାର ସମ୍ଭାବନା ଅଛି । ତେବେ ଆଗକୁ ଦେଖିବାର ଅଛି ଯେ ରୁଷ୍‌ର ପ୍ରତିଷ୍ଠିତ ମଡେଲ ଏନାଙ୍କ ମନକୁ କେଉଁ ଭାରତୀୟ ପୁଅ ଜିତିପାରୁଛନ୍ତି ।

Leave a Reply

Your email address will not be published. Required fields are marked *

Related Posts