FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଭଗବାନଙ୍କ ବିଚିତ୍ର ଲୀଳା ! ପୁଅ ଦେଲେ କାନ ରଖି ଦେଲେ

ଭଗବାନଙ୍କ ବିଚିତ୍ର ଲୀଳା ! ପୁଅ ଦେଲେ କାନ ରଖି ଦେଲେ

ଭଗବାନଙ୍କ ବିଚିତ୍ର ଲୀଳା ! ପୁଅ ଦେଲେ କାନ ରଖି ଦେଲେ
SHARE NOW :

ଦୁଇ ଝିଅଙ୍କ ପରେ ପୁଅ ଜନ୍ମ ହୋଇଥିବାରୁ ପରିବାର ଓ ବନ୍ଧୁବାନ୍ଧବଙ୍କ ଖୁସି କହିଲେ ନସରେ। ହେଲେ ସତେ ଯେମିତି, ସେମାନଙ୍କ ଖୁସିରେ କିଏ ନଜର ଲଗାଇ ଦେଲା। ଜନ୍ମ ହୋଇଥିବା ଶିଶୁପୁତ୍ରର କାନ ନାହିଁ। ଯାହାକୁ ଦେଖି ଏବେ ଚିନ୍ତାରେ ପରିବାର ଲୋକେ। କୋରାପୁଟ ଜିଲ୍ଲା ଜୟପୁର ଉମୁରୀରେ ଏଭଳି କିଛି ଘଟଣା ଘଟିଛି।

ମାସକ ପୂର୍ବେ ଉମୁରୀ ତଳ ପରଜା ସାହିର ରାମଚନ୍ଦ୍ର ମଙ୍ଗରିଆଙ୍କ ପତ୍ନୀ କମଳା ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ଘରକୁ ଶିଶୁପୁତ୍ର ଆସି ଥିବାରୁ ପରିବାର ଲୋକ ଯେତିକି ଖୁସି ନାହାନ୍ତି ଶିଶୁଟିର ଶାରୀରିକ ଗଠନ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। କାରଣ ଜନ୍ମରୁ ଶିଶୁ ପୁତ୍ରର ଦୁଇ ପଟେ କାନ ନାହିଁ। ଶିଶୁଟିର ଏଭଳି ଅବସ୍ଥା ଦେଖି ଶିଶୁଟିକୁ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ଣଣ ନାୟକ ମେଡିକାଲ୍‌ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ଅଧିକ ଚିକିତ୍ସା ପାଇଁ ଶିଶୁଟିକୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ହେଲେ ଅର୍ଥାଭାବରୁ ପରିବାର ଲୋକ ଆଉ ମେଡିକାଲ୍‌ ନେଇ ପାରିଲେ ନାହିଁ। ବର୍ତ୍ତମାନ ଶିଶୁଟି ଘରେ ରହିଛି।

ରାମଚନ୍ଦ୍ରଙ୍କ ପରିବାର କହିଲେ ଦୁଇଟି ଛୋଟ ଛୋଟ ଝିଅ ଓ ସ୍ତ୍ରୀ। ରାମଚନ୍ଦ୍ର ଦିନ ମଜୁରିଆ ଭାବେ କାମ କରନ୍ତି ଓ ସେଇ ସ୍ୱଳ୍ପ ଆୟରେ ପରିବାର ପ୍ରତିପୋଷଣ କରନ୍ତି। ହେଲେ ଏବେ ଶିଶୁପୁତ୍ରର ଏଭଳି ସମସ୍ୟାକୁ ନେଇ ପରିବାର ଲୋକଙ୍କୁ ଚିନ୍ତା ଘାରିଛି। ଅଧିକ ଚିକିତ୍ସା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ ମଧ୍ୟ ପରିବାରର ଆର୍ଥିକ ଅବସ୍ଥା ସେମାନଙ୍କୁ ଅସହାୟ କରିଦେଇଛି। ଅସ୍ତ୍ରୋପଚାର ମାଧ୍ୟମରେ ସମସ୍ୟା ସମାଧାନ ହୋଇପାରିବ। ଯଦି ସହାୟତା ମିଳନ୍ତା ତା’ହେଲେ ପୁଅର ଚିକିତ୍ସା ହୋଇପାରନ୍ତା ବୋଲି ରାମଚନ୍ଦ୍ର କହିଛନ୍ତି।

ଏଭଳି ବିରଳ ଶିଶୁପୁତ୍ରର କାନର ଚିକିତ୍ସା ହୋଇପାରିବ ଓ ଏହା ସହିତ ବିଶେଷଜ୍ଞ ଟିମ୍‌ର ତଦାରଖରେ ସ୍ୱାଭାବିକ ଅବସ୍ଥାକୁ ଅଣାଯାଇପାରିବ ବୋଲି ଶିଶୁ ରୋଗ ବିଶେଷଜ୍ଞ କହିଛନ୍ତି। ରେଡକ୍ରସ୍‌ ପାଣ୍ଠି ସହ ସରକାରଙ୍କ ରାଷ୍ଟ୍ରୀୟ ବାଲ୍‌ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଯୋଜନାରେ ସାମିଲ କରି କଟକ ବଡ଼ ମେଡିକାଲରେ ଚିକିତ୍ସା କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

Leave a Reply

Your email address will not be published. Required fields are marked *

Related Posts