- Home
- »
- ସ୍ପେଶାଲ୍ ରିପୋର୍ଟ
- »
- ସେପ୍ଟେମ୍ବର ୧୪: ହିନ୍ଦୀ ଦିବସ
ସେପ୍ଟେମ୍ବର ୧୪: ହିନ୍ଦୀ ଦିବସ

SHARE NOW :
ଭୁବନେଶ୍ୱର(ଦିଲିପ ସାହୁ/ଲାଇଭ୍ ଓଡିଶା ନ୍ୟୁଜ୍): ଆଜି ହିନ୍ଦୀ ଦିବସ , ପ୍ରତି ବର୍ଷ ସେପ୍ଟେମ୍ବର ୧୪ ତାରିଖରେ ପାଳନ କରାଯାଇଥାଏ ହିନ୍ଦୀ ଦିବସ । ୧୯୪୯ ମସିହା ସେପ୍ଟେମ୍ବର ୧୪ ତାରିଖରେ ହିନ୍ଦୀ କୁ ରାଜ ଭାଷାର ମାନ୍ୟତା ଦିଆଯାଇଥିଲା । ୧୯୫୩ ମସିହା ସେପ୍ଟେମ୍ବର ୧୪ ତାରିଖ ବା ଆଜିର ଦିନରେ ପ୍ରଥମଥର ପାଇଁ ପାଳନ କରାଯାଇଥିଲା ହିନ୍ଦୀ ଦିବସ । ଜବଲପୁରରେ ପ୍ରସିଦ୍ଧ ସାହିତ୍ୟିକ ରାଜେନ୍ଦ୍ର ସିଂହ ଏହି ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଯିଏ କି ହିନ୍ଦୀକୁ ରାଷ୍ଟ୍ର ଭାଷା କରିବାକୁ ପ୍ରଥମେ ପ୍ରୟାସ ଆରମ୍ଭ କରିଥିଲେ। ତାଙ୍କ ଜନ୍ମଦିନକୁ ହିନ୍ଦୀ ଦିବସ ଭାବେ ପାଳନ କରାଯାଉଛି। କିନ୍ତୁ ତାଆଗରୁ ପ୍ରଧାନ ମନ୍ତ୍ରୀ ଜବାହାର ଲାଲ ନେହରୁ ହିନ୍ଦୀ ଦିବସ ପାଳନ କରିବା ପାଇଁ ପ୍ରସ୍ତାବ ଦେଇସାରିଥିଲେ । ହେଲେ ହିନ୍ଦୀ ଦିବସ କେବଳ ପାଳନରେ ରହିଯାଉଛି ।

ଆମେ ଯଦି ହିନ୍ଦୀ ଭାଷାର ବ୍ୟବହାର ଦେଖିବାକୁ ଯିବା ତେବେ ଏବେର ସମାଜରେ ହିନ୍ଦୀ ଭାଷାର ବ୍ୟବହାର ଲୋପ ପାଇଲାଣି । ଇଂରାଜି ଭାଷାର ବହୁଳ ବ୍ୟବହାର ଏଥି ପାଇଁ ଦାଇ କୁହା ଯାଇପାରେ । ଅନ୍ୟ ପଟରେ ଯଦି ଦେଖିବାକୁ ଯିବା ତେବେ ଭାରତର ରାଷ୍ଟ୍ରପତି ଏ.ପି.ଜେ ଅବଦୁଲକାଲାମ ତାଙ୍କ ଜିବନ କାଳରେ କେବଳ ହିନ୍ଦୀରେ ହିଁ ଦସ୍ତଖତ କରିଛନ୍ତି ।

ସୁଚନା ଅନୁସାରେ ଭାରତର ସମ୍ବିଧାନ ତିଆରି କରିବା ପାଇଁ ୨ ବର୍ଷ ୧୧ ମାସ ୨୦ ଦିନ ଲାଗିଥିଲା । ଭାରତର ସମ୍ବିଧାନ ଧାରା ୩୪୩ ଅନୁସାରେ ହିନ୍ଦୀକୁ ଭାରତର ରାଜ ଭାଷା କରାଯାଇଥିଲା । ଯାହାର ଲିପିକୁ ଦେବନାଗିରି ଲିପି କୁହାଯାଉଥିଲା ହିନ୍ଦୀ ଭାଷାକୁ ଭାରତର ପ୍ରାଚିନ ଭାଷା ଓ ରାଷ୍ଟ୍ରଭାଷା ମଧ୍ୟ କୁହାଯାଏ । ହେଲେ ଭାରତ ସମ୍ବିଧାନ ଅନୁସାରେ ହିନ୍ଦୀକୁ ରାଷ୍ଟ୍ରଭାଷା ର ମାନ୍ୟତା ମିଳିନାହିଁ । ଭାରତରେ ହିନ୍ଦୀ ଭାଷାର ବହୁଳ ବ୍ୟବହାର ହେଉଛି ସତ ହେଲେ ଇଂରାଜୀ ଭାଷାର ମିଶ୍ରଣରେ ହିନ୍ଦୀ ଭାଷା ନିଜର ସ୍ୱତନ୍ତ୍ରତା ହରେଇବାରେ ଲାଗିଛି । କିନ୍ତୁ ଦେଶ ଓ ଦେଶ ବାହାରେ ହିନ୍ଦୀ ଭାଷାର ଉନ୍ନତି ପାଇଁ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଶିକ୍ଷା ଦିଆ ଯାଉଛି । ହେଲେବି ହିନ୍ଦୀ ଭାଷାର ଲୋକ ପ୍ରିୟତା ଦିନକୁ ଦିନ କମିବାରେ ଲାଗିଲାଣି ।