ବିହାର ରାଜନୀତିରେ ନୂଆ ଟୁଇଷ୍ଟ, ରାଜନୀତିକୁ ଫେରୁଛନ୍ତି ଲାଲୁଯାଦବ

SHARE NOW :
ବିହାର(ଲାଇଭ ଓଡିଶା ନ୍ୟୁଜ): ଆଗକୁ ଆସୁଛି ବିହାର ବିଧାନସଭାର ଉପନିର୍ବାଚନ । ଏହାକୁ ନେଇ ସରଗରମ ହୋଇପଡିଛି ବିହାର ରାଜନୀତି । ଏନେଇ ବିହାର ରାଜନୀତିରେ ହେଉଛି ନବକଳେବର । ମଇଦାନକୁ ପୁଣି କମବ୍ୟାକ କରୁଛନ୍ତି ଲାଲୁ ପ୍ରସାଦ ଯାଦବ । ଜଲୱା ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ପ୍ରାୟ ୩ବର୍ଷର ଲମ୍ବା ବ୍ୟବଧାନ ପରେ ନିଜର ଦଳ ଓ ପରିବାର ପାଖକୁ ପାଟନା ଫେରୁଛନ୍ତି । ଏହି ବିଷୟ ନେଇ ଆରଜେଡି ବିଧାୟକଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହେବାପରେ ଭାଇ ବିଧାୟକ ବୀରେନ୍ଦ୍ର ସୂଚନା ଦେଇଛନ୍ତି । ବୀରେନ୍ଦ୍ରଙ୍କ କହିବାନୁଯାୟୀ ଲାଲୁପ୍ରସାଦ ଯାଦବ ୨୦ ଅକ୍ଟୋବରରେ ପାଟନା ଫେରୁଛନ୍ତି । ଏହାସହ ସେ ପାଟନା ଫେରିବା ପରେ ଆକ୍ସନ ମୋଡରେ ପାର୍ଟିକୁ ସମ୍ବୋଧିତ କରିବେ । ଆଗକୁ ଥିବା ଉପନିର୍ବାଚନ ପାଇଁ ପୁଷେଶ୍ୱର ଓ ତାରାପୁର ସିଟ ପାଇଁ ନିର୍ବାଚନ ପ୍ରଚାର ସମ୍ବନ୍ଧରେ ରାଷ୍ଟ୍ରୀୟ ଜନତା ଦଳ ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି ହୋଇଛି । ଏଥିରେ ରାଷ୍ଟ୍ରୀୟ ଜନତା ଦଳ ଅକ୍ଷ୍ୟକ୍ଷ ଲାଲୁ ପସାଦ ଯାଦବ ପ୍ରଥମରେ ଥିବା ବେଳେ ଦ୍ୱିତୀୟରେ ତେଜସ୍ୱୀ ଯାଦବଙ୍କ ନାଁ ରହିଛି । କିନ୍ତୁ ଆଶ୍ଚର୍ଯ୍ୟକର କଥା କି ଏଥିରେ ତେଜପ୍ରତାପଙ୍କ ନାଁ ରଖାଯାଇନି । ଏହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ପରିବାରରେ ଫାଟ ଜଳଜଳ ହୋଇ ଦେଖାଯାଉଛି । ଅନ୍ୟପକ୍ଷରେ ଏଭଳି ସ୍ଥିତିରେ ମଧ୍ୟ ଲାଲୁ ପ୍ରସାଦ ଉପନିର୍ବାଚନ ସମ୍ବୋଧନରେ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଜୋସ ଭରିବା କାର୍ଯ୍ୟ କରିବେ । ଏହାସହିତ ଲାଲୁ ଭୋଟ ମାଗିବା ପାଇଁ ମଧ୍ୟ ଯିବେ ବୋଲି ସୂଚନା ମିଳିଛି । ଲାଲୁ ଯାଦବଙ୍କ ପାଟନା ଆସିବ ପରେ ଯେମିତି ତାଙ୍କ ପରିବାରରେ ପରସ୍ପର ବିରୋଧରେ ଲଢେଇ ଆରମ୍ଭ ହୋଇଯାଇଥିବା ଆଭାସ ହେଉଛି । ଗତକିଛିଦିନ ହେବ ତାଙ୍କ ବଡ ପୁଅ ବିଧାୟକ ତେଜପ୍ରତାବ ଯାଦବ ବାପାଙ୍କୁ ନେଇ ବହୁ ଅଭିଯୋଗ କରିଥିଲେ । କିନ୍ତୁ ଲାଲୁଙ୍କ ପାଟନା ଆସିବା ଖବର ପରେ ତାଙ୍କ ଅଭିଯୋଗରେ ପୂର୍ଣ୍ଣଛେଦ ପଡିଯାଇଥିବା ମନେହେଉଛି । ପ୍ରକୃତରେ ତେଜପ୍ରତାପ ଯାଦବ ତେଜସ୍ୱୀଙ୍କ ନାମ ନନେଇ ମଧ୍ୟ କହିଥିଲେ ଲାଲୁ ଯାଦବଙ୍କୁ ଦିଲ୍ଲୀରେ ବନ୍ଧା ରଖାଯାଇଛି । ତାଙ୍କ ଅଭିଯୋଗ ହେଉଛି ଆରଜେଡିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାର ସ୍ୱପ୍ନ ଦେଖୁଥିବା ଲୋକ ଲାଲୁଯାଦବଙ୍କୁ ପାଟନା ଆସୁଥିବା ଦେଉନାହାନ୍ତି । ତାଙ୍କୁ ଦେଶର ରାଜଧାନୀରେ କଏଦ କରି ରଖାଯାଇଛି । କିନ୍ତୁ ସେ ଖୁଲମଖୁଲା ତାଙ୍କ ସାନଭାଇଙ୍କ ନାଁ ନେଇନାହାନ୍ତି । ସୂଚନା ଅନୁସାରେ ତେଜସ୍ୱୀ ଯାଦବ ଓ ତେଜପ୍ରତାପଙ୍କ ମଧ୍ୟରେ ସଂପର୍କ ଭଲ ନଥିବା କୁହାଯାଉଛି । ପାରିବାରିକ କଳହର ଫଳାଫଳ କିଛି ଭିନ୍ନ ପ୍ରକାରର ଆସିଛି । ବିହାର ବିଧାନସଭାର ଦୁଇଟି ସିଟ ପାଇଁ ହେଉଥିବା ଉପନିର୍ବାଚନରେ ତେଜପ୍ରତାପଙ୍କୁ ଷ୍ଟାରପ୍ରଚାରକର ସ୍ଥାନ ମିଳିନାହିଁ । ଏହାଦ୍ୱାରା ରାଜନୀତି ଅଧିକ ସରଗରମ ହେବାର ସମ୍ଭାବନା ରହିଛି । ତେବେ ଦେଖିବାକୁ ବାକି ରହିଲା ବିହାରର ପାଣି କେଉଁ ସାଗରରେ ଯାଇ ପଡୁଛି ।