- Home
- »
- ସ୍ପେଶାଲ୍ ରିପୋର୍ଟ
- »
- ଏମିତି ବି ଆସେ ମୃତ୍ୟୁ
ଏମିତି ବି ଆସେ ମୃତ୍ୟୁ

SHARE NOW :
ମସ୍କୋ(ଲାଇଭ ଓଡିଶା ନ୍ୟୁଜ) : ଜୀବନ ହେଉଛି ଏକ ରଙ୍ଗମଞ୍ଚ । ଏହି ମଞ୍ଚରେ ଆମେ ସମସ୍ତେ ଜଣେ ଜଣେ କଳାକାର । ଆଉ ଭଗବାନ ହେଉଛନ୍ତି ଆମର ଡାଇରେକଟର । ଦର୍ଶକବନ୍ଧୁ ଆପଣମାନେ ଦୈନଦିନ ଜୀବନରେ ଏହି ଉକ୍ତିଟିକୁ ବହୁବାର ଶୁଣିଥିବେ । କ୍ଷଣସ୍ଥାୟୀ ଏହି ଦୁନିଆକୁ କିଏ କେତେଦିନ ପାଇଁ ଆସିଛି ତାହା କେହି ବି କହିପାରିବେ ନାହିଁ । ଜୀବନ ରୂପୀ ଏହି ରଙ୍ଗମଞ୍ଚରେ ଡାଇରେକଟର କେତେବେଳେ ଯେ ପ୍ୟାକଅପ୍ ବୋଲି କହିଦେବ ତାହା କେବଳ ସେ ହିଁ ଜାଣିଛି । ରୁଷର ରାଜଧାନୀ ମସ୍କୋରେ ଦେଖିବାକୁ ମିଳିଛି ଏକ ଦୁଖଃଦ ଘଟଣା । ଜଣେ ଥିଏଟର କଳାକାର ଷ୍ଟେଜ୍ ଉପରେ ନିଜର ପରଫରମାନ୍ସ ଦେଖାଉଥିବା ବେଳେ ସୃତ୍ୟୁ ବରଣ କରିଛନ୍ତି । ସେଠାରେ ଥିବା ଦର୍ଶକମାନେ ଏହାକୁ ଏକ ସିନ୍ ଭାବି ଉପଭୋଗ କରୁଥିଲେ । କିନ୍ତୁ ପରେ ଜଣାପଡିଥିଲା ଯେ, କଳାକାର ଜଣଙ୍କର ମୃତ୍ୟୁ ଘଟିଛି ।
କଳାକାର ଜଣଙ୍କ ହେଇଛନ୍ତି, ପ୍ରସିଦ୍ଧ ବୋଲଶୋଇ ଥିଏଟର ଆର୍ଟିଷ୍ଟ ୟେବଗେନି କୁଲେଶ । ମୃତ୍ୟୁର ଠିକ୍ ପୂର୍ବରୁ କୁଲେଶ ଷ୍ଟେଜ୍ ଉପରେ ଏକ ସିନ୍ର ପ୍ରସ୍ତୁତି ଦେଉଥିଲେ। ଷ୍ଟେଜ୍ରେ ସିନ୍ ବଦଳୁଥିବା ସମୟରେ ଏକ ବଡ ପରଦା ତଳେ ଦବି ଯାଇଥିଲେ ୟେବଗେନି। ଏହି କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଦର୍ଶକ ଭାବୁଥିଲେ ଏହା ବୋଧହୁଏ ସ୍କ୍ରିପ୍ଟର ଏକ ଅଂଶ। ଏହି ଘଟଣା ରୁଷର ସଙ୍ଗୀତକାର ନିକୋଲାଇ ରିମସ୍କୋକି କୋର୍ସାକୋଭଙ୍କ ଦ୍ବାରା ଉନବିଂଶ ଶତାବ୍ଦୀର ଅପେରା ଝବୟଳକ୍ଟର ପ୍ରଦର୍ଶନରେ ଏକ ସେଟ୍ ପରିବର୍ତ୍ତନ ବେଳେ ହୋଇଥିଲା। କୁଲେଶ ପରଦା ତଳେ ଚାପି ହୋଇଯିବା ପରେ , ତାଙ୍କର ସାଥୀ କଳାକାର ମାନେ ଚିଲାଇବା ଆରମ୍ଭ କରିଥିଲେ । ଅଳ୍ପ ସମୟ ପରେ କୁଲେଶଙ୍କୁ ଦେଖିବା ପାଇଁ ଡାକ୍ତର ସେହି ସ୍ଥାନରେ ପହଞ୍ଚିଥିଲେ । କିନ୍ତୁ ସେତେବେଳ ପର୍ଯ୍ୟନ୍ତ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଏନେଇ ଥିଏଟରର ପୂର୍ବ ଅଭିନେତା, ସୁରକ୍ଷା ଉପାୟକୁ ଅଣଦେଖା କରିବା ପ୍ରସଙ୍ଗ ଉଠାଇଥିବା ବେଳେ, ମଞ୍ଚ ଉପରେ ଏଭଳି କାମ କରିବାର ସ୍ଥିତିକୁ ନିନ୍ଦା କରିଛନ୍ତି ।