- Home
- »
- Breaking News
- »
- ତତଲା ସୁପର କମାଲ, ମ୍ୟାନେଜର ମୁହଁକୁ ଫୋଫାଡିଲେ ଗରମ ସୁପ୍
ତତଲା ସୁପର କମାଲ, ମ୍ୟାନେଜର ମୁହଁକୁ ଫୋଫାଡିଲେ ଗରମ ସୁପ୍

SHARE NOW :
ଲାଇଭ ଓଡିଶା ବ୍ୟୁରୋ: ମ୍ୟାନେଜର ଙ୍କ ମୁହଁକୁ ଫୋଫାଡିଲେ ଗରମ ସୁପ୍ । ଯଦିଓ ମ୍ୟାନେଜର ଜଣକ ଏତେଟା ଆଘାତ ପାଇନାହାନ୍ତି ତଥାପି ଏହି ଦୃଶ୍ୟଟି ଅତ୍ୟନ୍ତ ଭୟାନକ ଥିଲା । ଏଭଳି ଘଟଣା ଘଟିଛି ଆମେରିକାର ଟେକ୍ସାସର ମେକ୍ସିକୋ ରେଷ୍ଟୁରାଣ୍ଟ “ସୋଲ ଡି ଜାଲିସ୍କୋ” ରେ । ମୁହଁରେ ଗରମ ସୁପ ଫୋପାଡିବା ଦୃଶ୍ୟଟି ସିସିଟିଭିରେ କଏଦ ହୋଇଥିବା ବେଳେ ବର୍ତ୍ତମାନ ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବାସ୍ତବରେ ମହିଳା ଜଣକ ସୁପ ଅର୍ଡର କରିଥିଲେ । ଡେଲିଭାରି କରିବାର କିଛି ସମୟ ପରେ ମ୍ୟନେଜରଙ୍କୁ ଫୋନରେ ଯୁକ୍ତିତର୍କ କରିଥିବା ବେଳେ ମହିଳା ଗଣକ ପୁଣି ରେଷ୍ଟୁରାଂଟକୁ ଯାଇ ମ୍ୟନେଜରଙ୍କ ନିକଟରେ ଅଭିଯୋଗ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିଯୋଗ ଅନୁସାରେ ସୁପ ଏତେ ଗରମ ଥିଲାଯେ, ପ୍ଲାଷ୍ଟିକ ଢାଙ୍କୁଣୀ ତରଳି ଯାଇଥିଲା । ଡବାଟିକୁ ମ୍ୟାନେଜର ଜାନେଲ ବ୍ରୋଣ୍ଡାଲଙ୍କୁ ଦେଖାଇ ଯୁକ୍ତିତର୍କ ଆରମ୍ଭ କରିଦେଇଥିଲେ । କିଛିସମୟ ପର୍ଯ୍ୟନ୍ତ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହେବାପରେ ମହିଳା ଜଣକ ରାଗିଯାଇ ଗରମ ସୁପ ଡବାଟିକୁ ମ୍ୟାନେଜରଙ୍କ ମୁହଁକୁ ଫୋପାଡି ଦେଇ ସେଠାରୁ ଖସି ପଳାଇ ଯାଇଥିଲେ । ଏହାପରେ ମ୍ୟନେଜର ତାଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଏହାପରେ ମ୍ୟନେଜର ଘଟଣାସ୍ଥଳରେ ପୋଲିସଙ୍କୁ ସୂଚନା ଦେଇଥିବା ବେଳେ ସୁପ ଫଙ୍ଗିଥିବା ମହିଳାଙ୍କ ବିଷୟରେ କୌଣସି ସନ୍ଧାନ ମିଳିପାରି ନାହିଁ । ବର୍ତ୍ତମାନ ପୋଲିସ ସେ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି ।