- Home
- »
- Breaking News
- »
- ଲାଞ୍ଜ ଥିବା ଶିଶୁ ଜନ୍ମ
ଲାଞ୍ଜ ଥିବା ଶିଶୁ ଜନ୍ମ

SHARE NOW :
(ଲାଇଭ ଓଡିଶା ବ୍ୟୁରୋ): ଆପଣମାନେ ସାଧାରଣତଃ ଲାଞ୍ଜକୁ କେଉଁଠି ଦେଖିଥାନ୍ତି ପଶୁମାନଙ୍କ ଶରୀରରେ । କିନ୍ତୁ ଆଜି ଆମେ ଆପଣମାନଙ୍କୁ ଦେଖାଇବୁ ଏମିତି ଜଣେ ଶିଶୁଙ୍କୁ ଯାହାର ଲାଞ୍ଜ ଅଛି । ଜନ୍ମରୁ ଲାଞ୍ଜ ଥିବା ଜଣେ ଶିଶୁ ଜନ୍ମଗ୍ରହଣ କରିଛନ୍ତି । କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସତ । ଏପରି ଶିଶୁ ବ୍ରାଜିଲରେ ଜନ୍ମ ନେଇଛି । ପିଲାଟି ଜନ୍ମ ନେବା ପରେ ଡାକ୍ତରଙ୍କ ସମେତ ସେଠାରେ ଉପସ୍ଥିତ ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପିଲାଟିର ଲାଞ୍ଜର ଲମ୍ବ ୪ଇଂଚ ଥିବା ବେଳେ ଏହାର ଶେଷ ଭାଗ କ୍ରିକେଟ ବଲ ପରି ଗୋଲ ଥିଲା । ଜର୍ନାଲ ଅଫ୍ ପେଡିଆଟ୍ରିକ୍ ସର୍ଜରୀ କେସ୍ ରିପୋର୍ଟ ଅନୁଯାୟୀ, ଏହି ଶିଶୁର ଜନ୍ମ ସମୟରେ ଲାଞ୍ଜଟିକୁ ସର୍ଜରୀ କରାଯାଇଥିଲା। ଘଟଣା ବ୍ରାଜିଲର ଅଲର୍ବଟ ସାବିନ୍ ଚିଲଡ୍ରେନ୍ ହସ୍ପିଟାଲରେ ଘଟିଛି। ଏଠାରେ ଏକ ଶିଶୁ ଜନ୍ମ ହୋଇଥିଲା, ଯାହାର ଲାଞ୍ଜ ଥିଲା। ଡାକ୍ତରୀ ଟିମ୍ ଅପରେଶନ କରାଇ ଏହି ଲାଞ୍ଜକୁ ସଫଳତାର ବାହାର କରି ଦେଇଛନ୍ତି। ଡାକ୍ତରୀ ବିଭାଗ କହିଛନ୍ତି, ଗର୍ଭରେ ଭ୍ରୁଣରେ ଏକ ଲାଞ୍ଜ ବିକଶିତ ହୋଇଥାଏ। ପରେ ଏହା ମିଶିଯାଇଥାଏ। ମାତ୍ର ଏପରି ବିରଳ ଘଟଣା ଦେଖିବାକୁ ମିଳିଛି। ଦୁନିଆରେ ଆଜିପର୍ୟ୍ୟନ୍ତ ଏପରି ୪୦ ଶିଶୁ ଜନ୍ମ ନେଇଛନ୍ତି। ପରେ ସେସବୁ ଅପରେଶନ ମାଧ୍ୟମରେ ହଟାଇ ଦିଆଯାଇଛି।