FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଭ୍ରଷ୍ଟାଚାର ମାମଲାରେ ଦଣ୍ଡିତ ବାଂଲାଦେଶର ପ୍ରଥମ ହିନ୍ଦୁ ମୁଖ୍ୟ ବିଚାରପତି

ଭ୍ରଷ୍ଟାଚାର ମାମଲାରେ ଦଣ୍ଡିତ ବାଂଲାଦେଶର ପ୍ରଥମ ହିନ୍ଦୁ ମୁଖ୍ୟ ବିଚାରପତି

ଭ୍ରଷ୍ଟାଚାର ମାମଲାରେ ଦଣ୍ଡିତ ବାଂଲାଦେଶର ପ୍ରଥମ ହିନ୍ଦୁ ମୁଖ୍ୟ ବିଚାରପତି
SHARE NOW :

(ଲାଇଭ ଓଡିଶା ବ୍ୟୁରୋ): ମୁଖ୍ୟ ବିଚାରପତିଙ୍କୁ ୧୧ବର୍ଷ ଜେଲ । ଭ୍ରଷ୍ଟାଚାର ମାମଲାରେ ଥିଲେ ଜଡିତ । ଏଭଳି ଘଟଣା ଘଟିଛି ବାଂଲାଦେଶରେ । ବାଂଲାଦେଶ କୋର୍ଟର ପୂର୍ବତନ ବିଚାରପତି ସୁରେନ୍ଦ୍ର କୁମାର ସିହ୍ନାଙ୍କୁ ୧୧ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ବିଚାରପତି ହେରଫେର ଓ ବିଶ୍ୱାସ ଭଙ୍ଗ ମାମଲାରେ ମଙ୍ଗଳବାର ଦିନ କୋର୍ଟ ତାଙ୍କୁ ୧୧ବର୍ଷ କାରାଦଣ୍ଡ ଶୁଣାଇଛନ୍ତି । ସୁରେନ୍ଦ୍ର ସିହ୍ନା ବାଂଲାଦେଶରେ ପ୍ରଥମ ପୂର୍ବତନ ହିନ୍ଦୁ ବିଚାରପତି ଭାବେ ନିଯୁକ୍ତ ଥିଲେ । ଢାକାର ସ୍ୱତନ୍ତ୍ର ବିଚାରପତି ଶେଖ ନଜମୁଲ ଆଲମ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ୭୦ ବର୍ଷିୟ ସିହ୍ନା ଏବେ ଆମେରିକାରେ ଅଛନ୍ତି। ଅଦାଲତ ତାଙ୍କ ଫୈସଲାରେ କହିଛନ୍ତି ସିହ୍ନା ଟଙ୍କା ହେରଫେର ମାମଲାରେ ମୁଖ୍ୟ ଲାଭାର୍ଥି । ସିହ୍ନା ପଦ୍ମ ବ୍ୟାଙ୍କରୁ ୪,୭୦,୦୦୦ ଆମେରିକୀୟ ଡଲାର ଋଣ ନେଇ ଟଙ୍କା ହେରଫେର କରିଥିବାରୁ ତାଙ୍କୁ ୧୧ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଚାରି ବର୍ଷ ପୂର୍ବରୁ ବିଦେଶ ଯିବା ପାଇଁ ସିହ୍ନା ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ସରକାର ତାଙ୍କ ଉପରେ ଭ୍ରଷ୍ଟାଚାର ଅଭିଯୋଗ ମଧ୍ୟ କରିଛନ୍ତି । ମାମଲାର ବୟାନ ଅନୁସାରେ ଅନ୍ୟ ଅଭିଯୁକ୍ତ ମାନେ ନକଲି ଦସ୍ତାବିଜ ଦ୍ୱାରା ୪,୭୦,୦୦୦ ଟଙ୍କା ଋଣ ନେଇଥିଲେ ଓ ଏହି ଟଙ୍କାକୁ ପେ ଅର୍ଡର ମାଧ୍ୟମରେ ସିହ୍ନାଙ୍କ ବେଙ୍କ ଏକାଉଣ୍ଟକୁ ପଠାଇଦେଇଥିଲେ। ତାପରେ ସିହ୍ନା ଏହି ଟଙ୍କା ଚେକ୍ ଓ ପେ ଅର୍ଡର ମାଧ୍ୟମରେ ଅନ୍ୟ ଏକାଉଣ୍ଟକୁ ପଠାଇଦେଇଥିଲେ। ଏହା ଭ୍ରଷ୍ଟାଚାର ପ୍ରତିରୋଧ ଅଧିନିୟମ ଓ ଟଙ୍କା ହେରଫେର ପ୍ରତିରୋଧ ଅଧିନିୟମରେ ଦଣ୍ଡନୀୟ ଅପରାଧ ଅଟେ । ତେବେ ଏହି ମାମଲାରେ ୧୦ ଜଣ ଅଭିଯୁକ୍ତ ଥିଲେ । କିନ୍ତୁ ତଙ୍ଗଲ ବାସିନ୍ଦା ମହମ୍ମଦ ଶାହା ଜାହାନ ଏବଂ ନିରଞ୍ଜନ ଚନ୍ଦ୍ର ଶାହା ନିର୍ଦ୍ଦୋଶରେ ଖଲାସ ହୋଇଥିଲେ କାରଣ ସେମାନଙ୍କ ବିରୋଧରେ ଅଭିଯୋଗ ପ୍ରମାଣିତ ହୋଇନଥିଲା । ଏହି ଦୁଇ ଜଣଙ୍କ ବ୍ୟତୀତ ଅନ୍ୟମାନଙ୍କୁ ଜୋରିମାନା ସହ ଜଲେ ଦଣ୍ଡାଦେଶ ମଧ୍ୟ ଦିଆଯାଇଛି । ସୁରେନ୍ଦ୍ର କୁମାର ସିହ୍ନା ଜାନୁଆରୀ ୨୦୧୫ରୁ ନଭେମ୍ବର ୨୦୧୭ ପର‌୍ୟ୍ୟନ୍ତ ବାଂଲାଦେଶର ୨୧ତମ ଚିଫ୍ ଜଷ୍ଟିସ୍ ଥିଲେ । ଅନ୍ୟପକ୍ଷରେ ଜଷ୍ଟିସ୍ ସିହ୍ନା ଅଭିଯୋଗ କରିଛନ୍ତି କି ତାଙ୍କୁ ଇସ୍ତଫା ଦେବା ପାଇଁ ବାଧ୍ୟ କରାଯାଇଥିଲା । କାରଣ ସେ ବାଂଲାଦେଶର ଅଗଣତନ୍ତ୍ର ଓ କ୍ଷମତାଶୀନ ଶାସନକୁ ବିରୋଧ କରିଥିଲେ ।

Leave a Reply

Your email address will not be published. Required fields are marked *

Related Posts