FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ପ୍ରେମିକାକୁ କଲା ଶୁର୍ପଣଖା

ପ୍ରେମିକାକୁ କଲା ଶୁର୍ପଣଖା

ପ୍ରେମିକାକୁ କଲା ଶୁର୍ପଣଖା
SHARE NOW :

(ଲାଇଭ ଓଡିଶା ବ୍ୟୁରୋ): ପ୍ରେମର କରୁଣ ପରିଣତି । ପ୍ରେମରେ ପାଗଳ ହୋଇଥିବା ଯୁବକ କାଟିଦେଲା ପ୍ରେମିକାର ନାକ ଓ କାନ । ଆଗରୁ ଆପଣମାନେ ପ୍ରେମ ବିଫଳ ହେଲେ ଆତ୍ମହତ୍ୟା କରୁଥିବା ଶୁଣିଥିବେ । କିନ୍ତୁ ବିହାରରେ ପ୍ରେମର ବିଫଳତାର କିଛି ନିଆରା କାହାଣୀ ଦେଖିବାକୁ ମିଳିଛି । ପ୍ରେମରେ ବିଫଳ ହୋଇ ଜଣେ ପ୍ରେମିକ କିଛି ଅଜବ ଘଟଣା ଘଟେଇଛନ୍ତି । ଏହି ପାଗଳ ପ୍ରେମିକ ଜଣକ ନିଜ ପ୍ରେମିକାର ନାକ ଓ କାନ କାଟିଦେଇଛି । ଏଭଳି ଘଟଣା ବିହାରର କଟିହାର ଜିଳ୍ଲାର ବରାରୀ ଥାନା ଅଂଚଳରେ କାଢାଗୋଲା ଘାଟରେ ଘଟିଛି । ସେଠାରେ ଜଣେ ମହିଳା ଛଟ୍ ପୂଜା ପାଇଁ ଗଙ୍ଗାନଦୀକୁ ଯାଇଥିଲେ । ଏହି ସମୟରେ ପ୍ରୀତମ କୁମାର ନାମକ ଜଣେ ଯୁବକ ସେଠାରେ ପଂହଚିଥିଲେ ଓ ମହିଳାଙ୍କ ସହ ଦୁର୍ବ୍ୟବହାର କରିବାକୁ ଲାଗିଥିଲେ । ଏହି ସମୟରେ ସେ ମହିଳାଙ୍କୁ ମାରପିଟ କରିବା ସହ ତାଙ୍କ ନାକ ଓ କାନ କାଟିଦେଇଥିଲେ । ପରେ ଯୁବକ ଜଣକ ନିଜର ଭୁଲ ବୁଝିପାରି ପଶ୍ଚାତାପ କରିଥିଲେ । ଏବଂ କାନ୍ଦି କାନ୍ଦି କହିଥିଲେ ଯେ, ମୁଁ ମୋ ପ୍ରେମିକାକୁ ଭଗବାନ ପରି ମାନୁଥିଲେ । କିନ୍ତୁ ଏପରି ଭୁଲ କେମିତି ହୋଇଗଲା ମୁଁ ଜାଣିପାରିଲି ନାହିଁ । ଏହାପରେ ଆଉ କିଛି କହି ସେ ନିଜ ପ୍ରେମିକାକୁ ବଦନାମ କରିବାକୁ ଚାହିଁନଥିଲେ । ଅନ୍ୟପଟେ ଏ ମାମଲା ବାବଦରେ ମୁହଁ ଖୋଲିଛନ୍ତି ପ୍ରେମିକା । ସେ କହିଛନ୍ତି ଯେ, ତାଙ୍କ ପ୍ରେମିକ ଟଙ୍କା ନେଉଥିଲା ଓ ଟଙ୍କା ଫେରସ୍ତ କରିବାକୁ ଚାର୍ହୁନଥିଲା । ଏହାସହ ସବୁବେଳେ ସ୍ୱାମୀ ଓ ପିଲାଙ୍କୁ ମାରିଦେବାକୁ ଧମକ ଦେଉଥିଲା । ରବିବାର ଦିନ ସେ ନଦୀ କୂଳରେ ପଂହଚି ମାରପିଟ କରିଥିଲା । ସେଠାରେ ଥିବା ଲୋକେ ମୋତେ ବଂଚାଇଥିଲେ ବୋଲି ମହିଳା କହିଛନ୍ତି । ତେବେ ମହିଳାଙ୍କର ଏବେ ଚିକିତ୍ସା ଚାଲିଥିବା ବେଳେ ଅଭିଯୁକ୍ତ ପ୍ରେମିକଙ୍କୁ ିରଫ କରିଛି ପୋଲିସ । କିନ୍ତୁ ମହିଳାଙ୍କ ପକ୍ଷରୁ ପ୍ରେମ ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ପୋଲିସ ଏ ମାମଲାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *

Related Posts