FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଭୁପେନ୍ଦ୍ର ପଟେଲଙ୍କ ହାତରେ ଗୁଜୁରାଟ ଗାଦି

ଭୁପେନ୍ଦ୍ର ପଟେଲଙ୍କ ହାତରେ ଗୁଜୁରାଟ ଗାଦି

ଭୁପେନ୍ଦ୍ର ପଟେଲଙ୍କ ହାତରେ ଗୁଜୁରାଟ ଗାଦି
SHARE NOW :

ନୁଆଦିଲ୍ଲୀ, ୧୨.୯( ଲାଇଭ ଓଡିଶା ନ୍ୟୁଜ୍‌) : ଭୁପେନ୍ଦ୍ର ପଟେଲ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବେ, ଏନେଇ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଛି। ଭୁପେନ୍ଦ୍ର ପଟେଲ ଗୁଜୁରାଟର ଘାଟଲୋଡିଆ ବିଧାନସଭା ନିର୍ବାଚନମଣ୍ଡଳୀରୁ ଜଣେ ବିଧାୟକ ଏବଂ କଂଗ୍ରେସର ଶଶିକାନ୍ତ ପଟେଲଙ୍କ ବିରୋଧରେ ୧,୧୭,୦୦୦ ଭୋଟ ବ୍ୟବଧାନରେ ଜିତିଥିଲେ। ସେ ଏହା ପୁର୍ବରୁ ଅହମ୍ମଦାବାଦ ମ୍ୟୁନିସିପାଲ କର୍ପୋରେସନର ସ୍ଥାୟୀ କମିଟିର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ।

ରୁପାନିଙ୍କ ଇସ୍ତଫା ପରେ ଅନେକ ନାମ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଲୋଚନା ହେଉଥିଲେ ମଧ୍ୟ ଭୁପେନ୍ଦ୍ର ପଟେଲଙ୍କୁ ବାଛିବା ବିଜେପିର ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି । କାରଣ ସେ ଆଗଧାଡ଼ିର ଲୋକଙ୍କ ମଧ୍ୟରେ ନଥିଲେ। ବିଜୟ ରୂପାନୀ ରାଜ୍ୟପାଳଙ୍କ ଇସ୍ତଫା ଦେବାର ଗୋଟିଏ ଦିନ ପରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ଏବଂ ପ୍ରହ୍ଲାଦ ଯୋଶୀଙ୍କ ଉପସ୍ଥିତିରେ ଭୁପେନ୍ଦ୍ର ପଟେଲଙ୍କୁ ଉତ୍ତରାଧିକାରୀ ସ୍ଥିର କରାଯାଇଛି । ବେଠକ ଅପରାହ୍ନ ୩ ଟାରୁ ଆରମ୍ଭ ହୋଇଥିଲା।

Leave a Reply

Your email address will not be published. Required fields are marked *

Related Posts