- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ଆଜି ଶିଶୁ ଦିବସ
ଆଜି ଶିଶୁ ଦିବସ

SHARE NOW :
ଲାଇଭ ଓଡିଶା ବ୍ୟୁରୋ: ଆଜି ଶିଶୁ ଦିବସ ତଥା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ । ଆଜିର ପିଲାମାନେ ଆସନ୍ତାକାଲିର ଭାରତ ତିଆରି କରିବେ । ଏହି ପଦକୁ ଶୁଣିଲେ ଆଖି ସାମ୍ନାକୁ ଆସେ କେ ମହାନ ବ୍ୟକ୍ତିଙ୍କ ଛବି , ଯାହାଙ୍କ ନାମ ପଣ୍ଡିତ ଜବାହାରଲାଲ ନେହେରୁ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ପରିଚିତ ନେହେରୁଙ୍କ ମନରେ ଥିଲା ଶିଶୁମାନଙ୍କ ପାଇଁ ନିଆରା ସ୍ଥାନ । ତେଣୁ ନିଜ ଜନ୍ମଦିନକୁ ଶିଶୁମାନଙ୍କ ଦିବସ ରୂପେ ସମର୍ପଣ କରିଥିଲେ ନେହେରୁ । ଜଣେ ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ ଭାବେ ନେହେରୁ ବିଶ୍ୱ ଜନମାନସରେ ବେଶି ପରିଚିତ । । ଛୋଟ ପିଲାମାନଙ୍କୁ ଖୁବ୍ ସ୍ନେହ ଆଦର କରୁଥିବା ନେହେରୁ ତାଙ୍କ ଜନ୍ମଦିନକୁ ଶିଶୁଦିବସ ଭାବେ ପାଳନ କରିବାକୁ ଚାହିଁଥିଲେ । ପିଲାମାନେ ଖୁସୀରେ ତାଙ୍କୁ ଚାଚା ନେହେରୁ ବୋଲି ସମ୍ବୋଧନ କରୁଥିଲେ ।
୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ପଣ୍ଡିତ ଜବାହାରଲାଲ ନେହେରୁ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ୱରୂପରାଣୀ ଥିଲା । ସେ ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ । ଭାରତରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ଆଜିର ଶିଶୁ ଆସନ୍ତାକାଲିର ନାଗରିକ ହୋଇଥିବାରୁ ଶିଶୁମାନଙ୍କ ବୌଦ୍ଧିକ , ଶାରୀରିକ ମାନସିକ ସ୍ଥରରେ ଅଭିବୃଦ୍ଧି ନେଇ ଏହି ଦିନରେ ବିଭିନ୍ନ କାର୍ୟ୍ୟକ୍ରମ କରାଯାଏ। ଶିଶୁ ଦିବସ ଅବସରରେ ଦେଶ ତଥା ରାଜ୍ୟର ଶିକ୍ଷାନୁଷ୍ଠାନ, ବିଭିନ୍ନ ସ୍ବେଚ୍ଛା ସେବୀ ଅନୁଷ୍ଠାନ ପକ୍ଷରୁ ଶିଶୁ ମାନଙ୍କ ପାଇଁ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜିତ ହୋଇଥାଏ ।