FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ଏଲ୍‌ଏସି ନିକଟରେ ୫୦ ହଜାରରୁ ଊର୍ଦ୍ଧ୍ୱ ଯବାନ ମୁତୟନ କଲା ଚୀନ

ଏଲ୍‌ଏସି ନିକଟରେ ୫୦ ହଜାରରୁ ଊର୍ଦ୍ଧ୍ୱ ଯବାନ ମୁତୟନ କଲା ଚୀନ

ଏଲ୍‌ଏସି ନିକଟରେ ୫୦ ହଜାରରୁ ଊର୍ଦ୍ଧ୍ୱ ଯବାନ ମୁତୟନ କଲା ଚୀନ
SHARE NOW :

ବେଜିଂ, ୨୮.୯(ଲାଇଭ୍ ଓଡିଶା ନ୍ୟୁଜ୍‌) : ସୁଧୁରିବନି ଚୀନ ପୁଣି ଥରେ ଯୁଦ୍ଧକୁ ପ୍ରେତ୍ସାହନ ଦେବା ଭଳି ପରିସ୍ଥିତି ସୃଷ୍ଟି କରିଛି ଚୀନ ସେନା । ପୂର୍ବ ଲଦ୍ଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ତାର ୫୦ ହଜାରରୁ ଊର୍ଦ୍ଧ୍ୱ ସୈନିକଙ୍କୁ ମୁତୟନ କରିଛି । ଏହା ପରେ ଚୀନ ଡ୍ରୋନକୁ ବ୍ୟବହାର କରୁଛି । ଏହି ଡ୍ରୋନ ଭାରତୀୟ ପୋଷ୍ଟ ନିକଟରେ ଉଡୁଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ ସୁଚନା ଦେଇଛି।

ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ପିପୁଲ୍ସ ଲିବରେଶନ ଆର୍ମିର ଡ୍ରୋନର ଗତିବିଧି ଦୌଲତ ବେଗ ଓଲ୍ଡି ସେକ୍ଟର, ଗୋଗରା ହାଇଟସ ଆଦି ଅଂଚଳରେ ଦେଖାଯାଉଛି ।
ଭାରତୀୟ ସେନା ଚୀନର ଏହି କାମ ଉପରେ କଡ଼ା ନଜର ରôଖଥିବା ବେଳେ ଏନେଇ ଭାରତୀୟ ସେନା ବହୁତ ସତର୍କ ଭାବରେ କାମ କରୁଛି । ଭାରତୀୟ ସେନା ମଧ୍ୟ ବ୍ୟାପକ ଭାବରେ ଡ୍ରୋନ ମୁତୟନ କରିବା ସହ ଖୁବ ଶୀଘ୍ର ଇସ୍ରାଏଲ ଓ ଭାରତୀୟ ଡ୍ରୋନ୍ର ବ୍ୟବହାର କରିବ । ଏହି ଡ୍ରୋନକୁ ସୀମାରେ ଚୀନ ସହ ଚ୍ୟାଲେଞ୍ଜ କରିବା ଲାଗି ଅଧିଗ୍ରହିତ କରାଯାଇଛି ।

Leave a Reply

Your email address will not be published. Required fields are marked *

Related Posts