- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ଅସଲି ମହାକାଶର ମଜା ନେବେ ସିନେପ୍ରେମୀ
ଅସଲି ମହାକାଶର ମଜା ନେବେ ସିନେପ୍ରେମୀ

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ବିଶ୍ୱ ଇତିହାସରେ ଯୋଡି ହେବାକୁ ଯାଉଛି ନୂଆ ରେକର୍ଡ । ମହାକାଶରେ ଶୁଣିବାକୁ ମିଳିବ ଲାଇଟ, କ୍ୟାମେରା ଆଣ୍ଡ ଆକ୍ସନ । କଥାଟି ଟିକେ ଅଜବ ଳାଗୁଥିଲେ ମଧ୍ୟ ଏହା ନିରାଟ ସତ୍ୟ । ଏଥିପାଇର୍ ମହାକାଶକୁ ଯିବାକୁ ଟିକେଟ କାଟିଲେ ଫିଲ୍ମ ନିର୍ଦ୍ଦେଶକ, ଅଭିନେତ୍ରୀଙ୍କ ସମେତ ଅନ୍ୟ କ୍ରୁ ମେମ୍ବର । ଏହି ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି ରୁଷର ଫିଲ୍ମ ନିର୍ଦ୍ଦେଶକ କ୍ଲିମ ଶିପେଙ୍କୋ । ନିଜର ଅପକମିଙ୍ଗ ପ୍ରଥମ ଫିଚର ଫିଲ୍ମ “ଚ୍ୟାଲେଞ୍ଜ”ର ସୁଟିଂ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରେ କରିବାକୁ ମନ ବଳାଇଛନ୍ତି । ଏହାକୁ ସୋସିଆଲ ମିଡିଆରେ ଆମେରିକାର ମହାକାଶ ଗବେଷଣା ଏଜେନ୍ସି ନାସା ପୋଷ୍ଟ କରି ସୂଚନା ଦେଇଛନ୍ତି । ମହାକାଶ ଉପରେ ଅନେକ ଭାଷାରେ ଫିଲ୍ମ ନିର୍ମାଣ ହୋଇଛନ୍ତ କିନ୍ତୁ ଏପର୍ଯ୍ୟନ୍ତ ମହାକାଶର ପ୍ରାକୃତିକ ସୌନ୍ଦର୍ଯ୍ୟକୁ କେହି ଉପଭୋଗ କରିପାରିନାହାନ୍ତି । ତେବେ ନାସାର ସୂଚନା ଅନୁଯାୟୀ ମହାକାଶରେ ନିର୍ମିତ ଫିଲ୍ମରେ ପ୍ରାକୃତିକ ଅନୁଭୂତି ଦେବା ପାଇଁ ଫିଲ୍ମ ନିର୍ଦ୍ଦେଶକ ଶିପେଙ୍କୋ, ଅଭିନେତ୍ରୀ ୟୁଲିଆ ପେରିସ୍କିଡ୍ ଆଇଏସଏସ ଅଭିମୁଖେ ଯାତ୍ରା କରିଛନ୍ତି । ସେମାନଙ୍କ ସହ ରୁଷର ଅନ୍ତରୀକ୍ଷ ଯାତ୍ରୀ ଆଣ୍ଟୋନ ମଧ୍ୟ ଯାଇଛନ୍ତି । ଦେଶର ମହକାଶ ଗବେଷଣା ଏଜେନି୍ସ ଦ୍ୱାରା ସୋୟୁଜ୍ ଏମଏସ୍-୧୯ ଅନ୍ତରୀକ୍ଷ ଯାନ ମାଧ୍ୟମରେ ଏମାନଙ୍କୁ ଆଇଏସ୍ଏସ୍କୁ ପଠାଯାଇଛି। ‘ଚାଲେଞ୍ଜ’ ଫିଲ୍ମ ଟିମ୍ ମହାକାଶରେ ୧୨ ଦିନ ରହିବେ ବୋଲି କୁହାଯାଇଛି।ମହାକାଶରେ ଫିଲ୍ମ ‘ଚାଲେଞ୍ଜ’ର ସୁଟିଂ କରିବା ଲାଗି ସଦସ୍ୟମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି। ଫିଲ୍ମର କାହାଣୀ ଜଣେ ମହିଳା ଡାକ୍ତରଙ୍କ ଉପରେ ପର୍ୟ୍ୟବସିତ। ଯେଉଁ ଡାକ୍ତର ଜଣଙ୍କ ମହାକାଶ ଯାତ୍ରୀଙ୍କୁ ବଞ୍ଚାଇବା ଲାଗି ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ ଅଭିମୁଖେ ଉଡ଼ାଣ ଭରୁଛନ୍ତି। ଏଥିରେ ରୁଷୀୟ ଅଭିନେତା ୟୁଲିଆ ପେରେସିଲ୍ଡ ଅଭିନୟ କରିବାକୁ ମନୋନୀତ ହୋଇଥିବା ବେଳେ ଭେଟେରାନ୍ ମହାକାଶଚାରୀ ଆଣ୍ଟୋନ୍ ସୋୟୁଜ ରକେଟ୍ ଉତକ୍ଷେପଣର ନିର୍ଦ୍ଦେଶନା ଦେବେ ବୋଲି ସୂଚନା ମିଳିଛି।