- Home
- »
- Breaking News
- »
- ଖୁବଶୀଘ୍ର ୧୮ବର୍ଷ ବୟସରୁ କମ ବର୍ଗର ପିଲାଙ୍କୁ ମିଳିବ କୋଭାକ୍ସିନ ଟିକା
ଖୁବଶୀଘ୍ର ୧୮ବର୍ଷ ବୟସରୁ କମ ବର୍ଗର ପିଲାଙ୍କୁ ମିଳିବ କୋଭାକ୍ସିନ ଟିକା

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଦେଶର ଛୋଟ ପିଲାମାନଙ୍କ ପାଇଁ ସଂଜୀବନୀ ପାଲଟିଲା କୋଭାକ୍ସିନ ଟୀକା । ୨ରୁ ୧୮ବର୍ଷ ବୟସ ବର୍ଗର ପିଲାଙ୍କୁ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟୀକା ପିଲାମାନଙ୍କ ପାଇଁ ନିରାପଦ ଦର୍ଶର୍ାଇବା ସହ ଏହାକୁ ଦେବା ପାଇଁ ବିଶେଷଜ୍ଞ କମିଟି ମଂଜୁରି ପ୍ରଦାନ କରିଛନ୍ତି । ଏଚ୍ଚିକି ଖୁବଶୀଘ୍ର ପିଲାମାନଙ୍କୁ ଟିକା ଦେବା କାର୍ଯ୍ୟ ଆରମ୍ଭ ହୋଇଯିବ ବୋଲି ଆଶା କରାଯାଉଛି । ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ନିର୍ଦ୍ଦେଶାବଳୀ ଜାରି କରାଯିବ । ଭାରତ ବାୟୋଟେକ୍ ଏବଂ ଆଇସିଏମ୍ଆର ମିଳିତ ଭାବେ କୋଭାକ୍ସିନ ଟିକା ତିଆରି କରିଛନ୍ତି। ଦେଶରେ ଭାରତ ବାୟୋଟେକ ହେଉଛି ପ୍ରଥମ ଟିକା ନିର୍ମାତା ଯିଏ କି ପିଲାଙ୍କ କ୍ଷେତ୍ରରେ କୋଭାକ୍ସିନର ବ୍ୟାପକ ନୈଦାନିକ ପରୀକ୍ଷଣ କରିଥିଲା। ଦ୍ବିତୀୟ ଓ ତୃତୀୟ ପର୍ୟ୍ୟାୟ ପରୀକ୍ଷଣ ପରେ କମ୍ପାନି ଏ ବାବଦ ରିପୋର୍ଟ ସ୍ବାସ୍ଥ୍ୟ ମନ୍ତ୍ରାଳୟର ବିଶେଷଜ୍ଞ କମିଟିକୁ ପ୍ରଦାନ କରିଥିଲା। ପରୀକ୍ଷଣ ତଥ୍ୟର ପୁଙ୍ଖାନୁପୁଙ୍ଖ ତର୍ଜମା ପରେ ଆଜି କମିଟି ଏହି ଟିକାକୁ ମଂଜୁରି ଦେଇଛନ୍ତି। ବୟସ୍କମାନଙ୍କ ଭଳି ପିଲାମାନଙ୍କୁ ମଧ୍ୟ ଏହି ଟିକାର ୨ଟି ଲେଖାଏଁ ଡୋଜ ଦିଆଯିବ। ପିଲାଙ୍କ ପାଇଁ କୋଭାକ୍ସିନକୁ କେନ୍ଦ୍ର ସରକାରଙ୍କ ଦ୍ବାରା ନିଯୁକ୍ତ ଟିକା ବିଶେଷଜ୍ଞ କମିଟିର ଅନୁମୋଦନ ପରେ ଏବେ କେବଳ ଡିସିଜିଆଇ (ଭାରତର ଔଷଧ ମହାନିୟନ୍ତ୍ରକ) ମଂଜୁରିକୁ ଅପେକ୍ଷା କରାଯାଇଛି। ସବୁ ଦିଗରୁ ସକରାତ୍ମକ ରିପୋର୍ଟ ଆସିଥିବାରୁ ଖୁବ୍ଶୀଘ୍ର ଡିସିଜିଆଇ ମଧ୍ୟ ଏହାକୁ ମଂଜୁରି ଦେବାର ସମ୍ଭାବନା ରହିଛି। ଏହା ପୂର୍ବରୁ ଭାରତ ସରକାର ଅଗଷ୍ଟରେ ଜାଇଡସ୍ କାଡିଲା କରୋନା ଟିକାକୁ ୧୨ରୁ ୧୮ ବର୍ଷ ବୟସ ବର୍ଗର ପିଲାଙ୍କ କ୍ଷେତ୍ରରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ।