- Home
- »
- ସ୍ପେଶାଲ୍ ରିପୋର୍ଟ
- »
- ବଜାରକୁ ଆସିଲା ଇଚ୍ଛା ମୃତ୍ୟୁର ମେସିନ୍
ବଜାରକୁ ଆସିଲା ଇଚ୍ଛା ମୃତ୍ୟୁର ମେସିନ୍

SHARE NOW :
ନୂଆଦିଲ୍ଲୀ (ଲାଇଭ ଓଡିଶା ବ୍ୟୁରୋ): ପୁରାଣରେ ଇଚ୍ଛା ମୃତ୍ୟୁର ବରଦାନ କେବଳ ଭୀସ୍ମ ପିତାମହଙ୍କୁ ମିଳିଥିଲା । ହେଲେ ଆଧୁନୀକ ଯୁଗରେ ଇଚ୍ଛା ମୃତ୍ୟୁର କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚିତ । ଆଜ୍ଞା ହଁ ଏକଥା ଆମେ ନୁହେଁ ବରଂ ବଜାରକୁ ଆସିଥିବା ଇଚ୍ଛା ମୃତ୍ୟୁ ମେସିନ ହିଁ ପ୍ରମାଣ କରୁଛି ଯେ ଏହା ସତ । ବିନା ଯନ୍ତ୍ରଣାରେ ମିଳିବ ମୃତ୍ୟୁ ଏବଂ ତାହା ପୁଣି ନିଜ ଇଚ୍ଛା ରେ । କଫିନ୍ ସଦୃଶ୍ୟ ଦେଖାଯାଉଥିବା ଏହି ମେସିନ୍ ମାତ୍ର କେଇ ସେକେଣ୍ଡ ମଧ୍ୟରେ ଆପଣଙ୍କୁ ଦେବ ଇଚ୍ଛା ମୃତ୍ୟୁ । ଏମିତି ଏକ ବ୍ୟବସ୍ଥା ଆସିଛି ଯେଉଁଥିରେ ଆପଣ ଚାହିଁଲେ ମାତ୍ର ମିନିଟକରେ ବିନା ଯନ୍ତ୍ରଣାରେ ପ୍ରାଣ ହରାଇ ପାରିବେ । ଏହି ଯନ୍ତ୍ରଟିର ନାମ ଜ୍ୱିଚ୍ ରହିଥିବା ବେଳେ ସ୍ୱିଜରଲାଣ୍ଡ ସରକାରଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ବିଶ୍ୱର ପ୍ରଥମ ଦେଶ ଭାବରେ ଆତ୍ମହତ୍ୟାକୁ ଆଇନତଃ ବୈଧ ଘୋଷଣା କରିଛନ୍ତି ସରକାର । ଏହି ମେସିନକୁ ମୃତ୍ୟୁ ଯନ୍ତ୍ର କୁହାଯାଉଥିବା ବେଳେ ମାତ୍ର କିଛି ମିନିଟ ମଧ୍ୟରେ ଏହା ବିନା ଯନ୍ତ୍ରଣାରେ ପ୍ରାଣ ନେବାରେ ସଫଳ ହୋଇଥାଏ ।ଏହି ମେସିନ ମଧ୍ୟରେ ଅକ୍ସିଜେନ୍ ସ୍ତର କମ ରହୁଥିବାରୁ ହାଇପୋକ୍ସିଆ ବା ହାଇପୋ କାପିନାରେ ଜଣଙ୍କ ମୃତ୍ୟୁ ହୋଇଥାଏ । ଅମ୍ଲଜାନ ଅଭାବରୁ ମାତ୍ର ୧ ମିନିଟ ମଧ୍ୟରେ ପ୍ରାଣହାନି ଘଟିଥାଏ । ଏପରିକି ଏହି ମେସିନକୁ ଭିତରୁ ବସି ମଧ୍ୟ ଅପରେଟ କରି ହେବ । ଯାତାୟତ କରିପାରୁନଥିବା ତଥା କଥାବାର୍ତ୍ତା କରିପାରୁନଥିବା ଲୋକଙ୍କ ପାଇଁ ଏହି ଯନ୍ତ୍ରଟି ବେଶ ଲାଭଦାୟକ ହେବ । ଏହି ମେସିନର ଉଦ୍ଭାବକ ଡ ଫିଲିପ୍ ନିଟଶକେଙ୍କୁ ଡକ୍ଟର ଡେଥ ନାମରେ ନାମିତ କରାଯାଇଛି । ବିଗତ ବର୍ଷରେ ୧୩୦୦ ଲୋକ ଏହି ମେସିନର ବ୍ୟବହାରରେ ପ୍ରାଣ ତ୍ୟାଗ କରିଛନ୍ତି । କଫିନ ଆକାରର ଏକ କ୍ୟାପସୁଲ ଏହି ମେସିନ ସହିତ ସଂଲଗ୍ନ ରହିଥାଏ । ପ୍ରାଣତ୍ୟାଗ ପରେ ଏହି ମେସିନଟିକୁ କଫିନ ଭଳି ବ୍ୟବହାର କରାଯାଏ । ତେବେ ଡକ୍ଟର ଡେଥଙ୍କ ଏହି ଆବିଷ୍କାରକୁ କିଛି ଲୋକ ସମାଲୋଚନା ମଧ୍ୟ କରିଛନ୍ତି । ଏହି ମେସିନ ଲୋକଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଉଛି ବୋଲି କିଛି ଲୋକ ଅଭିଯୋଗ ମଧ୍ୟ କରିଛନ୍ତ