FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ଖୁବ ଶୀଘ୍ର ମାର୍କେଟକୁ ଆସୁଛି ଉଡନ୍ତା ବାଇକ୍‌

ଖୁବ ଶୀଘ୍ର ମାର୍କେଟକୁ ଆସୁଛି ଉଡନ୍ତା ବାଇକ୍‌

ଖୁବ ଶୀଘ୍ର ମାର୍କେଟକୁ ଆସୁଛି ଉଡନ୍ତା ବାଇକ୍‌
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ବିଚିତ୍ର ଏହି ବିଶ୍ୱରେ ଯୋଡି ହେବାକୁ ଯାଉଛି ଆଉ ଏକ ଇତିହାସ । ଯାହାକୁ ଦିନେ ଲୋକମାନେ ସ୍ୱପ୍ନରେ ଦେଖୁଥିଲେ , ତାହା ଏବେ ସତ ହେବାକୁ ଯାଉଛି । ନୂଆ ନୂଆ ଟେକନୋଲଜିର ଉଦ୍‌ଭାବନ ସହିତ, ଅସମ୍ଭବକୁ ସମ୍ଭବ କରିଦେଖାଉଛନ୍ତି ବୈଜ୍ଞାନିକମାନେ । ଯଦି ଆପଣମାନେ କେବେ ଉଡନ୍ତା ବାଇକ୍ କିମ୍ବା କାର କିଣିବାର କି ଚଳାଇବାର ସ୍ୱପ୍ନ ଦେଖିଛନ୍ତି ତେବେ, ତାହା ଏବେ ସତ ହେବାକୁ ଯାଉଛି । କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ, କିନ୍ତୁ ବାସ୍ତବରେ ‘ଜେଟପ୍ୟାକ୍ ଆଭିଏସନ୍’ ନାମକ ଏକ କମ୍ପାନୀ ଉଡନ୍ତା ଗାଡି ଉପରେ କାମ କରିବା ଆରମ୍ଭ କରିଦେଇଛି ।


ବର୍ତ୍ତମାନର ଯୁବ ପିଢିମାନେ , ଅଧିକ ମାଇଲେଜ୍ ବା ରେସ୍‌ର ବାଇକ୍ ପସନ୍ଦ କରୁଛନ୍ତି । ଗ୍ରାହକ ମାନଙ୍କ ମନମୁତାବକ ବାଇକ୍ ମଧ୍ୟ ବଜାରକୁ ଆସୁଛି , ଯାହାକୁ ଲୋକମାନେ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି । ତଥାବି ଏତିକିରେ ଲୋକେ ସନ୍ତୁଷ୍ଟ ନାହାନ୍ତି, ପବନ ବେଗରେ ଗତି କରୁଥିବା ସୁପର ବାଇକ୍ ପରେ ଏବେ ବଜାରକୁ ଆସିବାକୁ ଯାଉଛି ଉଡନ୍ତା ବାଇକ୍ । ଏହି ବାଇକର ନାଁ ରଖାଯାଇଛି ଦ ସ୍ପିଡର । ଏଥିପାଇଁ ଏକ ସ୍ୱତନ୍ତ୍ର ଫ୍ଲାଇଟ୍-କଣ୍ଟ୍ରୋଲ୍ ସପ୍ଟୱେର୍ ପ୍ରୋଗ୍ରାମ କରାଯାଇଛି । ଗତ ଦେଢ ବର୍ଷ ମଧ୍ୟରେ ଏପରି ଏକ ସିଷ୍ଟମ ତିଆରି କରାଯାଇଛି, ଯାହାକି ପବନରେ ବାଇକକୁ ସନ୍ତୁଳନକରି ରଖିବାରେ ସକ୍ଷମ ହେବ ଏବଂ ତାକୁ ଉଡିବାରେ ସାହାଯ୍ୟ କରିବ । ଆଉ ଏକ ଆଶ୍ଚର୍ଯ୍ୟକର କଥା ହେଉଛି, ଏହି ବାଇକ୍ ସିଧା ଟେକ୍-ଅପ୍ ଏବଂ ଲ୍ୟାଣ୍ଡିଂ କରିପାରିବ ।


କମ୍ପାନିର ସିଇଓ ଡେବିଡ୍ ମେମନଙ୍କ କହିବା ଅନୁସାରେ, ଏହି ବାଇକର ଏକ ଅଲ୍ଟ୍ରାଲାଇଟ୍ ଭରଜନ୍ ଆସନ୍ତା ଦୁଇବର୍ଷ ମଧ୍ୟରେ ପ୍ରସ୍ତୁତ ହୋଇଯିବ । ଏହି ଅଲ୍ଟ୍ରାଲାଇଟ୍ ଭରଜନର ଗତି ଘଣ୍ଟାପ୍ରତି ୬୦ମାଇଲ୍ସ ରହିବ । ଏବଂ ଏହାର ଉଡିବା କ୍ଷମତା ୧୫ ମିନିଟ୍ ରହିବ । ସେହିଭଳି ଏହି ବାଇକର ଆଉ ଦୁଇଟି ଭରଜନ୍ ବାହାରିବ । ଗୋଟିଏ ହେଉଛି ଏକ୍ସପିରିମେଣ୍ଟାଲା ବରଜନ, ଏବଂ ଅନ୍ୟଟି ଫାଇନାଲ ବର୍ଜନ୍ । ଏକ୍ସପିରିମେଣ୍ଟାଲା ବରଜନର ଘଣ୍ଟାପ୍ରତି ବେଗ ୨୫୦ ମାଇଲ୍ ରହିବ ଏବଂ ଉଡିବା କ୍ଷମତା ୩୫ମିନିଟ୍ ରହିବ । ସେହିଭଳି ଫାଇନାଲ ବର୍ଜନରେ ୮ଟି ଟର୍ବାଇନ୍ ରହିବ, ବାଇକ୍ ୨୭୨ କିଲୋର ଓଜନକୁ ଉଠାଇ ଉଡିବାରେ ସକ୍ଷମ ହେବ । ୨୦୨୨ରେ ଏହି ଭର୍ଜନର ଟେଷ୍ଟିଂ ଆରମ୍ଭ ହେବ ତେବେ ଏହାକୁ ଚଲାଇବା ପାଇଁ ପାଇଲଟକୁ କୌଣସି ଲାଇସେନ୍ସର ଆବଶ୍ୟକତା ପଡିବ ନାହିଁ । ତେବେ ଏହି ବାଇକଟି ମାର୍କେଟକୁ ଆସିବା ପରେ ଗ୍ରାହକମାନଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି କମ୍ପାନୀ ତରଫରୁ ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *

Related Posts