FOLLOW US ON SOCIAL

  1. Home
  2. »
  3. ସ୍ପେଶାଲ୍ ରିପୋର୍ଟ
  4. »
  5. ବଜାରକୁ ଆସିଛି ଗୋଲ୍ଡେନ ମୋମୋ

ବଜାରକୁ ଆସିଛି ଗୋଲ୍ଡେନ ମୋମୋ

ବଜାରକୁ ଆସିଛି ଗୋଲ୍ଡେନ ମୋମୋ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଭାରତରେ ଷ୍ଟ୍ରିଟ୍ ଫୁଡର ଅଧିକ ଚାହିଦା ରହିଛି । ସବୁ ଭିତରେ ମୋମୋକୁ ଲୋକମାନେ ବେଶ୍ ପସନ୍ଦ କରନ୍ତି । ଆପଣମାନେ ଷ୍ଟିମ , ଫ୍ରଏଡ୍ ଏବଂ ତନ୍ଦୁର ମୋମୋ ଖାଇଥିବେ । ହେଲେ କେବେ ସୁନାର ମୋମୋ ଖାଇଛନ୍ତି କି? ଆପଣ ମାନଙ୍କ ପାଇଁ ଖୁସି ଖବର, ଏବେ ବଜାରକୁ ଆସିଛି ଗୋଲ୍ଡ ମୋମୋ ।

ସୁସ୍ୱାଇର ଏକ ରେଷ୍ଟୁରାଣ୍ଟ ଗ୍ରାହକଙ୍କ ପାଇଁ ପ୍ରସ୍ତୁତ କରିଛି ୨୪କ୍ୟାରେଟ ଗୋଲ୍ଡ ପ୍ଲେଟେଡ ବାହୁବଳୀ ମୋମୋ । ଏହି ମୋମୋର ଓଜନ ୨ କାଲୋଗ୍ରାମ୍ ରହିଥିବା ବେଳେ, ଏହାକୁ ୭ରୁ ୮ ଜଣ ଲୋକ ଆରାମରେ ଖାଇପାରିବେ । ଏହି ମୋମୋର ଫିଲିଂ ଭାବେ ପନିପରିବା ଓ ଚିଜ୍ ରହିଛି । ସେହିପରି ଏହି ମୋମୋରେ ଭକ୍ଷଣ କରାଯାଇପାରୁଥିବା ୨୪କ୍ୟାରେଟ ଗୋଲ୍ଡର ପ୍ଲେଟିଂ ଦିଆଯାଇଛି । ଏହାକୁ ଆହୁରି ସ୍ୱାଦିଷ୍ଟ କରିବା ପାଇଁ ସାଙ୍ଗରେ ରହିଛି ଅରେଂଜ ମିଣ୍ଟ ମୋଇତୋ ଓ ଭଳିକି ଭଳି ଚଟଣି । ଏହାକୁ ଏକ ତମ୍ବା ପାତ୍ରରେ ପରଷା ଯାଉଛି । ଏହାର ଦାମ୍ ରହିଛି ୧୨୯୯ ଟଙ୍କା । ଭାରତରେ ପ୍ରଥମ ଥର ପାଇଁ ଏହିପରି ସୁନାର ମୋମୋ ତିଆରି କରି ଚର୍ଚ୍ଚାକୁ ଆସିଛି ସୁସ୍ୱାଇର ମେସି ଆଡ୍ଡା କ୍ୟାଫେ । ଏହାକୁ ଖାଇବା ପାଇଁ ଲୋକମାନଙ୍କର ବେଶ୍ ଭିଡ ମଧ୍ୟ ଜମୁଛି ।

Leave a Reply

Your email address will not be published. Required fields are marked *

Related Posts