FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ସ୍ତ୍ରୀ ପାଇଁ ସ୍ୱାମୀ ହୋଇଗଲେ କୁକୁର

ସ୍ତ୍ରୀ ପାଇଁ ସ୍ୱାମୀ ହୋଇଗଲେ କୁକୁର

ସ୍ତ୍ରୀ ପାଇଁ ସ୍ୱାମୀ ହୋଇଗଲେ କୁକୁର
SHARE NOW :

(ଲାଇଭ ଓଡିଶା ନ୍ୟୁଜ): ନିଜର ପ୍ରେମର ପରିଚୟ ଦେବା ପାଇଁ କିଏ କଣ ନିଜ ସ୍ତ୍ରୀର କୁକୁର ପାଲଟିଯାଏ । ରାସ୍ତାଘାଟରେ କୁକୁରଙ୍କ ଭଳି ବ୍ୟବହାର କରେ । ତଳେ ବସି ଖାଦ୍ୟ ଖାଏ । । ଧର୍ମାନୁସାରେ ତ ସ୍ୱାମୀଙ୍କୁ ଦେବତୂଲ୍ୟ ଭାବେ ପୂଜା କରାଯାଏ । କିନ୍ତୁ ଦେବତୁଲ୍ୟ ସ୍ୱାମୀଙ୍କର ଏହିଭଳି ଅବସ୍ଥା ନିଶ୍ଚିତ ଭାବେ ନିନ୍ଦନୀୟ । ଏମିତି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି ବ୍ରାଜିଲରୁ । ସେଠାରେ ଜଣେ ମହିଳା ନିଜ ସ୍ୱାମୀ୍‌ଙ୍କ ବେକରେ କୁକୁର ବେଲ୍ଟ ବାନ୍ଧି କୁକୁର ପରି ସର୍ବସାଧାରଣ ସ୍ଥାନରେ ବୁଲାଇଛନ୍ତି । ଭିଡିଓରେ ଦେଖାଯାଉଥିବା ଏହି ଦମ୍ପତ୍ତିଙ୍କ ନାମ ଲୁଆନା କାଜକି ଓ ଆର୍ଥର ଓଉର୍ସି । ପ୍ରକୃତରେ ଏମାନଙ୍କର ଏହିଭଳି କାର୍ଯ୍ୟ ପଛରେ ଏକ ବଡ ରହସ୍ୟ ଲୁଚି ରହିଥିଲା । ସ୍ୱାମୀଙ୍କୁ କୁକୁର କରିବାର ପଛରେ ଦୁଇ ଜଣଙ୍କର ଥିଲା ଏକ ବଡ ଲକ୍ଷ୍ୟ । ରୋମାଞ୍ଚଭରା ଫଟୋସୁଟ ଓ ପ୍ରେମର ଗଭୀରତା ମାପିବା ପାଇଁ ଉଭୟ ଏହା କରିଛନ୍ତି । ଲୁଆନା ତାଙ୍କ ସ୍ୱାମୀଙ୍କ ବେକରେ ବେଲ୍ଟ ବାନ୍ଧି, କୁକୁର ପରି ମାସ୍କ ପିନ୍ଧାଇ ରେଳ ଷ୍ଟେସନରେ ପଂହଚିଥିଲେ । ପରେ ସେମାନ ବଜାର, ବେକେରୀ ସପ୍ ସମେତ ଅନେକ ସ୍ଥାନରେ ଏହିଭଳି ଭାବେ ସମାନ କାର୍ଯ୍ୟ କରିଥିଲେ । ଏହାପରେ ଦୁଇଜଣ ଏକ ରେଷ୍ଟୁରାଂଟ ଯାଇଥିଲେ ଯେଉଁଠାରେ ମହିଳା ଏକ ଚେୟାରରେ ବସିଥିଲେ ଏବଂ ସ୍ୱାମୀଙ୍କୁ ତଳେ ବସାଇ କୁକୁର ପରି ଖାଇବାକୁ ଦେଇଥିଲେ ଏବଂ ତାସହିତ ସ୍ୱାମୀ ମଧ୍ୟ କୁକର ପରି ଖାଉଥିଲେ । ଏହାକୁ ଦେଖି ସେଠାରେ ଉପସ୍ଥିତ ଲୋକ ଆଶ୍ଚର୍ଯ୍ୟ ହେବା ସହିତ ଦୁଇ ଜଣକୁ ଭର୍ସନା ମଧ୍ୟ କରୁଥିଲେ । କିନ୍ତୁ ସେମାନେ ଅଟକି ନଥିଲେ । ଉଭୟ ବିଶ୍ୱାସ କରୁଥିଲେ ଯେ, ଏହିପରି ଭାବେ ସର୍ବସାଧାରଣ ସ୍ଥାନକୁ ଯିବା ଏକ ଦୁଃସାହାସିକ କାର୍ଯ୍ୟ । ଏବଂ ଲୋକମାନେ କଣ ଭାବୁଛନ୍ତି ତାହା ପ୍ରତି ସେମାନେ ଧ୍ୟାନ ଦିଅନ୍ତି ନାହିଁ । ସେମାନେ କିଛି ବେଆଇନ କାର୍ଯ୍ୟ କରି ନାହାନ୍ତି । ଏବଂ ଏହା ସହିତ ସର୍ବସାଧରଣରେ ଯାହା କରିଛନ୍ତି ତଦ୍ୱାରା କାହାର କିଛି ଅସୁବିଧା ହୋଇନାହିଁ । ଓ ସେମାନଙ୍କର ଏହି କାର୍ଯ୍ୟକଳାପ ତାଙ୍କ ପ୍ରେମ କେତେ ଗଭୀର ତାହା ଦର୍ଶାଇବାକୁ ଚାହୁଁଥିଲେ କି ସେମାନେ ପରସ୍ପର ପାଇଁ କିଛିବି କରିପାରିବେ । ଏହି ଦୃଶ୍ୟ ଅନ୍ୟ ମାନଙ୍କୁ ଭଲ ଲାଗିନଥିଲେ ମଧ୍ୟ ସେ ନିଜର ପ୍ରେମ ପାଇଁ ଏମିତି କରିଥିବା ଦୁହେଁ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts