FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ୨ ଶହ କିଲୋର ଚକ୍ଲେଟରେ ଗଣେଶ ମୂର୍ତ୍ତି ତିଆରି କରି ଚର୍ଚ୍ଚାରେ ରେସ୍ତୋରାଁ ମାଲିକ

୨ ଶହ କିଲୋର ଚକ୍ଲେଟରେ ଗଣେଶ ମୂର୍ତ୍ତି ତିଆରି କରି ଚର୍ଚ୍ଚାରେ ରେସ୍ତୋରାଁ ମାଲିକ

୨ ଶହ କିଲୋର ଚକ୍ଲେଟରେ ଗଣେଶ ମୂର୍ତ୍ତି ତିଆରି କରି ଚର୍ଚ୍ଚାରେ ରେସ୍ତୋରାଁ ମାଲିକ
SHARE NOW :

ମୁମ୍ବାଇ, ୧୧.୯(ଲାଇଭ୍ ଓଡିଶା ନ୍ୟୁଜ୍‌): ଗଣେଶ ପୂଜାକୁ ନେଇ ସବୁଆଡେ ପ୍ରସ୍ତୁତି ହୋଇଥିଲା । ତେବେ ଭିନ୍ନଭିନ୍ନ ଢଙ୍ଗରେ ଗଣେଶଙ୍କ ମୂର୍ତ୍ତି ତିଆରି କରି ଅନେକ ଲୋକ ଚର୍ଚ୍ଚାରେ ମଧ୍ୟ ଆସିଛନ୍ତି । ହେଲେ ଏହା ଭିତରେ ଜଣେ ୨ ଶହ କିଲୋ ଚକ୍ଲେଟରେ ଗଣେଶଙ୍କ ମୂର୍ତ୍ତି ତିଆରି କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ତାଙ୍କୁ ଏବେ ସମସ୍ତେ ଚକ୍ଲେଟ ପ୍ରସ୍ତୁତ କର୍ତ୍ତା ବୋଲି କହୁଛନ୍ତି । ତେବେ ସେ ହେଉଛନ୍ତି ଲୁଧିଆନାର ହରଜିନ୍ଦର ସିଂହ କୁକରେଜା । ତାଙ୍କର ଲୁଧିଆନାରେ ଏକ ରେସ୍ତୋରାଁ ରହିଛି ।


ତେବେ ସେ ଗୋଟିଏ ବର୍ଷ ନୁହେଁ ଲଗାତାର ୬ ବର୍ଷ ଧରି ଚକ୍ଲେଟ ଗଣେଶ ମୂର୍ତ୍ତି ନିର୍ମାଣ କରିଆସୁଛନ୍ତି । ଚଳିତ ବର୍ଷ ଗଣେଶ ପୂଜା ଅବସରରେ ସେ ଇନଷ୍ଟାଗ୍ରାମରେ ଗଣେଶ ମୂର୍ତ୍ତି ପ୍ରଦର୍ଶନ କରି ପୋଷ୍ଟ କରିଛନ୍ତି । ଗାଢ ଧୂସର ରଙ୍ଗର ଏହି ଗଣେଶ ମୂର୍ତ୍ତିରେ ସୁନା ରଙ୍ଗ ଦ୍ୱାରା ଆଭୂଷଣ କରାଯାଇଛି । ଏହାସହିତ ମୁକୁଟ ମଧ୍ୟ ସଜାଯାଇଛି ।

ତେବେ ହରଜିନ୍ଦର ନିଜ ପୋଷ୍ଟରେ ଲେଖିଛନ୍ତି ଯେ ୧୦ ଜଣ ସେଫ ଏହି ନିର୍ମାଣରେ ଲାଗିଥିଲେ । ଏହି ମୂର୍ତ୍ତି ତିଆରି କରିବାକୁ ୨ ଶହ କିଲୋରୁ ଅଧିକ ଚକ୍ଲେଟ ଲାଗିଥିବା ବେଳେ ମୂର୍ତ୍ତିକୁ କ୍ଷୀରରେ ବିସର୍ଜନ କରି ଚକ୍ଲେଟ କ୍ଷୀର ପ୍ରସାଦକୁ ବସ୍ତି ଅଞ୍ଚଳର ପିଲାଙ୍କୁ ବାଣ୍ଟିବାକୁ ଯୋଜନା କରିଥିବା ହରଜିନ୍ଦର କହିଛନ୍ତି । ତେବେ ତାଙ୍କର ଏଭଳି ପ୍ରୟାସକୁ ସମସ୍ତେ ବେଶ ପ୍ରଶଂସା ମଧ୍ୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *

Related Posts