- Home
- »
- ସ୍ପେଶାଲ୍ ରିପୋର୍ଟ
- »
- ଶିକ୍ଷା ମାନବ ସମାଜର ଗୁରୁତ୍ତ୍ୱପୂ୍ର୍ଣ୍ଣ ଅଙ୍ଗ
ଶିକ୍ଷା ମାନବ ସମାଜର ଗୁରୁତ୍ତ୍ୱପୂ୍ର୍ଣ୍ଣ ଅଙ୍ଗ

SHARE NOW :
ଲାଇଭ ଓଡିଶା ନ୍ୟୁଜ ବ୍ୟୁରୋ : ଶିକ୍ଷା ଯାହା ମାନବ ସମାଜର ଏକ ଗୁରୁତ୍ତ୍ୂପୂର୍ଣ୍ଣ ଅଙ୍ଗ । ଶିକ୍ଷାର ବିକାଶରେ ଦେଶର ବିକାଶ । ଯେଉଁଠି ଶିକ୍ଷାର ପରିଭାଷା ଆଜି ମଧ୍ୟ ସମାନ ସେଠି ବଦଳି ଯାଇଛି ଶିକ୍ଷା ଗ୍ରହଣ କରିବାର ପନ୍ଥା ନାହିଁ ସେହି ଚାଟଶାଳୀ କି ଗୁରୁକୂଳ ଆଶ୍ରମ । ହେଲେ ଶିକ୍ଷାର ମହତ୍ତ୍ୱ ଆଜି ମଧ୍ୟ ସମାନ । ଜୀବନରେ ଶିକ୍ଷାର ଆବଶ୍ୟକତା ଯେତିକି ଶିକ୍ଷା ଗ୍ରହଣ କରିବା ପାଇଁ ଗୁରୁଙ୍କ ଆବଶ୍ୟକତା ମଧ୍ୟ ସେତିକି । ଆଜି ହେଉଛି ଜାତୀୟ ଶିକ୍ଷା ଦିବସ । ସ୍ଵାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅକୁଲ କଲାମ ଆଜାଦଙ୍କ ଜନ୍ମ ବାର୍ଷିକୀ ଅବସରରେ ଏହି ଦିବସ ପାଳିତ ହୋଇଥାଏ । ଆଜାଦ୍ ଯିଏ ୧୯୪୭ ଅଗଷ୍ଟ ୧୫ ରୁ ୧୯୫୮ ଫେବୃୟାରୀ ୨ ପର୍ଯ୍ୟନ୍ତ ଶିକ୍ଷାମନ୍ତ୍ରୀ ଭାବେ କାର୍ୟ୍ୟ କରିଥିଲେ । ୧୯୧୨ ରୋ ବ୍ରିଟିଶ ନିତିକୁ ସମାଲେଚନା କରି ପ୍ରଥମ ଥର ପାଇଁ ଏକ ଉର୍ଦ୍ଦୁ ସାପ୍ତାହିକ ପତ୍ରିକା ଆରମ୍ଭ କରିଥିଲେ । ମହିଳା ମାନଙ୍କୁ ଶିକ୍ଷା ପ୍ରଦାନ ପାଇଁ ଆଜାଦ ଦୃଢ ଭାବରେ ସମର୍ଥନ କରିଥିଲେ। ୧୯୪୯ ମସିହାରେ କେନ୍ଦ୍ରୀୟ ସଭାରେ ମହିଳାମାନଙ୍କର ଉନ୍ନତି ପାଇଁ ଶିକ୍ଷାର ଗୁରୁତ୍ତ୍ୱ ପୂର୍ଣ୍ଣ ଭୂମିକା ବିଷୟରେ ଆଲୋକପ୍ଧଚ୍ଛ କରିଥିଲେ । ସେ ଆଧୁନିକ ଶିକ୍ଷା ବ୍ୟବସ୍ଥା ପାଇଁ ଜୋର ଦେଇଥିଲେ ଏବଂ ଶିକ୍ଷାଗତ ଯୋଗ୍ୟତା ପାଇଁ ଇଂରାଜୀ ଭାଷାର ବ୍ୟବହାରକୁ ସମର୍ଥନ କରିଥିଲେ। ଏବଂ ମାତୃଭାଷା ଉପରେ ଗୁରୁତ୍ତ୍ୱ ଦେବା ପାଇଁ ମଧ୍ୟ ମତ ଦେଇଥିଲେ । ଆଜିର ଶିକ୍ଷା ବ୍ୟବସ୍ଥା ଏବଂ ବିଗତ ଦିନର ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଅନ୍ତର ଅନେକ । ହେଲେ ଶିକ୍ଷାର ପରିଭାଷା ଆଜି ମଧ୍ୟ ସମାନ ।