FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ନଅ ମାସରେ କୋଟିପତି ନବମ ଶ୍ରେଣୀର ଛାତ୍ର

ନଅ ମାସରେ କୋଟିପତି ନବମ ଶ୍ରେଣୀର ଛାତ୍ର

ନଅ ମାସରେ କୋଟିପତି ନବମ ଶ୍ରେଣୀର ଛାତ୍ର
SHARE NOW :

କରୋନା ବଦଳାଇ ଦେଲା ଭାଗ୍ୟ । ମହାମାରୀ କରୋନା ସମୟରେ ଅନେକ ଲୋକ ନିଜର ବେଉସା ହରାଇଥିବା ବେଳେ କେତେକଙ୍କ ଜୀବନ ଶୈଳୀ ବଦଳିଯାଇଥିବା ଦେଖିବାକୁ ମିଳିଛି । ଆଜିକାଲି ସମସ୍ତେ ଅନଲାଇନ ମାଧ୍ୟମରେ ରୋଜଗାର କରିବାକୁ ପସନ୍ଦ କରୁଛନ୍ତି । ନିଜର ବୁଦ୍ଧି ପ୍ରୟୋଗ କରି ଅନେକ ଏଥିରେ ସଫଳ ମଧ୍ୟ ହେଉଛନ୍ତି । କିନ୍ତୁ ଅସାବଧାନତା ଯୋଗୁ ଅନେକ ଲୋକ ଠକେଇର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଜଣେ ନବମ ଶ୍ରେଣୀର ପୁଅ ଏହାକୁ ସଫଳ କରି ଦେଖାଇଛନ୍ତି ।

କଠିନ ପରିଶ୍ରମ ଓ ବୁଦ୍ଧିର ଯେ ବିକଳ୍ପ ନାହିଁ ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ବାଲେଶ୍ୱରର ଛାତ୍ର ଆୟୁଷ୍ମାନ ପାଣିଗ୍ରାହୀ । ନିଜ ବୁଦ୍ଧିର ଭରପୁର ସଦୁପଯୋଗ କରି ଅନଲାଇନ ଟ୍ରେଡିଂ ମାଧ୍ୟମରେ ୯ମାସରେ ୧କୋଟିରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି । ବାଲେଶ୍ୱର ଗୁଡିପଦା ଅଞ୍ଚଳର ରାମଚନ୍ଦ୍ର ମହାଳିକ ଓ ଜୟନ୍ତୀ ପାଣିଗ୍ରାହୀଙ୍କ ପୁଅ ହେଉଛନ୍ତି ଆୟୁଷ୍ମାନ । ସେଣ୍ଟ ଥୋମାସ କନଭେଣ୍ଟ ସ୍କୁଲରେ ପାଠ ପଢୁଥିବା ଆୟୁଷ୍ମାନ ଜଣେ ମେଧାବୀ ଛାତ୍ର ଅଟନ୍ତି ।

ଟିଭି ଚ୍ୟାନେଲରେ ଗୀତ ଗାଉଥିବା ସଂଙ୍ଗୀତଜ୍ଞ ଶାନ୍ତନୁ ନାୟକ , ଗୁଡଲି ରଥ ଓ ସୁନ୍ଦର ରାୟଙ୍କ ପ୍ରେରଣା ଆୟୁଷ୍ମାନଙ୍କୁ କିଛି ଅଲଗା କରି ଦେଖାଇବାର ସୁଯୋଗ ଦେଇଥିଲା । ଅନଲାଇନ ମାଧ୍ୟମରେ ରୋଜଗାର କରିହେବା ନେଇ ସେମାନଙ୍କଠାରୁ ଜାଣିବା ପରେ ଅନଲାଇନ ଟ୍ରେଡିଂରେ ଆୟୁଷ୍ମାନଙ୍କର ବଢିଥିଲା ଆଗ୍ରହ । ଏହା ବାବଦରେ ଇଣ୍ଟରନେଟରୁ କିଛି ଜ୍ଞାନ ଆହରଣ କରିବା ପରେ ଦୁବାଇସ୍ଥିତ ସୁବାଡେନ ଇ-କମର୍ସ କମ୍ପାନୀ କ୍ରାଉଡ୍‌-୧ ମାଧ୍ୟମରେ ସେ ଆରମ୍ଭ କରିଥିଲେ ଇ ଟ୍ରେଡିଂ । ଗତ ବର୍ଷ ଡିସେମ୍ବର ମାସରେ ଅନଲାଇନ ବ୍ୟବସାୟରେ ପାଦ ଥାପି ମାତ୍ର ୯ହଜାର ଟଙ୍କା ବିନିଯୋଗ କରି ୯ମାସ ମଧ୍ୟରେ ହୋଇପାରିଥିଲେ କୋଟିଏ ଟଙ୍କାର ମାଲିକ । ଏତେ କମ ବୟସରୁ କୋଟିଏ ଟଙ୍କା ରୋଜଗାର କରିବା ପରେ ତାଙ୍କ ପରିବାର ତାଙ୍କୁ ନେଇ ଗର୍ବ ଅନୁଭବ କରୁଛି । ମନୋବଳ ଦ୍ୱାରା ଦୁନିଆର ସବୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିବ ଏହି ଉକ୍ତିର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ଆୟୁଷ୍ମାନ ।

Leave a Reply

Your email address will not be published. Required fields are marked *

Related Posts