FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ବୟସର ଅପରାହ୍ନରେ ହେଲେ ଟପ୍ପର

ବୟସର ଅପରାହ୍ନରେ ହେଲେ ଟପ୍ପର

ବୟସର ଅପରାହ୍ନରେ ହେଲେ ଟପ୍ପର
SHARE NOW :

(କେରଳ)ଲାଇଭ ଓଡିଶା ବ୍ୟୁରୋ: ପାଠରେ ଦେଖାଯାଏନି ବୟସସୀମା । ଯେକେହି ଭି ଯେକୌଣସି ବୟସରେ ପାଠ ପଢି ଡିଗ୍ରୀ ହାସଲ କରିପାରିବେ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେରଳରେ । ବୟସର ଅପରାହ୍ନରେ ପରୀକ୍ଷାରେ ଭଲ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ଜଣେ ୧୦୪ବର୍ଷର ବୃଦ୍ଧା । ବୃଦ୍ଧା ଜଣକ ହେଉଛନ୍ତି କୋଟାୟମ ଅଂଚଳର ଶତାୟୁ ପରୀକ୍ଷାର୍ଥୀ କୁଟ୍ଟିଭାମ୍ମା । କେରଳରେ ହୋଇଥିବା ରାଜ୍ୟ ସାକ୍ଷରତା ଅଭିଯାନ ପରୀକ୍ଷାରେ ବୃଦ୍ଧା ଜଣକ ପରୀକ୍ଷା ଦେଇ ୧୦୦ମାର୍କରୁ ୮୯ମାର୍କ ରଖି ସଫଳ ହୋଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ଖୁସୀ ବ୍ୟକ୍ତ କରିଛନ୍ତି ରାଜ୍ୟ ଶିକ୍ଷା ମନ୍ତ୍ରୀ ବାସୁଦେବନ ଶିବାନକୁଟ୍ଟି । ସୋସିଆଲ ମିଡିଆରେ ବୃଦ୍ଧାଙ୍କ ସଫଳତା ପାଇର୍ ଧନ୍ୟବାଦ ଜଣାଇଛନ୍ତି । କେରଳରେ ଶିକ୍ଷାକୁ ତୃଣମୂଳ ସ୍ତରରେ ପଂହଚାଇବା ଲାଗି ରାଜ୍ୟ ସରକାର ଅଭିଯାନ ଜାରି ରଖିଛନ୍ତି । ଏଥିଲାଗି ସମସ୍ତ ବୟସର ଲୋକଙ୍କୁ ସୁଯୋଗ ପ୍ରଦାନ କରାଯାଉଛି । ଚତୁର୍ଥ, ସପ୍ତମ, ଦଶମ, ଏକାଦଶ ଓ ଦ୍ୱାଦଶ ଷ୍ଟାଣ୍ଡାର୍ଡ ଲାଗି ପରୀକ୍ଷା କରାଯାଉଛି ।

Leave a Reply

Your email address will not be published. Required fields are marked *

Related Posts