FOLLOW US ON SOCIAL

  1. Home
  2. »
  3. ସ୍ପେଶାଲ୍ ରିପୋର୍ଟ
  4. »
  5. ଲକ୍‌ଡାଉନ୍ ସମୟରେ କେନ୍ଦୁଝର ବାସୀଙ୍କ ପାଇଁ ବରଦାନ ଟାଟାର ‘ପନିପରିବା ବଗିଚା’

ଲକ୍‌ଡାଉନ୍ ସମୟରେ କେନ୍ଦୁଝର ବାସୀଙ୍କ ପାଇଁ ବରଦାନ ଟାଟାର ‘ପନିପରିବା ବଗିଚା’

ଲକ୍‌ଡାଉନ୍ ସମୟରେ କେନ୍ଦୁଝର ବାସୀଙ୍କ ପାଇଁ ବରଦାନ ଟାଟାର ‘ପନିପରିବା ବଗିଚା’
SHARE NOW :


କେନ୍ଦୁଝର, ୧୦/୯ (ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ଟାଟାଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଆରମ୍ଭ କରାଯାଇଥିବା ‘ପନିପରିବା ବଗିଚା’ କାର୍ଯ୍ୟକ୍ରମ ମହାମାରୀ କାଳରେ ଅନେକ ପରିବାରଙ୍କ ପାଇଁ ଜୀବନ ଦାନ ସାବ୍ୟସ୍ତ ହୋଇଛି । ଏହାସହ ଲକ୍‌ଡାଉନ୍ ସମୟରେ ବୃତ୍ତି ହରାଇଥିବା ଅନେକ ପରିବାରଙ୍କ ଜୀବନଜୀବିକା ମଧ୍ୟ ସୁନିଶ୍ଚିତ କରାଇଛି ।


ଏସଂପର୍କରେ ଟାଟାଷ୍ଟିଲଯୋଡ଼ା ସିଏସ୍‌ଆରଡିଭିଜନ୍‌ର ଶାଖା ମୁଖ୍ୟ ରବିନ୍ଦ୍ର କୁମାର କହିଛନ୍ତି ଯେ, “ପୁଷ୍ଟିସାର, ଭିଟାମିନ୍ ଓ ତନ୍ତୁଯୁକ୍ତ ପନିପରିବା ଚାଷର ଶୁଭାରମ୍ଭ ସହିତ ଏହି ‘ପନିପରିବା ବଗିଚା’ ଜନଜାତି ଗୋଷ୍ଠୀଲୋକମାନଙ୍କ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଆଣିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଆମ ଟିମ୍‌ର ସଦସ୍ୟମାନେ ନିୟମିତଭାବେ ଚାଷୀମାନଙ୍କ ସହିତ ଯୋଗାଯୋଗ ରଖିବା ସହିତ ସେମାନଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେଉଛନ୍ତି । ଆମେ ଧିରେଧିରେ ଏହି ଚାଷର ବ୍ୟବସାୟୀକରଣ କରିବାକୁ ଚେଷ୍ଟାକରୁଛୁ, ଯାହାଫଳରେ ମହିଳାମାନେ ନିଜ ଉତ୍ପାଦନରେ ବୃଦ୍ଧି ଆଣିବା ସହିତ ନିଜ ପରିବାରର ଆବଶ୍ୟକତା ପୁରଣହେବା ପରେ ବାକି ଉତ୍ପାଦଗୁଡ଼ିକୁ ବଜାରରେ ବିକ୍ରି କରିପାରିବେ” ।


ଟଟା ପକ୍ଷରୁ ୨୦୨୧ ଆର୍ଥିକ ବର୍ଷରେ ନିଜ କାର୍ଯ୍ୟକ୍ଷେତ୍ର ଓ ପାଶ୍ୱବର୍ତ୍ତୀ ଅଞ୍ଚଳରେ ଏଭଳି ପ୍ରାୟ ୮୦୦ ବଗିଚାସ୍ଥାପନ ପାଇଁ ପିଙ୍କି ନାମକ ଜଣେ ମହିଳାଙ୍କୁ ସହାୟତା ଯୋଗାଇ ଦିଆଯାଇଛି । ମହାମାରୀ ସମୟରେ ଯୋଡ଼ା ଅଞ୍ଚଳର ଲୋକମାନେ ସବୁଜ ପନିପରିବା କିଣିବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ପିଙ୍କି ମିଶ୍ର ‘ପନିପରିବା ବଗିଚା’ କାର୍ଯ୍ୟକ୍ରମ ମାଧ୍ୟମରେ ନିଜ ପରିବାର ପାଇଁ ଦୀର୍ଘସ୍ଥାୟୀ ଜୀବନଜୀବିକାକୁ ସୁନିଶ୍ଚିତ କରିବା ସହିତ ସେମାନଙ୍କର ପୃଷ୍ଟିକର ଖାଦ୍ୟର ଆବଶ୍ୟକତାକୁ ମଧ୍ୟ ପୁରଣ କରିଥିଲେ ।

ଏସଂପର୍କରେ ପିଙ୍କି କହିବା ଅନୁସାରେ ତାଙ୍କ ବଗିଚାରୁ ପରିବାରର ଖାଦ୍ୟ ଆବଶ୍ୟକତା ପୁରଣ ହୋଇପାରୁଥିବାରୁ ତାଙ୍କୁ ଆଉ ବଜାରକୁ ଯାଇ ପନିପରିବା ଆଣିବା ପାଇଁ ଚିନ୍ତାକରିବାକୁ ପଡୁନଥିଲା । ଲକ୍‌ଡାଉନ୍ ସମୟରେ ଲୋକମାନେ ବଜାର ଯାଇପାରୁ ନଥିବା ବେଳେ ମୁଁନିଶ୍ଚିନ୍ତରେ ଥିଲି । ପାଶ୍ୱର୍ବର୍ତ୍ତୀ ଅଞ୍ଚଳର କିଛି ମହିଳା ମୋ ନିକଟରୁ ସହାୟତା ପାଇଁ ନିଜବାରିପଟେ ଏହିଚାଷ ଆରମ୍ଭ କରିଥିଲେ ।


ସେହିପରି ବିଚ୍ଛାକୁଣ୍ଡିର ରେଣୁଲା ଗୁରି ‘ପନିପରିବା ବଗିଚା’ ମାଧ୍ୟମରେ ନିଜ ବଗିଚାରେ ପତ୍ରଯୁକ୍ତ ପ୍ରଜାତି ବ୍ୟତୀତ ୫ରୁ ଊର୍ଦ୍ଧ୍ୱ ପ୍ରକାର ପନିପରିବା ଚାଷ କରିଛନ୍ତି। “ସାଧାରଣତଃ ଆମେ ନିଜ ବାରିପଟେ ଗୋଟିଏ ପ୍ରକାରର ପନିପରିବା ଚାଷ କରିଥାଉ । ‘ପନିପରିବା ବଗିଚାର’ ଶୁଭାରମ୍ଭ ଓ ଏହାର ସ୍ଥାପନା ପରେ ଆମେ ୧୦ରୁ ଊର୍ଦ୍ଧ୍ୱ ପନିପରିବା ଚାଷ କରିବା ସହିତ ଏହାକୁ ଖାଦ୍ୟ ରୂପେ ଗ୍ରହଣକରୁଛୁ” ବୋଲି ସେକହିଛନ୍ତି । ଏହିଭଳି କେନ୍ଦୁଝର ଜିଲ୍ଲାର ବହୁ ପରିବାରକୁ ଦୀର୍ଘ ସ୍ଥାୟୀ ଜୀବନଜୀବିକା ଯୋଗାଇବାରେ ‘ପନିପରିବା ବଗିଚା’ର ଅବଦାନ ଅନେକ ରହିଛି ।


‘ପନିପରିବା ବଗିଚା’ର ପ୍ରସାର ପାଇଁ ନିୟମିତ ଭାବେ ପ୍ରଶିକ୍ଷଣ ଓ କର୍ମଶାଳାର ଆୟୋଜନ କରାଯାଉଛି । ଅତି ନିକଟରେ ୩୦ରୁ ଊର୍ଦ୍ଧ୍ୱମହିଳାଙ୍କୁ ନେଇ ବାଂଶପାଣି ବାରିକସାହି ଓ ଯୋଡ଼ାବସ୍ତିରେ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବର୍ତ୍ତମାନ ଚାଲିଥିବା ଜାତୀୟ ପୁଷ୍ଟି ସପ୍ତାହରେ ସଠିକ୍ ପୃଷ୍ଟିକର ଖାଦ୍ୟ ଗ୍ରହଣ ଉପରେ ସଚେତନତା ସୃଷ୍ଟିକରିବା ପାଇଁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି । ଏହାସହ ଫଳବଗିଚାକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି । କୁନ୍ଦୁରୁପାଣି, ଜଳହରି, ଖଣ୍ଡବନ୍ଧ,ବେଲଦା, ବିଚ୍ଛାକୁଣ୍ଡି ଓ ବନ୍ଧୁଆ ବେଡ଼ାରେ ବାଡ଼ ନିର୍ମାଣ ସହିତ ରୋପଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି । ୨୦ ଏକରରେ ପରିବ୍ୟାପ୍ତ ୮ଟି ଫଳ ବଗିଚାରେ ୧୧୦୦ରୁ ଊର୍ଦ୍ଧ୍ୱ ଚାରାରୋପଣ କରାଯାଇଛି ।

Leave a Reply

Your email address will not be published. Required fields are marked *

Related Posts