- Home
- »
- ସ୍ପେଶାଲ୍ ରିପୋର୍ଟ
- »
- ମନୁଷ୍ୟ ଶରୀରରେ ଘୁଷୁରୀ କିଡନୀ
ମନୁଷ୍ୟ ଶରୀରରେ ଘୁଷୁରୀ କିଡନୀ

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ମନୁଷ୍ୟ ଶରୀରରେ କିଡନୀ ଟ୍ରାନ୍ସପ୍ଲାଣ୍ଟ କଥା ଆପଣ ମାନେ ଅନେକ ଶୁଣିଥିବେ କିନ୍ତୁ ସେହି ମାନବ ଶରୀରରେ ଘୁଷୁରୀ କିଡନୀ ପ୍ରତ୍ୟାରୋପଣ କଥା ଆପଣମାନେ ଜାଣିଛନ୍ତି କି? ବୈଜ୍ଞାନିକମାନଙ୍କୁ ଏବେ କିଡନୀ ପ୍ରତ୍ୟାରୋପଣ କ୍ଷେତ୍ରରେ ମିଳିଛି ଏକ ବଡ ସଫଳତା । ଏଣିକି ମାନବ ଶରୀରରେ ଘୁଷୁରୀର କିଡନୀକୁ ପ୍ରତ୍ୟାରୋପଣ କରିହେବ । ଯାହାକୁ ମେଡିକାଲ କ୍ଷେତ୍ରରେ ଏକ ବିପ୍ଳବ ବୋଲି କୁହାଯାଇପାରେ ।
ଦୀର୍ଘ ଦଶନ୍ଧି ଧରି ବୈଜ୍ଞାନିକମାନେ ପଶୁ ଅଙ୍ଗକୁ ପ୍ରତ୍ୟାରୋପଣ କରି ମାନବ ଜୀବନ ରକ୍ଷା ଉପରେ ରିସର୍ଚ୍ଚ କରି ଆସୁଥିଲେ । ବର୍ତ୍ତମାନ ସମୟରେ ହେଉଥିବା ଅଙ୍ଗ ଅଭାବକୁ ଦୂର କରିବା ପାଇଁ ଘୁଷୁରୀ ଉପରେ ରିସର୍ଚ୍ଚ କରାଯାଇଥିଲା । ମାତ୍ର ଏ କ୍ଷେତ୍ରରେ ଅନେକ ପ୍ରତିବନ୍ଧକ ଦେଖାଦେଇଥିଲା । ଗତ ମାସରେ ଯୁକ୍ତରାଷ୍ଟ୍ରର ଡକ୍ଟର ରବର୍ଟ ମୋଣ୍ଟଗୋମେରି ଏକ ଟିମକୁ ନେଇ ଏନୱାଇୟୁ ଲାଙ୍ଗୋନ ହେଲଥଠାରେ ଘୁଷୁରୀ କିଡନୀକୁ ମଣିଷ ଶରୀରରେ ପ୍ରତ୍ୟାରୋପଣ କରିବା ପାଇଁ ଏକ ଅସ୍ତ୍ରୋପଚାର କରିଥିଲେ ।
ଏହି ରିସର୍ଚ୍ଚ ପାଇଁ ଜଣେ ମହିଳାଙ୍କ ମୃତ ଦେହକୁ ତାଙ୍କ ପରିବାରର ସହମତି କ୍ରମେ ଏନୱାଇୟୁ ଠାରେ ରଖାଯାଇଛି । ମାନବ ଅଙ୍ଗ ଅଭାବକୁ ଦୂର କରିବା ପାଇଁ ଅନେକ ବାୟୋଟେକ କମ୍ପାନୀ ଘୁଷୁରୀ ଅଙ୍ଗକୁ ପ୍ରତ୍ୟାରୋପଣ ପାଇଁ ରିସର୍ଚ୍ଚ ଜାରି ରଖିଛନ୍ତି । ସୂଚନା ଅନୁଯାୟୀ ଆମେରିକାରେ ବର୍ତ୍ତମାନ କିଡନୀ ପ୍ରତ୍ୟାରୋପଣ ପାଇଁ ୯୦ହଜାର ଲୋକ ଅପେକ୍ଷା କରି ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଦିନ ୧୨ଜଣଙ୍କର ମୃତ୍ୟୁ ହେଉଥିବା ଜଣାପଡିଛି । ତେବେ ବୈଜ୍ଞାନିକମାନଙ୍କ କହିବା ଅନୁସାରେ ଯଦି ଏହି ଅସ୍ତ୍ରୋପଚାର ସଫଳ ହୁଏ , ତେବେ ଏହା ମାନବ ଶରୀରରେ କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ଲାଭପ୍ରଦ ହୋଇପାରିବ ।