FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ଏନସିବି ହାବୁଡରେ ଶାହାରୁଖ ଖାନ୍‌ଙ୍କ ପୁଅ

ଏନସିବି ହାବୁଡରେ ଶାହାରୁଖ ଖାନ୍‌ଙ୍କ ପୁଅ

ଏନସିବି ହାବୁଡରେ ଶାହାରୁଖ ଖାନ୍‌ଙ୍କ ପୁଅ
SHARE NOW :

ମୁମ୍ବାଇ( ଲାଇଭ ଓଡିଶା ନ୍ୟୁଜ): ଏନସିବି କବଜାରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟାନ ଖାନ୍ । ମୁମ୍ବାଇ ଉପକୂଳରେ ଏକ ଜାହାଜରେ ରେଭ ପାର୍ଟି ଚାଲିଥିବା ବେଳେ ଡ୍ରଗ୍ସ କାରବାର ନେଇ ଏନସିବି ପକ୍ଷରୁ ହୋଇଥିଲା ଚଢାଉ । ଏହି ସମୟରେ ପାର୍ଟିରେ ୧୦ଜଣଙ୍କ ସମେତ ଶାହାରୁଖ ଖାନ୍‌ଙ୍କ ପୁଅଙ୍କୁ ମଧ୍ୟ ଧରିଥିଲେ ଏନସିବି ଅଧିକାରୀ । ତେବେ ରେଭ ପାର୍ଟି ଚାଲିଥିବା ବେଳେ ଏନସିବି ଚଢାଉ କରି ଅନେକ ପ୍ରକାର ଡ୍ର୍‌ଗ୍ସ ସମେତ ନିଶା ସାମଗ୍ରୀ ଜବତ କରିଥିବା ଜଣାପଡିଛି । ଏନସିବିର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ସୂଚନା ଅନୁଯାୟୀ ଆର୍ଯ୍ୟାନ ଖାନ୍‌ଙ୍କ ବିରୋଧରେ ଏପଯ୍ୟନ୍ତ କୌଣସି ମାମଲା ରୁଜୁ କରାଯାଇ ନାହିଁ । କେବଳ ତାଙ୍କ ଫୋନ ସିଜ କରାଯାଇଛି । ସେ ପାଖରେ ଡ୍ରଗ୍ସ ରଖୁଥିଲେ କି ନାହିଁ ତାର ଏବେ ତଦନ୍ତ କରାଯାଉଛି । ତେବେ ଖବର ଅନୁଯାୟୀ ଅଟକଙ୍କ ମଧ୍ୟରେ ଶକ୍ତି କପୁରଙ୍କ ପୁଅ ଥିବା ମଧ୍ୟ ସୂଚନା ମିଳିଛି । ଏହାସହିତ ଏହି ପାର୍ଟି ଆୟୋଜନ କରାଯାଇଥିବା ୬ଜଣ ବ୍ୟକ୍ତିଙ୍କୁ ହାଜର ହେବା ପାଇଁ ସମନ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *

Related Posts