- Home
- »
- ସ୍ପେଶାଲ୍ ରିପୋର୍ଟ
- »
- ଭାରତର ଶେଷ ଗାଁ “ମାନା”, ଜାଣନ୍ତୁ କଣ ରହିଛି ରହସ୍ୟ
ଭାରତର ଶେଷ ଗାଁ “ମାନା”, ଜାଣନ୍ତୁ କଣ ରହିଛି ରହସ୍ୟ

SHARE NOW :
ଭୁବନେଶ୍ୱର(ନୀଳାଚଳ ନ୍ୟୁଜ୍): ଦୁନିଆରେ ପାଖାପାଖି ସବୁ ଦେଶରେ କିଛି ନା କିଛି ରହସ୍ୟମୟୀ ସ୍ଥାନ ରହିଛି ଯାହାକୁ ନେଇ ସେହି ଦେଶର ଲାକମାନେ ଗର୍ବ କରିଥାନ୍ତି । ସେହିପରି ଆମ ଦେଶ ଭାରତରେ ଅନେକ ଗୁଡିଏ ରହସ୍ୟମୟୀ ସ୍ଥାନ ରହିଛି ଏବଂ ପ୍ରତ୍ୟେକ ସ୍ତାନର କିଛି ନା କିଛି ବିଶେଷ୍ୱତ ମଧ୍ୟ ରହିଛି । ଆଜି ଆମେ ଆପଣମାନଙ୍କୁ ଭାରତର ଏମିତି ଏକ ସ୍ଥାନ ବିଷୟରେ ଜଣାଇବୁ ଯାହା ବିଷୟରେ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣମାନେ ଦେଶର ଅନେକ ଗାଁ ବିଷୟରେ ଶୁଣିଥିବେ । ହେଲେ କେବେ ଭାରତର ଶେଷ ଗାଁ ବିଷୟରେ ଶୁଣିଛନ୍ତି କି?
ଭାରତର ଶେଷ ଗାଁ , ଯାହାର ନାଁ ହେଉଛି ମାନା । ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ କି ଏହି ଗାଁରେ ରହିଛି ସ୍ୱର୍ଗକୁ ଯିବାର ରାସ୍ତା । ମାନା ଗାଁ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ଭାରତ ଚାଇନା ବଡରରେ ଅବସ୍ଥିତ । ହିମାଳୟ ପର୍ବତର ପାଦ ଦେଶରେ ଅବସ୍ଥିତ ଏହି ଗାଁଟି ବଦ୍ରିନାଥ ସହରଠାରୁ ୩କିଲୋମିଟର ଉପରେ ଅବସ୍ଥିତ । ୬୦ରୁ ୭୦ ଘର ଥିବା ଏହି ଗାଁରେ ପାଖାପାଖି ୩୦୦ଲୋକ ବସବାସ କରନ୍ତି ।
ଏହି ଗାଁର ଇତିହାସ ମହାଭାରତ ସମୟରୁ ରହିଛି । କୁହାଯାଏ ଯେ , ମହାଭାରତ ଯୁଦ୍ଧ ପରେ ପାଣ୍ଡବମାନେ ଏହି ଗାଁ ଦେଇ ସ୍ୱର୍ଗକୁ ଯାଇଥିଲେ । ଇତିହାସ ଅନୁସାରେ ଏହି ଗାଁର ପୈାରାଣିକ ନାମ ମଣିଭଦ୍ର ରହିଛି । ଏହି ଗାଁଟି ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ବେଶ୍ ପରିଚିତ । ଗାଁଠାରୁ କିଛି ଦୂର ପାହାଡ ଉପରକୁ ଗଲେ ପ୍ରଥମେ ଦେଖାଯାଏ ଗଣେଷ ଗୁମ୍ଫା ଓ ପରେ ବ୍ୟାସ ଗୁମ୍ଫା ।
କୁହାଯାଏ ଏହି ବ୍ୟାସ ଗୁମ୍ଫାରେ ଋଷି ବ୍ୟାସଦେବ ମହାଭାରତ ଓ ବେଦପୁରାଣର ରଚନା କରିଥିଲେ । ବ୍ୟାସ ଗୁମ୍ଫାକୁ ଲାଗି ରହିଥିବା ଗଣେଷ ଗୁମ୍ଫା ରେ ଭଗବାନ ଗଣେଷ , ବ୍ୟାସଦେବଙ୍କ ରଚିତ ମହାଭାରତ ଏ ବେଦପୁରାଣକୁ ଲେଖିଥିଲେ । ଏହି ଦୁଇ ଗୁମ୍ଫାକୁ ଲାଗି ରହିଛି ସରସ୍ୱତୀ ନଦୀ । କୁହାଯାଏ କି ପ୍ରଭୁ ଗଣେଷ ଗଣେଷ ଗୁମ୍ଫାରେ ବସି ବେଦପୁରାଣ ଲେଖୁଥିବା ସମୟରେ , ସରସ୍ୱତୀ ନଦୀ ପ୍ରଚଣ୍ଡ ଶବ୍ଦ କରି ବହୁଥିଲା । ପୁରାଣ ଲେଖିବାରେ ବାଧା ସୃଷ୍ଟି ହେବା ହେତୁ ଗଣେଷ ନଦୀର ସୁଅକୁ କମ୍ କରିବା ପାଇଁ ସରସ୍ୱତୀଙ୍କୁ ଆଦେଶ ଦେଇଥିଲେ । କିନ୍ତୁ ସରସ୍ୱତୀ ଏହାକୁ ଅବମାନନା କରିବା ହେତୁ ପ୍ରଭୁ ଗଣେଷ ତାଙ୍କୁ ଅଭିଶାପ ଦେଇ କହିଥିଲେ ଆଜି ଠାରୁ ଏହି ସ୍ଥାନରୁ ଆଗକୁ ତୁମେ କାହାକୁ ଦେଖାଯିବ ନାହିଁ । ସେବେଠାରୁ ସେହି ନଦୀଟିର ସ୍ରୋତ ଲୋକମାନଙ୍କୁ ସେହି ଗଣେଷ ଗୁମ୍ଫା ପର୍ଯ୍ୟନ୍ତ ହିଁ ଦେଖାଯାଇଥାଏ ।
ବସୁଧା ୱାଟରଫଲ, ତପ୍ତ କୁଣ୍ଡ,ମାତା ମୃତ୍ତି ମନ୍ଦିର ଭଳି ଅନେକ ଗୁଡିଏ ଦର୍ଶନ ସ୍ଥଳୀ ଏହି ଗାଁରେ ରହିଛି ଯେଉଁଠି ପର୍ଯ୍ୟଟକ ମାନଙ୍କ ଭିଡ ଦେଖିବାକୁ ମିଳିଥାଏ । ଏହି ଯାଗାକୁ ଅନେକ ପର୍ଯ୍ୟଟକ ମାନେ ଟ୍ରାକିଙ୍ଗ କରିବା ପାଇଁ ମଧ୍ୟ ଆସିଥାନ୍ତି । ଏହି ଗାଁକୁ ବୁଲିଯିବା ପାଇଁ ମେ ମାସରୁ ଅକ୍ଟୋବର ମାସ ଉଚିତ୍ ସମୟ ହୋଇଥାଏ । କାରଣ ଏହି ମାସ ମଧ୍ୟରେ ବଦ୍ରିନାଥ ମନ୍ଦିରର କବାଟ ଖୋଲା ରହିଥାଏ ଏବଂ ଭଗବାନ ଶିବ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି ।