FOLLOW US ON SOCIAL

  1. Home
  2. »
  3. ସ୍ପେଶାଲ୍ ରିପୋର୍ଟ
  4. »
  5. ସ୍ପେସ୍ ଟୁରିଜିମ୍

ସ୍ପେସ୍ ଟୁରିଜିମ୍

ସ୍ପେସ୍ ଟୁରିଜିମ୍
SHARE NOW :

ଲାଇଭ୍‌ଓଡିଶା ନ୍ୟୁଜ(ବ୍ୟୁରୋ): ଅନେକ ସମୟରେ ପରିଭ୍ରମଣ କରିବାକୁ ଇଛା ହୁଏ । ଏବଂ ପରିଭ୍ରମଣ କରିବା ପାଇଁ ଆମ ପୃଥିବୀ ପୃଷ୍ଠରେ ଅନେକ ସ୍ଥାନ ମଧ୍ୟ ରହିଛି । ହେଲ୍ ଆପଣ କେବେ ଜାଣିଛନ୍ତି କି ପରିଭ୍ରମଣ କରିବା ପାଇଁ ଅନ୍ତରୀକ୍ଷ କୁ ମଧ୍ୟ ଯାଇ ହବ ।
ହଁ ଆଜ୍ଞା ଏହା ଆମେ ନୁହେଁ ଏଭଳି ଏକ ଯାତ୍ରାକୁ ସଫଳ କରିଛନ୍ତି ୪ ସାଧାରଣ ବ୍ୟକ୍ତି ।ଏମାନେ କେବଳ ଅନ୍ତରୀକ୍ଷରେ ଅବତରଣ କରିନାହାନ୍ତି । କହିବାକୁ ଗଲେ ଏମାନେ ପୁରା ମଜା ମଧ୍ୟ ଉଠାଇଛନ୍ତି ଏହି ଟ୍ରିପର । ସ୍ପେସ୍ ଏକ୍ସ କମ୍ପାନୀର ମିଶନ୍ ଇନେସ୍ପେରେସନ୍ ଡ୍ରାଗନ୍ –୪ର ଡ୍ରାଗନ କ୍ୟାପସୁଲ ଅନ୍ତରୀକ୍ଷ ଯାନ । ପୃଥିବୀରୁ ଅନ୍ତରୀକ୍ଷ ଏବଂ ଅନ୍ତରୀକ୍ଷରୁ ପୃଥିବୀ ଏଭଳି ଏକ ସାହାସୀକତା ଏବଂ ମଜାଦାର ଯାତ୍ରାର ମଜା ଉଠାଇଛନ୍ତି ଏହି ୪ ଜଣ ସେପ୍ଟେମ୍ବର ୧୯ରେ ଆରମ୍ଭ କରିଥିଲେ ଏହି ଯାତ୍ରା । ଯାହା ସଫଳ ହୋଇଛି । ଏହି ଯାତ୍ରାରେ ୨ଜଣ ଯୁବକ ଏବଂ ୨ଜଣ ଯୁବତୀ ଥିଲେ । ଏମାନଙ୍କର ଏହି ସାହାସିକତା ଏବଂ ରୋମାଞ୍ଚକର ଯାତ୍ରାର କିଛି ଫୋଟୋ ଏବେ ଭାଇରାଲ ହେଉଛି । ଯାହା ଯେକେହି ବି ଦେଖିବେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।
ଆପଣ ଦେଖୁପାରୁଥିବେ ଏହି ୪ଜଣଙ୍କର ଅନ୍ତରୀକ୍ଷ ଯାତ୍ରା କେତେ ରୋମାଞ୍ଚକର ଥିଲା ତାହା ଏହି ଫୋଟୋରେ ସ୍ପଷ୍ଟ ଦେଖାଯାଉଛି । ଏହି ସ୍ପେସ୍ ଟୁର ପାଇଁ ଏମାନଙ୍କୁ ପାଖାପାଖି ୬ ମାସ ଟ୍ରେନିଙ୍ଗ୍ ନବାକୁ ପଡିଥିଲା । ଜୀବନର ମଜା ଉଠାଇବା ନିତ୍ୟାନ୍ତ ଆବଶ୍ୟକ ବୋଲି ଏମାନେ ମତ ରଖିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts