- Home
- »
- Breaking News
- »
- ଚଟାଣରେ ବସି ପ୍ରତିବାଦ କଲେ ବାଘଲେ
ଚଟାଣରେ ବସି ପ୍ରତିବାଦ କଲେ ବାଘଲେ

SHARE NOW :
ଲକ୍ଷ୍ନୌ(ଲାଇଭ ଓଡିଶା ନ୍ୟୁଜ): ଉତ୍ତର ପ୍ରଦେଶ ରାଜାଧାନୀ ଲକ୍ଷ୍ନୌ ଏୟାରପୋର୍ଟରରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଘଟଣା । ଏୟାରପୋର୍ଟର ବାହାର ଚଟଣାରେ ବସି ପ୍ରତିବାଦ କରୁଛନ୍ତି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ପୁଲିସ୍ ତାଙ୍କୁ ଏୟାରପୋର୍ଟ ବାହାରକୁ ଯିବାକୁ ନ ଦେବାରୁ ସେ ଏହାର ।ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଉତ୍ତର ପ୍ରଦେଶର ଲଖିମପୁର ଖେରି ହିଂସାକାଣ୍ଡ ଘଟଣାକୁ ନେଇ ବିକ୍ଷୋଭ ଚାଲିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ବାଘେଲ ଲକ୍ଷ୍ନୌରେ ପହଞ୍ଚିଥିଲେ। ସେ ଲଖିମପୁର ଖେରି ଯିବାର ନାହିଁ। କେବଳ ଲକ୍ଷ୍ନୌରେ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ପୁଲିସ୍କୁ କହିଥିଲେ। ତଥାପି ତାଙ୍କୁ ଏୟାରପୋର୍ଟର ବାହାରକୁ ଯିବା ପାଇଁ ପୁଲିସ୍ ଅନୁମତି ଦେଇନାହିଁ। ଫଳରେ ସେ ଚଟାଣାରେ ବସି ଏହାର ପ୍ରତିବାଦ କରିଛନ୍ତି। ଏହାର ଫଟୋ ମଧ୍ୟ ନିଜେ ବାଘେଲ ଶେୟାର କରିଛନ୍ତି। ଯେଉଁଥିରେ ସେ ଚଟାଣରେ ବସିଥିବା ବେଳେ ପୁଲିସ୍ ଅଧିକାରୀମାନେ ତାଙ୍କୁ ଘେରି ରହିଥିବା ଦେଖିବାକୁ ମିଳିଛି। ୬୦ ବର୍ଷୀୟ ବାଘେଲ ଟ୍ୱିଟ କରି କହିଛନ୍ତି, “ବିନା କୌଣସି ନିର୍ଦ୍ଦେଶରେ ମୋତେ ଲକ୍ଷ୍ନୌ ଏୟାରପୋର୍ଟରେ ଅଟକ ରଖାଯାଇଛି।” ସେ ଗୋଟିଏ ଭିଡିଓ ମଧ୍ୟ ଶେୟାର କରିଛନ୍ତି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ବାଘେଲ ସେଠାରେ ଉପସ୍ଥିତ ଥିବା ଅଧିକାରୀଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ଏଥିରେ ସେ କହିଛନ୍ତି ଯେ “ଧାରା ୧୪୪ ଲଖିମପୁର ଖେରିରେ ଲାଗିଛି। ଆମେ ଲଖିମପୁର ଖେରି ଯାଉନୁ। ତଥାପି ସମସ୍ୟା କ’ଣ? କାହିଁକି ମୋତେ ରୋକା ଯାଉଛି?” ପୁଲିସ୍ ତଥାପି ତାଙ୍କୁ ବାହାରକୁ ଛାଡ଼ି ନଥିଲା। ଲକ୍ଷ୍ନୌରେ ମଧ୍ୟ ଭିଡ଼ ବ୍ୟାନ କରାଯାଇଥିବା ପୁଲିସ୍ ତାଙ୍କୁ କହୁଥିବା ଶୁଣିବାକୁ ମିଳିଛି।