ସମାଜପାଇଁ ଆଦର୍ଶ ପାଲଟିଛନ୍ତି ବଳରାମପୁର ସରକାରୀ ସ୍କୁଲର ଶିକ୍ଷକ

SHARE NOW :
ଛତିଶଗଡ(ଲାଇଭ ଓଡିଶା ନ୍ୟୁଜ): ଗୁରୁଙ୍କୁ ନମଣିବ ନର ଗୁରୁ ହିଁ ସାକ୍ଷାତ ଇଶ୍ୱର । ଏହି ଉକ୍ତିଟିକୁ ଆପଣମାନେ ଛୋଟବେଳୁ ସମସ୍ତେ ଶୁଣିଥିବେ । କିନ୍ତୁ ଏହି ଉକ୍ତିଟିର ସତ୍ୟତା ହୁଏତ ଆପଣମାନେ କେବେ ଦେଖିନଥିବେ । କିନ୍ତୁ ଏହା ବାକ୍ୟଟିର ଯଥାର୍ଥତାକୁ ପ୍ରମାଣିତ କରି ଦେଖାଇଛନ୍ତି ଛତିଶଗଡର ବଳରାମପୁରରେ ଥିବା ଏକ ସରକାରୀ ସ୍କୁଲର ଶିକ୍ଷକମାନେ । ପିଲାମାନଙ୍କ ମଧ୍ୟାନ ଭୋଜନ ପାଇଁ ପ୍ରତିଦିନ ଦୀର୍ଘ ୮କାଲୋମିଟର ଚାଲି ଚାଲି ଯାଉଛନ୍ତି । ଉକ୍ତ ସ୍କୁଲଟି ବଳରାମପୁରର ପାହାଡିଆ ଅଞ୍ଚଳରେ ଥିବାରୁ ସେଠାକୁ ଯାତାୟତ କରିବା ପାଇଁ କୈଣସି ରାସ୍ତା ନାହିଁ । ତେଣୁ ପ୍ରତିଦିନ ଶିକ୍ଷକମାନେ ନିଜ କାନ୍ଧରେ ରାସନ ସାମଗ୍ରୀ ଧରି ବିଭିନ୍ନ ପାହାଡିଆ ଓ ଛୋଟ ଛୋଟ ଝରଣା ରାସ୍ତାକୁ ଅତିକ୍ରମ କରି ସ୍କୁଲରେ ପହଞ୍ଚୁଛନ୍ତି ।
ବଣୁଆ ରାସ୍ତାରେ ଆସିବା ବେଳେ ଭୟଙ୍କର ଜୀବଜନ୍ତୁମାନଙ୍କର ଭୟ ମଧ୍ୟ ରହୁଛି ତଥାପି ଶିକ୍ଷକ ରୂପୀ ଏହି ଅନ୍ନଦାତାମାନେ ତିଳେ ମାତ୍ର ଭୟ ନକରି ସ୍କୁଲର ପିଲାମାନେ କିପରି ଭାବେ ମଧ୍ୟାନ ଭୋଜନ ପାଇପାରିବେ ସେ କଥାକୁ ନିଶ୍ଚିତ କରିବାକୁ ଚେଷ୍ଟା ଚଳାଇଛନ୍ତି । ବଳରାମପୁରରେ ଥିବା ଏହି ସ୍କୁଲକୁ କୈାଣସି ରାସ୍ତା ନଥିବାରୁ ପିଲାମାନଙ୍କ ଯାତାୟତ ରେ ଅସୁବିଧା ହେବା ସହ ମଧ୍ୟାନ ଭୋଜନ ପହଁଞ୍ଚିବାରେ ଅନେକ ଅସୁବିଧା ହେଉଛି । ତେଣୁ ଏଠାକୁ ଏକ ଭଲ ରାସ୍ତା ସଂଯୋଗ କରିବା ପାଇଁ ଶିକ୍ଷକମାନେ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ।
ସେହି ଗାଁରେ ଥିବା ବ୍ୟକ୍ତିମାନଙ୍କ କହିବା ଅନୁଯାୟୀ, ଖଡାଇ ଦାମର ଗ୍ରାମ ପଞ୍ଚାୟତ ସରକାର ସ୍କୁଲର ୨ଜଣ ଶିକ୍ଷକ ପ୍ରତିଦିନ ମଧ୍ୟାନ ଭୋଜନ ଆଣିବା ପାଇଁ ଚାଲି ଚାଲି ଏଠାକୁ ଆସୁଛନ୍ତି । ପିଲାମାନଙ୍କ ପ୍ରତି ଶିକ୍ଷକମାନଙ୍କର ନିଷ୍ଠାପରତାକୁ ସମସ୍ତେ ପ୍ରଶଂସା କରିବା ସହିତ ଶିକ୍ଷକମାନଙ୍କୁ ସଲାମ ଜଣାଇଛନ୍ତି ।