FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ବିଲେଇକୁ ଦେଖି ଭାଲୁ ଥରହର

ବିଲେଇକୁ ଦେଖି ଭାଲୁ ଥରହର

ବିଲେଇକୁ ଦେଖି ଭାଲୁ ଥରହର
SHARE NOW :

(ଲାଇଭ ଓଡିଶା ନ୍ୟୁଜ): ଭାଲୁ ପୁଣି ଡରୁଛି ବିଲେଇକୁ । ଆଶ୍ଚର୍ଯ୍ୟ ହେଲେକି ! ନିହାତି ଭାବୁଥିବେ ଭାଲୁ ଏକ ହିଂସ୍ର ପ୍ରାଣୀ ସେ କଣ ପାଇଁ ନିରୀହ ବିଲେଇଟିକୁ ଦେଖି ଭୟ କରିବ । ସେ ଏତେ ବଡ ଜୀବ ସେ ବି ଭୟଙ୍କର ତଥାପି ସାମାନ୍ୟ ବିଲେଇଟିକୁ ଡରୁଛି । ଏହି କଥାଟି ନିହାତି ଭାବରେ ହାସ୍ୟସ୍ପଦ । କେହିତ ୟାକୁ ବିଶ୍ୱାସ ମଧ୍ୟ କରୁନଥିବେ । କିନ୍ତୁ ଏହା ସତ୍ୟ । ଭିଡିଟିକୁ ଦେଖିଲେ ଆପଣ ନିଜେ ଏହାର ସତ୍ୟତା ବିଷୟରେ ଜାଣିପାରିବେ । ଭିଡିଓଟିରେ ଦେଖିବାକୁ ମିଳିଛି ବିଲେଇଟି ଗୋଟେ ବଗିଚାରେ ଖେଳୁଛି । ହଠାତ ତା ସମ୍ମୁଖରେ ଭାଲୁଟି ଆସିଯାଇଛି । କିନ୍ତୁ ବିଲେଇଟି ଏଥିରେ ଭୟଭୀତ ନହୋଇ ଭାଲୁଟିକୁ ସାମ୍ନା କରୁଛି । କେବଳ ସାମ୍ନା କରୁନି ବିଳେଇଟି ଭାଲୁଟିକୁ ସେଠାରୁ ତଡି ଦେଇଛି । ଓ ଶେଷରେ ଭାଲୁଟି କାଠ ପାଚେରୀ ଡେଇଁ ସେଠାରୁ ପଳାୟନ କରୁଛି । ଏଭଳି ଏକ ଭିଡିଓ ଟୁଇଟରରେ ଖୁବ ଭାଇରାଲ ହେବାରେ ଲାଗିଛି । ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ । ସେଥିରୁ କେତକ ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ କେତକ ଅଜବ ମଧ୍ୟ ଲାଗିଥାଏ । ସେହିପରି ଏହି ମଜାଦାର ଭିଡିଓଟି ଏବେ ଟୁଇଟର ଭାଇରାଲ ହେବାରେ ଲାଗିଛିା ଏହାକୁ ଏକ ବନ ଅଧିକାରୀ ସେୟାର କରିଥିବା ବେଳେ ପ୍ରକୃତ କେଉଁ ସ୍ଥାନରେ ଏହା ଘଟିଛି ତାହା ଜଣାପଡିନାହିଁ ।

Leave a Reply

Your email address will not be published. Required fields are marked *

Related Posts