- Home
- »
- Breaking News
- »
- ସ୍ୱାମୀଙ୍କୁ ଛାଡପତ୍ର ଦେବା ପରେ ପୋଷାକୁକୁରଙ୍କୁ ବିବାହ କଲେ ମହିଳା
ସ୍ୱାମୀଙ୍କୁ ଛାଡପତ୍ର ଦେବା ପରେ ପୋଷାକୁକୁରଙ୍କୁ ବିବାହ କଲେ ମହିଳା

SHARE NOW :
ଲାଇଭ ଓଡିଶା ନ୍ୟୁଜ: ଏକୁଟିଆପଣ ଦୂର କରୁଛି କୁକୁର ସାଥୀ । ସ୍ୱାମୀଙ୍କ ଛାଡପତ୍ର ପରେ ନିଜ ପୋଷା କୁକୁରକୁ ସ୍ୱାମୀ ବନେଇଲେ ୪୭ବର୍ଷୀୟା ମହିଳା । ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା ଇଉରୋପର କ୍ରୋଏଟିଆ ସହରରେ । ଅମାଣ୍ଡା ରୋଡର୍ସ ନାମକ ଜଣେ ମହିଳା ସ୍ୱାମୀଙ୍କଠାରୁ ଛାଡପତ୍ର ପାଇବା ପରେ ଏକାକୀ ରହୁଥିଲେ। ତା’ପରେ ଦିନେ ସେ ନିଜର ପୋଷା କୁକୁର ଶେବାକୁ ବିବାହ କରିଥିଲେ। ସେ ସେ ୨୦୧୪ ମସିହାରେ କୁକୁର ଶେବାକୁ ପୂର୍ଣ୍ଣ ରୀତିନୀତି ସହିତ ବିବାହ କରିଥିଲେ ଏବଂ ୨୦୦ ଜଣଙ୍କ ସାମ୍ନାରେ ତାଙ୍କ କୁକୁର ଶେବାକୁ ନିଜର ସାଥୀ କରିଥିଲେ। ସେ ଦାବି କରିଛନ୍ତି ଯେ ନିଜ କୁକୁରକୁ ବିବାହ କରିବା ପରେ ବହୁତ ଖୁସି ଅଛନ୍ତି। ବର୍ତ୍ତମାନ ସେ କହିଛନ୍ତି ଯେ ଶେବା ତାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏକ ଟିଭି ଶୋ’ର ଇଣ୍ଟରଭ୍ୟୁରେ ଅମାଣ୍ଡା କହିଛନ୍ତି ଯେ ଯେତେବେଳେ ଶେବାକୁ ୨ ମାସ ହୋଇଥିଲା ସେତେବେଳେ ସେ ତାର ପ୍ରେମରେ ପଡିଥିଲେ ଏବଂ ଶେଷରେ ସେ ତାହାକୁ ବିବାହ କରିଥିଲେ। ଅମ୍ବାଣ୍ଡା କହିଛନ୍ତି ଯେ ସେ ଶେବା ଆଖିରେ ପ୍ରକୃତ ପ୍ରେମ ଦେଖନ୍ତି। ତାହା ସହିତ ତାଙ୍କର ଅତି ଘନିଷ୍ଠ ସମ୍ପର୍କ ରହିଛି। ଶେବା ମଧ୍ୟ ଏହି ବିବାହ ବିଷୟରେ ଜାଣିଛି। ତାକୁ ନିଜର ଜୀବନ ସାଥୀ କରିବା ପାଇଁ ଯେତେବେଳ ଅମାଣ୍ଡା ଶେବାକୁ ପ୍ରପୋଜ୍ କରିଥିଲେ ସେତେବେଳେ ସେ ଲାଞ୍ଜ ଟେକି ହଁ ଉତ୍ତର ଦେଇଥିଲା।