କରୋନାକୁ ନେଇ ‘ହୁ’ର ବୟାନ୍

SHARE NOW :
ନୂଆଦିଲ୍ଲୀ,୧୬.୯( ଲାଇଭ୍ ଓଡିଶା ନ୍ୟୁଜ୍): ବର୍ତ୍ତମାନ କୋଭିଡ୍ ମହାମାରୀ ଅନ୍ତର୍ଜାତୀୟ ସମସ୍ୟା ହୋଇଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କରୋନାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ‘ହୁ’ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡାକ୍ତର ମାଇକ୍ ରିୟାନଙ୍କ ମତରେ କରୋନା ଭାଇରସ୍ ଆଉ କେବେ ବି ଯିବ ନାହିଁ।
ଯଦିଓ କରୋନା ମାମଲା ଏବେ ସାମାନ୍ୟ ହ୍ରାସ ପାଇଛି ତଥାପି ବିପଦକୁ ଏଡାଇ ଦିଆଯାଇପାରିବ ନାହିଁ। ଯେପରି ୨୦୦୯ରେ ସାରା ବିଶ୍ୱରେ ଭୟ ସୃଷ୍ଟି କରିଥିବା swine flu ଭାଇରସ୍ ଏବେ ମଧ୍ୟ ତା’ର କାୟା ବିସ୍ତାର ଜାରି ରଖିଛି। ଠିକ୍ ସେହିପରି କରୋନା ମଧ୍ୟ ଆଗାମୀ ଦିନରେ ରହିବ।
ଗତ ଦୁଇ ବର୍ଷ ଧରି କରୋନା ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଭାରତ ମଧ୍ୟ ଏହି ମହାମାରୀ କବଳରୁ ମୁକ୍ତି ପାଇନାହିଁ। କରୋନା ପାଇଁ ଏବେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି। ଏହା ଦ୍ୱାରା ଇମୁନିଟି ବଢିବାସହ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମିବ ।
ତେବେ ଡାକ୍ତର ମାଇକ୍ ରିୟାନ୍ କହିଛନ୍ତି, ସଂକ୍ରମଣ ସ୍ତର ନିମ୍ନଗାମୀ ହେବା ଓ ଟିକାକରଣର ଅଧିକ ବିତରଣ ଦ୍ୱାରା ଶରୀରରେ ହର୍ଡ ଇମ୍ୟୁନିଟି ବଢ଼ିଥାଏ। ଆଉ ଏହା ପରେ ଅଧିକ ଲୋକଙ୍କୁ ଆଉ ହସ୍ପିଟାଲକୁ ଯିବାକୁ ମଧ୍ୟ ପଡ଼ିବ ନାହିଁ। ଏବେ କରୋନା ଅନ୍ତର୍ଜାତୀୟ ସ୍ତରରେ ଜରୁରୀ ପରିସ୍ଥିତି ଭାବେ ଉଭା ହୋଇଛି। ତେଣୁ କରୋନା ଭାଇରସ୍ ଆଉ କେବେବି ଦୂର ହେବ ନାହିଁ ବୋଲି ମାଇକ୍ କହିଛନ୍ତି।