FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. କମିବ କି ପେଟ୍ରୋଲ ଦର ?

କମିବ କି ପେଟ୍ରୋଲ ଦର ?

କମିବ କି ପେଟ୍ରୋଲ ଦର ?
SHARE NOW :

ନୂଆଦିଲ୍ଲୀ,୧୭.୯( ଲାଇଭ୍ ଓଡିଶା ନ୍ୟୁଜ୍‌): ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଆସୁଛି । ଏଣୁ ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଉଥିବା ଜନତାଙ୍କୁ ଆଶ୍ୱସ୍ତି ଦେବାକୁ ତେଲ ଦର କମ୍ କରିବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି । ଦୀର୍ଘ ଦିନ ହେଲା ବଢିଚାଲିଥିବା ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦରକୁ ହ୍ରାସ କରିବା ପାଇଁ ସରକାରୀ ସ୍ତରରେ ବିଚାରବିମର୍ଶ ଚାଲିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ଆଜି ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ୪୫ତମ ଜିଏସ୍ଟି ପ୍ୟାନେଲର ବୈଠକ ବସିବ। ଏହି ସମୟରେ ପେଟ୍ରୋଲ ଓ ଡିଜେଲକୁ ଜିଏସ୍ଟିରେ ସାମିଲ କରିବାକୁ ଆଲୋଚନା ହୋଇପାରେ ବୋଲି କୁହାଯାଉଛି। ଆଉ ଯଦି ଏହି ବୈଠକରେ ସର୍ବସମ୍ମତିକ୍ରମେ ପେଟ୍ରୋଲ ଓ ଡିଜେଲ ଜିଏସ୍ଟି ପରିସରରେ ଆସିବ ତେବେ ଦେଶବାସୀ ମହଙ୍ଗାମାଡ଼ରୁ ନିସ୍ତାର ପାଇପାରନ୍ତି।

ଏହି GST ବୈଠକରେ ପେଟ୍ରୋଲ ଏବଂ ଡିଜେଲ ଦାମ ହ୍ରାସ କରିବା ଉପରେ ଆଲୋଚନା କରାଯିବ । ଯଦି ତୈଳ ଦର ଉପରେ ଜିଏସଟି ଲାଗୁ ହେବା ପ୍ରସ୍ତାବ ଅନୁମୋଦନ ହୁଏ ତେବେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ ହେବାର ସମ୍ଭାବନା ରହିଛି ।

ଜଦି ପେଟ୍ରୋଲ ଏବଂ ଡିଜେଲ କୁ GST ଅନ୍ତଭୁକ୍ତ କରାଯାଏ ତେବେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭୫ ଟଙ୍କା ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୬୮ ଟଙ୍କାକୁ ହ୍ରାସ ହୋଇପାରେ । ଫଳରେ ଲୋକଙ୍କୁ ତେଲ ର ମହଙ୍ଗା ମାଡରୁ ଆସ୍ୱସ୍ଥି ମିଳିବ। ପେଟ୍ରୋଲ ଓ ଡିଜେଲ ଦର କମିଲା ପରେ ଏହା ସମ୍ପର୍କିତ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକର ଦର ମଧ୍ୟ କମିଯିବ। ଫଳରେ ଲୋକେ ମହଙ୍ଗାମାଡ଼ରୁ ନିସ୍ତାର ପାଇବେ।

Leave a Reply

Your email address will not be published. Required fields are marked *

Related Posts