FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଅଲିମ୍ପିକ କ୍ୱାଲିଫାଏର କିଟ୍ ଛାତ୍ରୀ ସି.ଏ.ଭବାନୀ ଦେବୀ ସମ୍ବର୍ଦ୍ଧିତ

ଅଲିମ୍ପିକ କ୍ୱାଲିଫାଏର କିଟ୍ ଛାତ୍ରୀ ସି.ଏ.ଭବାନୀ ଦେବୀ ସମ୍ବର୍ଦ୍ଧିତ

ଅଲିମ୍ପିକ କ୍ୱାଲିଫାଏର କିଟ୍ ଛାତ୍ରୀ ସି.ଏ.ଭବାନୀ ଦେବୀ ସମ୍ବର୍ଦ୍ଧିତ
SHARE NOW :

ଭୁବନେଶ୍ୱର(ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ଟୋକିଓ ଅଲିମ୍ପିକ୍‍ ପାଇଁ ଅସିଚାଳନାରେ କ୍ୱାଲିଫାଏ କରିଥିବା କିଟ୍‍ ଛାତ୍ରୀ ସି ଏ ଭବାନୀ ଦେବୀଙ୍କୁ କିଟ୍‍ ଓ କିସ୍‍ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ଅସି ଚାଳନାରେ ଅଲିମ୍ପିକ୍‍ କ୍ୱାଲିଫାଏ କରିବାରେ ଭବାନୀ ହେଉଛନ୍ତି ପ୍ରଥମ ଭାରତୀୟ । ତାମିଲନାଡୁର ଝିଅ ଓ କିଟ୍‍ ବିଶ୍ୱବିଦ୍ୟାଳୟର ଛାତ୍ରୀ ଭବାନୀ ଇଟାଲୀରୁ ଭାରତ ଫେରିବା ପରେ ଆଜି ସକାଳେ ସେ ଭୁବନେଶ୍ୱର ପହଞ୍ଚିଥିଲେ । ବିଜୁ ପଟ୍ଟନାୟକ ବିମାନବନ୍ଦରରେ ମାଆ ଓ କୋଚ୍‍ଙ୍କ ସହ ଭବାନୀ ପହଞ୍ଚିବା ପରେ ତାଙ୍କୁ କିଟ୍‍ ଓ କିସ୍‍ ପକ୍ଷରୁ ସ୍ୱାଗତ କରାଯାଇଥିଲା ।

କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ ଭବାନୀଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଭାରତୀୟ ଅସି ଚାଳନା ସଂଘର ମହାସଚିବ ବସିର ଏ ଖାନ୍‍, ଓଡ଼ିଶା ଅସି ଚାଳନା ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ, ଗ୍ରୀନ୍‍ ମ୍ୟାନ୍‍ ଡ.ଅବଦୁଲ୍‍ ଘନୀ, ଦୌଡ଼ ରାଣୀ ଦୂତି ଚାନ୍ଦ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ପ୍ରମୁଖଙ୍କ ଉପସ୍ଥିତିରେ ଭବାନୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ଭବାନୀଙ୍କୁ ଅଭିନନ୍ଦନ ଜଣାଇ କହିଲେ, କିଟ୍‍ ଓ କିସ୍‍ କେବଳ ଶିକ୍ଷା ନୁହେଁ, କ୍ରୀଡ଼ା କ୍ଷେତ୍ରକୁ ମଧ୍ୟ ଯଥେଷ୍ଟ ଅଗ୍ରାଧିକାର ଦେଇ ଆସୁଛି । କିଟ୍‍ ଓ କିସ୍‍ ହେଉଛି ବିଶ୍ୱର ଏକମାତ୍ର ସ୍ଥାନ ଯେଉଁଠି ସର୍ବାଧିକ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ରହିଛି । ଏଠାରୁ ଏବେ ସୁଦ୍ଧା ୫ହଜାରରୁ ଊର୍ଦ୍ଧ୍ୱ ଜାତୀୟ ଓ ଆନ୍ତର୍ଜାତିକ କ୍ରୀଡ଼ାବିତ୍‍ ବାହାରି ସାରିଲେଣି । ଅଲିମ୍ପିକରେ କିଟ୍‍ ଓ କିସ୍‍ରୁ ୪ରୁ ୫ଜଣ କ୍ରୀଡ଼ାବିତ୍‍ ଅଂଶଗ୍ରହଣ କରିବା ଆମର ଲକ୍ଷ୍ୟ ରହିଛି ବୋଲି ଶ୍ରୀ ସାମନ୍ତ କହିଥିଲେ । ଭବାନୀଙ୍କ ମାଆ ସି ଏ ରମଣୀ, କିଟ୍‍ କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତିଙ୍କ ସମେତ କିଟ୍‍ ଓ କିସ୍‍ର ପଦାଧିକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Related Posts