FOLLOW US ON SOCIAL

  1. Home
  2. »
  3. ଖେଳ
  4. »
  5. ଓଡିଶାରେ ପହଞ୍ଚିଲେ ଟୋକିଓ ଅଲିମ୍ପିକ୍ସରେ ପଦକ ବିଜେତା, ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ

ଓଡିଶାରେ ପହଞ୍ଚିଲେ ଟୋକିଓ ଅଲିମ୍ପିକ୍ସରେ ପଦକ ବିଜେତା, ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ

ଓଡିଶାରେ ପହଞ୍ଚିଲେ ଟୋକିଓ ଅଲିମ୍ପିକ୍ସରେ ପଦକ ବିଜେତା, ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ
SHARE NOW :

ଭୁବନେଶ୍ୱର (ନୀଳାଚଳ ନ୍ୟୁଜ୍‌): ଅଲିମ୍ପିକ ଭାରତୀୟ ହକି ଟିମର ୪ ଜଣ ତାରକା  ଓଡିଶାରେ ପହଞ୍ଚିଛନ୍ତି । ଆଜି ଏହି ୪ ଜଣ ତାରକାଙ୍କୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ବର୍ଦ୍ଧନା କରାଯିବ । କଳିଙ୍ଗ ଷ୍ଟାଡିୟମରେ ଓଡ଼ିଆ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିବେ । ପୁରୁଷ ଟିମର ଅମିତ ରୋହି ଦାସ , ବିରେନ୍ଦ୍ର ଲାକ୍ରା, ମହିଳା ଟିମ୍ ର ଦୀପ୍ ଗ୍ରେସ୍ ଏକ୍କା ଏବଂ ନମିତା ଟପ୍ପୋ ପହଞ୍ଚିଛନ୍ତି। ଏୟାର ଇଣ୍ଡିଆ ଫ୍ଲାଇଟରେ ହକି ଟିମର ୪ ଜଣ ଖେଳାଳି ଗତକାଲି ରାତି ୮ଟା ୫୦ ମିନିଟରେ ଭୁବନେଶ୍ବରରେ ପହଞ୍ଚିଥିଲେ।

ଖେଳାଳିମାନଙ୍କୁ ବିମାନବନ୍ଦରରୁ କଡ଼ା ସୁରକ୍ଷା ମଧ୍ୟରେ ଘରେ ଛଡ଼ାଯାଇଛି । ଖେଳାଳିମାନଙ୍କୁ ସ୍ୱାଗତ କରିବାକୁ ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରଶଂସକଙ୍କ ଭିଡ଼ ଜମିଥିଲା। ଏହି ହକି ଖେଳାଳିମାନଙ୍କୁ ସ୍ବାଗତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ଓ ଅଭିଜିତ ପଲ ବିମାନ ବନ୍ଦରରେ ଉପସ୍ଥିତ ଥିଲେ। 

Leave a Reply

Your email address will not be published. Required fields are marked *

Related Posts