FOLLOW US ON SOCIAL

  1. Home
  2. »
  3. ଖେଳ
  4. »
  5. କିଟ୍ ରେ ହେବ ୬୯ତମ ବରିଷ୍ଠ ଜାତୀୟ ଭଲବଲ୍ ଚାମ୍ପିଅନ ସିପ୍

କିଟ୍ ରେ ହେବ ୬୯ତମ ବରିଷ୍ଠ ଜାତୀୟ ଭଲବଲ୍ ଚାମ୍ପିଅନ ସିପ୍

କିଟ୍ ରେ ହେବ ୬୯ତମ ବରିଷ୍ଠ ଜାତୀୟ ଭଲବଲ୍ ଚାମ୍ପିଅନ ସିପ୍
SHARE NOW :

ଭୁବନେଶ୍ୱର (ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ମାର୍ଚ୍ଚ୫ରୁ କିଟ୍‍ର ବିଜୁପଟ୍ଟନାୟକ ଇନ୍‍ଡୋର ଷ୍ଟାଡିଅମ୍‍ ଠାରେ ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍‍ ପୁରୁଷ ଓ ମହିଳା ଚାମ୍ପିଅନ୍‍ ସିପ୍‍ ୨୦୨୦-୨୧ ଅନୁଷ୍ଠିତ ହେବାକୁ ଯାଉଛି। ଭାରତୀୟ ଭଲିବଲ୍‍ ସଂଘ (ଭିଏଫ୍‍ଆଇ) ତତ୍ତ୍ୱାବଧାନରେ ମାର୍ଚ୍ଚ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ଏହି ଚାମ୍ପିଅନ୍‍ ସିପ ଅନୁଷ୍ଠିତ ହେବ।

ଭାରତୀୟ ଭଲିବଲ୍‍ ଇତିହାସରେ ଓଡ଼ିଶା ରାଜ୍ୟ ଭାବେ ପ୍ରଥମଥର ଲାଗି ଲଗାତାର ୨ଥର ଏହି ଚାମ୍ପିଅନ୍‍ ସିପ୍‍ ଆୟୋଜନ କରୁଛି।ଏହା ପୂର୍ବରୁ ୬୮ତମ ଜାତୀୟ ଭଲିବଲ୍‍ (ମହିଳା ଓ ପୁରୁଷ) ଚାମ୍ପିଅନ୍‍ ସିପ୍‍ ମଧ୍ୟ ଗତବର୍ଷ କିଟ୍‌ରେ ଆୟୋଜନ କରାଯାଇଥିଲା। ଏହା ସହିତ ପ୍ରଥମଥର ଲାଗି ଚାମ୍ପିଅନ୍‍ ସିପ୍‍ର ସମସ୍ତ ମ୍ୟାଚ୍‍ କିଟ୍‍ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନ୍‍ଡୋର ଷ୍ଟାଡିଅମ୍ କୋର୍ଟରେ ଅନୁଷ୍ଠିତ ହେବ। ଏହାର ସମସ୍ତ ମ୍ୟାଚ୍‍ ସିଧାପ୍ରସାରଣ କରାଯିବାର ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *

Related Posts