FOLLOW US ON SOCIAL

  1. Home
  2. »
  3. ଖେଳ
  4. »
  5. କିଟ୍‍ ଓ କିସ୍ ରେ ଚେସ୍‍ ଅଲମ୍ପିଅ।ଡ ଟର୍ଚ୍ଚ ରିଲେକୁ ଭବ୍ୟ ସ୍ୱାଗତ

କିଟ୍‍ ଓ କିସ୍ ରେ ଚେସ୍‍ ଅଲମ୍ପିଅ।ଡ ଟର୍ଚ୍ଚ ରିଲେକୁ ଭବ୍ୟ ସ୍ୱାଗତ

କିଟ୍‍ ଓ କିସ୍ ରେ ଚେସ୍‍ ଅଲମ୍ପିଅ।ଡ ଟର୍ଚ୍ଚ ରିଲେକୁ ଭବ୍ୟ ସ୍ୱାଗତ
SHARE NOW :

ଚେସ୍‍ ଅଲିମ୍ପିଆଡ ଟର୍ଚ୍ଚ ରିଲେକକୁ କିଟ୍‍ ଓ କିସ୍‍ ପକ୍ଷରୁ ଉଚ୍ଛ୍ୱସିତ ସ୍ୱାଗତ କରାଯାଇଛି । ଏହି ଅବସରରେ କିଟ୍ ର ୧୦ ହଜାର କର୍ମଚାରୀ, ୧୦ ହଜାର ଛାତ୍ରଛାତ୍ରୀ ଏବଂ ‍କିସ୍‍ ର ୩୦ ହଜାର ଛାତ୍ରଛାତ୍ରୀ ଏହି ରିଲେକୁ କିଟ୍‍ ଛକରୁ ରାସ୍ତାର ଉଭୟ ପାଖରେ ରହି ସ୍ୱାଗତ ଜଣାଇଥିଲେ । କିଟ୍‍ ଓ କିସ୍‍ ରାସ୍ତାର ବିଭିନ୍ନ ସ୍ଥାନରେ ଟର୍ଚ୍ଚକୁ ସ୍ୱାଗତ କରାଯାଇ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲ। । ଏଥିରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚବି ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, ଚେସ୍‍ ଖେଳାଳି ପଦିନ୍ମୀ ରାଉତ, ଅପରାଜିତା ଗୋଛିକାର, ଅଲ୍‍ ଓଡି଼ଶା ଚେସ୍‍ ଆସୋସିଏସନର ସଭାପତି ଜି. ସି ମହାପାତ୍ର, ସମ୍ପାଦକ ଦେବବ୍ରତ ଭଟ୍ଟ, ଅଲ୍‍ ଇଣ୍ଡିଆ ଚେସ୍‍ ଫେଡେରେସନ ର ଯୁଗ୍ମ ସମ୍ପାଦକ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ କିଟ୍‍ ଓ କିସ ଏହି ଟର୍ଚ୍ଚ ରିଲେକୁ ଏତେ ସଂଖ୍ୟକ ବ୍ୟକ୍ତିଙ୍କ ଦ୍ୱାରା ସ୍ୱାଗତ କରାଯାଇଥିଲ। । ଜୁଲାଇ ୨୮ରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚେନ୍ନାଇଠାରେ ପ୍ରଥମ ଥର ଲାଗି ଚେସ୍‍ ଅଲିମ୍ପିଆଡ୍‍ ଅନୁଷ୍ଠତି ହେବାକୁ ଯାଉଛି । ଏହାର ଅବ୍ୟବହିତ ପୂର୍ବରୁ ଗତ ଜୁନ୍‍ ୧୯ ତାରିଖରେ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଲିମ୍ପିଆଡ ଟର୍ଚ୍ଚ ରିଲେର ଉଦ୍ଘାଯଟନ କରିଥିଲେ । ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଏହି ଟର୍ଚ୍ଚ ରିଲେ ଦେଶର ୭୫ଟି ପ୍ରମୁଖ ସହର ପରିକ୍ରମା କରିବାକୁ ଥିବା ବେଳେ ଆଜି ଭୁବନେଶ୍ୱରରେ ପହଞ୍ଚଥିଲ। । ଏହି ଟର୍ଚ୍ଚ ରିଲେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବା ପରେ ସେଠାରୁ ଏକ ଭବ୍ୟ ଶୋଭାଯାତ୍ରାରେ ଓଡିଶ଼। ଲୋକସେବା ଭବନକୁ ନିଆଯାଇଥିଲ। । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ସ୍ୱାଗତ କରିଥିଲେ । ଏଠାରେ ଚେସ୍‍ ଅଲିମ୍ପିଆଡ୍‍ ଆୟୋଜକ କମିଟିର ସଦସ୍ୟ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମଧ୍ୟ ଉପସ୍ଥିତ ରହି ଏହାକୁ ସ୍ୱାଗତ କରିଥିଲେ ।

Leave a Reply

Your email address will not be published. Required fields are marked *

Related Posts