FOLLOW US ON SOCIAL

  1. Home
  2. »
  3. ଖେଳ
  4. »
  5. ଚଳିତ ବର୍ଷ ଓଡିଶାରେ ହେବ ଜୁନିୟର ବିଶ୍ଵକପ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ

ଚଳିତ ବର୍ଷ ଓଡିଶାରେ ହେବ ଜୁନିୟର ବିଶ୍ଵକପ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ

ଚଳିତ ବର୍ଷ ଓଡିଶାରେ ହେବ ଜୁନିୟର ବିଶ୍ଵକପ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ
SHARE NOW :

ଭୁବନେଶ୍ୱର(ଲାଇଭ୍ ଓଡିଶା ନ୍ୟୁଜ୍‌): ହକିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସରେ ,ଭାରତୀୟ ପୁରୁଷ ହକି ଟିମର ସଫଳତା ପରେ ଓଡ଼ିଶାରେ ଜୁନିୟର ବିଶ୍ଵକପ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।


ଚଳିତ ବର୍ଷ ଓଡ଼ିଶାର ଭୁବନେଶ୍ଵରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଜୁନିୟର ବିଶ୍ଵକପ୍ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ। ଏଥି ପାଇଁ ଗୁରୁବାର କଳିଙ୍ଗ ଷ୍ଟାଡିୟମଠାରେ ମୁଖ୍ୟମନ୍ତ୍ରୀ, ଲୋଗ ଏବଂ ଟ୍ରଫି ଉନ୍ମୋଚନ କରିଛନ୍ତି।


ନଭେମ୍ବର ୨୪ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ଡିସେମ୍ବର ୫ ପର୍ଯ୍ୟନ୍ତ ଚାଲିବ। ତାରିଖ ଘୋଷଣା ହେବାପରେ ହକି ପ୍ରେମୀ ଏବଂ ଓଡ଼ିଶାର ହକି ତାରକାମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।


ଆଜି କଳିଙ୍ଗ ଷ୍ଟାଡିୟମରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୫ଟି ସଚିବ ଭିକେ ପାଣ୍ଡିଆନ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଆର୍ ଭିନିଲ କ୍ରୀଷ୍ଣା, ଭାରତୀୟ ପୁରୁଷ ହକି ଦଳର ପୂର୍ବତନ ଅଧିନାୟକ ତଥା ଓଡ଼ିଶା ହକି ପ୍ରମୋଶନ କାଉନସିଲର ଅଧ୍ୟକ୍ଷ ଦିଲୀପ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Related Posts