- Home
- »
- Breaking News
- »
- ସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯିବ ଚେସ୍ ଖେଳ
ସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯିବ ଚେସ୍ ଖେଳ

SHARE NOW :
ଭୁବନେଶ୍ୱର(ଲାଇଭ୍ ଓଡ଼ିଶା ନ୍ୟୁଜ୍): ଚେସ୍କୁ ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ୍ କରାଯିବା ନେଇ ଅନ୍ତର୍ଜାତିକ ଚେସ୍ ଫେଡେରେସନ୍ (ଫିଡେ) ପରିକଳ୍ପନା କରିଥିବା ବେଳେ ବିଭିନ୍ନ ଦେଶରେ ଏହାକୁ ସ୍କୁଲ୍ ପାଠ୍ୟକ୍ରମରେ ସାମିଲ କରାଯାଉଛି । ଏହି କ୍ରମରେ ଭାରତରେ ମଧ୍ୟ ଚେସ୍କୁ ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ କରାଯିବା ପାଇଁ ସର୍ବଭାରତୀୟ ଚେସ୍ ସଂଘ (ଏଆଇସିଏଫ୍) ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଏଆଇସିଏଫ୍ ଓ ନିଖିଳ ଉତ୍କଳ ଚେସ୍ ସଂଘ (ଏଓସିଏ) ପକ୍ଷରୁ କିସ୍କୁ ଦେଶର ପ୍ରଥମ ବିଦ୍ୟାଳୟ ଭାବେ ନିଆଯାଇଛି । ଏହି ଉପଲକ୍ଷେ ଭୁବନେଶ୍ୱର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଆଇସିଏଫ୍ର ସମ୍ପାଦକ ଭଗତ ସିଂହ ଚୌହାନ, ସଭାପତି ସଞ୍ଜୟ କପୁର, ଉପସଭାପତି ଭବେଶ ପଟେଲ, କୋଷାଧ୍ୟକ୍ଷ ନରେଶ ଶର୍ମା, ନିଖିଳ ଉତ୍କଳ ଚେସ୍ ସଂଘର ସଭାପତି ରଞ୍ଜନ ମହାନ୍ତି, ସମ୍ପାଦକ ଦେବବ୍ରତ ଭଟ୍ଟ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ପାଠ୍ୟକ୍ରମରେ ଚେସ୍କୁ ସାମିଲ୍ କରାଯିବାରେ କିସ୍ ପ୍ରଥମ ଅନୁଷ୍ଠାନ ବୋଲି ଘୋଷଣା କରିଥିଲେ । ଅନ୍ତର୍ଜାତିକ ଚେସ୍ ଫେଡେରେସନ୍ (ଫିଡେ) ଏହାକୁ ପରିଚାଳନା କରିବ । କିଟ୍ ଓ କିସ୍ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେଉଥିବା ବେଳେ ଫିଡେ ଓ ଏଆଇସିଏଫ୍ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ । କିଟ୍ ଓ କିସ୍ ଶିକ୍ଷା ସହ କ୍ରୀଡ଼ାର ପ୍ରସାର ପାଇଁ ସମାନ ଗୁରୁତ୍ୱ ଦେଇ ଆସୁଛି । ଓଡ଼ିଶା ରେ ଦୀର୍ଘ ୧୦ ବର୍ଷ ଧରି କିଟ୍ ଓ କିସ୍ ପ୍ରତିଷ୍ଠାତାଅଚ୍ୟୁତ ସାମନ୍ତ ଚେସର୍ ପ୍ରସାର କରିଆସୁଛନ୍ତି । ଫଳରେ କିଟ୍ରୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଚେସ୍ ଖେଳାଳି ବାହାରି ପାରିଛନ୍ତି । ବିଶେଷ କରି କିଟ୍ ଓ କିସ୍ ଆଞ୍ଚଳିକସ୍ତର ଠାରୁ ଅନ୍ତର୍ଜାତକି ଚେସ୍ ଚାମ୍ପିଅନସିପ୍ଆରମ୍ଭ କରି ଚେସ୍ କ୍ରୀଡ଼ା ଓ ଚେସ୍ ଖେଳାଳିଙ୍କ ଉନ୍ନତି ପାଇଁ ପ୍ରୟାସ ଜାରି ରଖିଛି ।
କିସ୍ରେ ବିଦ୍ୟାଳୟ ପାଠ୍ୟକ୍ରମରେ ଚେସ୍କୁ ସାମିଲ କରିବା ପାଇଁ ଦୀର୍ଘ ୧ ବର୍ଷ ହେଲା ଏଆଇସିଏଫ୍ ପକ୍ଷରୁ ଯୋଗାଯୋଗ କରାଯାଇଆସୁଥଲି । । ଏଥି ନିମନ୍ତେ କିଟ୍ ଓ କିସ୍ରେ ପର୍ଯ୍ୟାପ୍ତ ଭିତ୍ତିଭୂମି ଓ ପ୍ରଶିକ୍ଷକ ରହିଥିବା ଯୋଗୁଁ ଏହାକୁ ପ୍ରଥମେ କିସ୍ରୁ ଆରମ୍ଭ କରାଯବି । ପାଇଁ ଏଆଇସିଏଫ୍ ପକ୍ଷରୁ ସିଦ୍ଧାନ୍ତ ନଅି ।ଯାଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ଆଲୋଚନା କରାଯାଇଥିଲା । ଶ୍ରୀ ସାମନ୍ତ ସର୍ବଦା କ୍ରୀଡା଼କୁ ପ୍ରୋତ୍ସାହନ ଦେଇ ଆସୁଥିବାରୁ ଏଭଳି ଏକ ଉତ୍ତମ ଓ ସୁନ୍ଦର ପରିକଳ୍ପନାକୁ ପାଠ୍ୟକ୍ରମରେ ସାମିଲ୍ କରିବା ପାଇଁ ସମ୍ମତି ପ୍ରଦାନ କରିଥିଲେ । ଫଳରେ ୨୦୨୧-୨୨ ଶିକ୍ଷାବର୍ଷ ଠାରୁ କିସ୍ ପାଠ୍ୟକ୍ରମରେ ଚେସ୍କୁ ସାମିଲ କରାଯିବା ନେଇ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଆଜି ଏହି ଅବସରରେ ଶ୍ରୀ ସାମନ୍ତ ଖୁସି ବ୍ୟକ୍ତ କରି ଏହି ପ୍ରୟାସ ପାଇଁ ଏଆଇସିଏଫ୍ ଓ ଏଓସିଏକୁ ସାଧୁବାଦ ଜଣାଇଛନ୍ତି । ଏହା ଦ୍ୱାରା କିସ୍ ତଥା ଓଡ଼ିଶାରୁ ଅନେକ ଚେସ୍ ଖେଳାଳି ଅନ୍ତର୍ଜାତିକସ୍ତର ସେମାନଙ୍କ ପ୍ରତିଭା ପ୍ରତିପାଦିତ କରିପାରିବେ ବୋଲି କହିଥିଲେ । ବିଦ୍ୟାଳୟ ପାଠ୍ୟକ୍ରମରେ ଚେସ୍ ସାମିଲ୍ ହେଲେ ଏହା ଛାତ୍ରଛାତ୍ରୀଙ୍କୁ ବେଶ୍ ସହାୟକ ହେବ ଏବଂ ବିଶେଷ କରି କିସ୍ ର ବହୁ ଜନଜାତି ଛାତ୍ରଛାତ୍ରୀ କେବଳ ଚେସ୍ ଖେଳାଳି ବାହାରିବେ ନାହିଁ, ଏହା ଦ୍ୱାରା ସେମାନଙ୍କ ମାନସିକ ବିକାଶରେ ସହାୟକ ହେବ ବୋଲି ଶ୍ରୀ ସାମନ୍ତ କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ର କ୍ରୀଡା଼ ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶଙ୍କ ସମେତ ଏଆଇସିଏଫ୍ ଓ ଏଓସିଏର ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।