- Home
- »
- Breaking News
- »
- ୧୨ଜଣ କ୍ରୀଡାବିତ୍ଙ୍କୁ ମିଳିବ ଧ୍ୟାନଚାନ୍ଦ ପୁରସ୍କାର
୧୨ଜଣ କ୍ରୀଡାବିତ୍ଙ୍କୁ ମିଳିବ ଧ୍ୟାନଚାନ୍ଦ ପୁରସ୍କାର

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଆଜି ୧୨ଜଣ କ୍ରୀଡାବିତ୍ ପାଇବେ ମେଜର ଧ୍ୟାନଚାନ୍ଦ ପୁରସ୍କାର । ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆୟୋଜିତ ଏକ କାର୍ୟ୍ୟକ୍ରମରେ ପୁରସ୍କାର ପ୍ରଦାନ କରିବେ। ଏ ବର୍ଷ ୧୨ ଜଣ କ୍ରୀଡାବିତଙ୍କୁ ମେଜର ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରାଯିବ। ଏ ନେଇ ରାଷ୍ଟ୍ରପତି ଭବନରେ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମ ରହିଛି । ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ ନେଇ ନଭେମ୍ବର ୨ରେ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ତରଫରୁ ଘୋଷଣା କରାଯାଇଥିଲା । କ୍ରୀଡା କ୍ଷେତ୍ରରେ ସଫଳତା ପାଇ ଥିବା କ୍ରୀଡାବିତଙ୍କୁ ପ୍ରତିବର୍ଷ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଏ। ନୀରଜ ଚୋପ୍ରା(ଆଥଲେଟିକ୍ସ), ରବି କୁମାର(କୁସ୍ତି), ଲଭଲିନା ବୋର୍ଗୋହେନ(ବକ୍ସିଂ), ପିଆର ଶ୍ରୀଜେଶ(ହକି), ଅବନୀ ଲେଖାରା(ପାରା ସୁଟିଂ), ସୁମିତ ଅଣ୍ଟିଲ(ପାରା ଆଥଲେଟିକ୍ସ), ପ୍ରମୋଦ ଭଗତ(ପାରା ବ୍ୟାଡମିଣ୍ଟନ), କୃଷ୍ଣା ନାଗର(ପାରା ବ୍ୟାଡ୍ମିଣ୍ଟନ), ମନୀଷ ନରୱାଲ(ପାରା ସୁଟିଂ), ମିତାଲି ରାଜ(କ୍ରିକେଟ), ସୁନୀଲ ଛେତ୍ରୀ(ଫୁଟବଲ) ଓ ମନପ୍ରୀତ ସିଂହ(ହକି) ।