- Home
- »
- Breaking News
- »
- ଅବସର ନେଲେ ଦକ୍ଷିଣ ଆଫ୍ରିକାର ଏହି ଦମଦାର ଖେଳାଳୀ
ଅବସର ନେଲେ ଦକ୍ଷିଣ ଆଫ୍ରିକାର ଏହି ଦମଦାର ଖେଳାଳୀ

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ବ୍ୟୁରୋ): ଅବସର ନେଲେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ତଥା ଭେଟେରାନ୍ ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସ । ଏବି ଡି ଭିଲିୟର୍ସ ବହୁ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ୍ରୁ ବିଦାୟ ନେଇଥିଲେ । ହେଲେ ଏବେ ସେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଯଥା ଆଇପିଏଲ୍ ଭଳି ଟୁର୍ନାମେଣ୍ଟରେ ଖେଳିବେ ନାହିଁ । ତାଙ୍କ ରିଟାୟାରମେଣ୍ଟ ନେଇ ସେ ଘୋଷଣା କରିଛନ୍ତି ।ଏନେଇ ଏବି ଡି ଭିଲିୟର୍ସ ନିଜେ ଏହି ଟୁଇଟ୍ କରି କହିଛନ୍ତି । ‘ଏହା ଏକ ଅବିଶ୍ୱସନୀୟ ଯାତ୍ରା, କିନ୍ତୁ ମୁଁ ସମସ୍ତ କ୍ରିକେଟ୍ ରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି । ଯେହେତୁ ମୁଁ ପଡ଼ିଆରେ ଖେଳିବା ଆରମ୍ଭ କରିଥିଲି, ମୋର ବଡ଼ ଭାଇମାନଙ୍କ ସହିତ ମୁଁ ପ୍ରତିଟି ମୂହୂର୍ତ୍ତକୁ ଉପଭୋଗ କରିଥିଲି । କେବଳ ସେତିକି ନୁହେଁ ଉତ୍ସାହର ସହିତ କ୍ରିକେଟ୍ ମଧ୍ୟ ଖେଳିଥିଲି ।
ବର୍ତ୍ତମାନ ୩୭ ବର୍ଷ ବୟସରେ ଆଉ ଖେଲିବାରେ ସେହି ଯୋଶ ନାହିଁ । ସେଥିପାଇଁ, ମୁଁ ମୋର ଅବସର ଘୋଷଣା କରୁଛି’ । ସେ ଆହୁରି ମଧ୍ୟ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ‘ ଏହା ବାସ୍ତବତା ଯାହା ମୋତେ ଗ୍ରହଣ କରିବାକୁ ପଡିବ । ଯଦିଓ ଏହା ହଠାତ୍ ମନେହୁଏ, ସେଥିପାଇଁ ମୁଁ ଆଜି ଏହା ଘୋଷଣା କରୁଛି । ମୋର ସମୟ ଅଛି । ମୋ ପାଇଁ କ୍ରିକେଟ୍ ଅଛି । ସେ ଆଇପିଏ ହେଉ ଅବା ଦେଶ ପାଇଁ ସବୁ ଖେଳ ମୋତେ କଳ୍ପନା ଯୋଗ୍ୟ ଅନୁଭୂତି ଏବଂ ସୁଯୋଗ ଦେଇଛି । ସେଥିପାଇଁ ମୁଁ ସର୍ବଦା କୃତଜ୍ଞ ରହିବ ।