FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. କ୍ରିକେଟକୁ ବାଏ ବାଏ କରିବେ ଅଲରାଉଣ୍ଡର ବ୍ରାଭୋ

କ୍ରିକେଟକୁ ବାଏ ବାଏ କରିବେ ଅଲରାଉଣ୍ଡର ବ୍ରାଭୋ

କ୍ରିକେଟକୁ ବାଏ ବାଏ କରିବେ ଅଲରାଉଣ୍ଡର ବ୍ରାଭୋ
SHARE NOW :

(ଲାଇଭ ଓଡିଶା ନ୍ୟୁଜ): କ୍ରିକେଟ ଜଗତକୁ ବାଏ ବାଏ କରିବେ ଡ୍ୱେନ୍ ବ୍ରାଭୋ । ଏନେଇ ଘୋଷଣା କରିଛନ୍ତି ବ୍ରାଭୋ । ଚାଲୁଥିବା ଟି-୨୦ ବିଶ୍ୱକପ ପରେ କ୍ରିକେଟ ଜଗତରୁ ଅବସର ନେଇଯିବେ । ବିଶ୍ୱକପରୁ ୱେଷ୍ଟଇଣ୍ଡିଜ ବାହାରିଯିବା ପରେ ସେ ଏଭଳି ନିଷ୍ପତି ନେଇଛନ୍ତି । ଶେଷ ଲି ମ୍ୟାଚରେ ଶ୍ରୀଲଙ୍କା ଠାରୁ ହାରିବା ପରେ ଫେସବୁକ ଲାଇଭ ସୋରେ ପୂର୍ବ ଅଧିନାୟକ ଡେରେନ୍ ସାମି ଏବଂ କମେଣ୍ଟେଣ୍ଟର ଏଲେକ୍ସ ଜୋର୍ଡାନଙ୍କ ସହିତ କଥାବର୍ତ୍ତା ହୋଇ କ୍ରିକେଟରୁ ସନ୍ନ୍ୟାସ ନେବା କଥା କହିଛନ୍ତି । ତେବେ ୧୮ବର୍ଷରୁ ଏପର୍ଯ୍ୟନ୍ତ ବ୍ରାଗୋ ୱେଷ୍ଟଇଣ୍ଡିଜ ତରଫରୁ ଖେଳିଆସୁଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ବ୍ରାଭୋ ଖେଳିବେ ଶେଷ ମ୍ୟାଚ । ସେ ତାଙ୍କ କ୍ରିକେଟ ଜୀବନିରେ ୪୦ଟି ୍ଣଙ୍କ୍ମୃ ଓ ୧୬୪ଟି ଦିନିିକିଆ ମ୍ୟାଚ ଖେଳିଛନ୍ତି । ଏହାସହିତ ୯୦ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ମଧ୍ୟ ଖେଲିଛନ୍ତି । ସମସ୍ତ ଫର୍ମାଟରେ ସେ ମୋଟ ୩୬୫ଟି ୱିକେଟ ନେଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts