FOLLOW US ON SOCIAL

  1. Home
  2. »
  3. ଖେଳ
  4. »
  5. ଅକ୍ଟୋବର ୧୭ରୁ ଆରମ୍ଭ ହେବ ଟି-୨୦ ବିଶ୍ଵ କପ୍

ଅକ୍ଟୋବର ୧୭ରୁ ଆରମ୍ଭ ହେବ ଟି-୨୦ ବିଶ୍ଵ କପ୍

ଅକ୍ଟୋବର ୧୭ରୁ ଆରମ୍ଭ ହେବ ଟି-୨୦ ବିଶ୍ଵ କପ୍
SHARE NOW :

ଦୁବାଇ(ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ଚଳିତ ଟି-୨୦ ବିଶ୍ଵ କପ୍ ୨୦୨୧ ଅକ୍ଟୋବର ୧୭ରୁ ଆରମ୍ଭ ହେବ। ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୪ ରେ ଖେଳାଯିବ। ୟୁଏଇ ଓ ଓମାନରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ। ଏହାର ଆୟୋଜନ ଅଧିକାର ବିସିସିଆଇ ପାଖରେ ରହିଛି। ମଙ୍ଗଳବାର ଏ ନେଇ ଘୋଷଣା କରିଛି ଆଇସିସି।

ପୂର୍ବରୁ ଟି-୨୦ ବିଶ୍ଵ କପ୍ ୟୁଏଇରେ ଆୟୋଜନ ହେବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା । ଆଇସିସି ମଙ୍ଗଳବାର ଏହାର ଆନୁଷ୍ଠାନିକ ଘୋଷଣା କରିଛି। ଟୁର୍ଣ୍ଣାମେଣ୍ଟ ୟୁଏଇର ଦୁବାଇ ଅନ୍ତରାଷ୍ଟ୍ରୀୟ ଷ୍ଟାଡିୟମ, ଆବୁଧାବି ଶେଖ ଜାୟଦ ଷ୍ଟାଡିୟମ, ସାରଜା ଷ୍ଟାଡିୟମ ଓ ଓମାନ କ୍ରିକେଟ୍ ଏକାଡେମୀ ଗ୍ରାଉଣ୍ଡରେ ଖେଳାଯିବ।

ଟି-୨୦ ବିଶ୍ଵ କପ୍ ୨୦୨୧ ପ୍ରଥମେ ଭାରତରେ ଆୟୋଜନ ହେବାର ଥିଲା। ହେଲେ କରୋନା ମହାମାରୀ କାରଣରୁ ଏହାକୁ ୟୁଏଇ ଓ ଓମାନ ସ୍ଥାନାନ୍ତର କରାଯାଇଛି। ୨୦୧୬ ପରେ ଏହା ପ୍ରଥମ ପୁରୁଷ ଟି-୨୦ ବିଶ୍ଵ କପ୍ ଖେଳାଯିବ। ଭାରତରେ ଖେଳାଯାଇଥିବା ୨୦୧୬ ଟି-୨୦ ବିଶ୍ଵକପ୍ ଫାଇନାଲ୍‌ରେ ଇଂଲଣ୍ଡକୁ ହରାଇ ଓ୍ଵେଷ୍ଟଇଣ୍ଡିଜ୍ ଚାମ୍ପିଅନ ହୋଇଥିଲା। ଏହା ପରେ ୨୦୨୦ ଟି-୨୦ ବିଶ୍ଵ କପ୍ ଅଷ୍ଟ୍ରେଲିଆରେ ଖେଳାଯିବାର ଥିଲା। କିନ୍ତୁ କୋଭିଡ୍-୧୯ ସଂକ୍ରମଣ କାରଣରୁ ଏହାକୁ ମଧ୍ୟ ସ୍ଥଗିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *

Related Posts