ପ୍ରଥମ ଟି-୨୦ ମ୍ୟାଚରେ ବିଜୟ ଭାରତ

SHARE NOW :
ଜୟପୁର(ଲାଇଭଓଡିଶା ବ୍ୟୁରୋ): ନିଜ ଘରୋଇ ମାଟିରେ ବିଜୟ ପ୍ରାପ୍ତ କଲା ଟିମ୍ ଇଣ୍ଡିଆ । ଗତ କାଲି ନ୍ୟୁଜଲ୍ୟାଣ୍ଡ ବିପକ୍ଷରେ ମ୍ୟାଚ ଖେଳି ବିଜୟ ପାଇଛି ଟିମ୍ ଇଣ୍ଡିଆ । ୧୬୫ ରନ୍ ହାସଲ କରି ଟି-୨୦ ମ୍ୟାଚ ଜିତି କ୍ରିକେଟ ପ୍ରେମିଙ୍କ ମନ ଜିତିଛି ଟିମ୍ ଭାରତ । ।ବିରାଟ କୋହଲି ଟି-୨୦ରୁ ଅଧିନାୟକ ପଦ ଛାଡିବା ପରେ ରୋହିତଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ଏହି ମ୍ୟାଚରେ ଟସ୍ ଜିତି ବୋଲିଂର ନିଷ୍ପତି ନେଇଥିଲା ଟିମ୍ ଇଣ୍ଡିଆ ।ଆଇପିଏଲରେ ଦମଦାର ପ୍ରଦର୍ଶନ ପରେ ଆଜି ଭାରତ ପାଇଁ ଡେବ୍ୟୁ କରିଥିଲେ ଅଲରାଉଣ୍ଡର ଭେଙ୍କଟେଶ ଆୟର ।
ଟି-୨୦ ବିଶ୍ବକପରେ ପରେ ଜାନୁଆରୀ ମାସରେ ହେବାକୁ ଯାଉଛି ଆଉ ଏକ ଆଇସିସି ଇଭେଣ୍ଟ । ଜାନୁଆରୀରେ ହେବାକୁ ଥିବା ଆଇସିସି ଅଣ୍ଡର-୧୯ ବିଶ୍ବକପର ତାରିଖ ଘୋଷଣା କରିଛି ଆଇସିସି । ୨୦୨୨ରେ ଓ୍ବେଷ୍ଟଇଣ୍ଡିଜରେ ଖେଳାଯିବ ଅଣ୍ଡର-୧୯ ବିଶ୍ବକପ । ଟିମ୍ ଇଣ୍ଡିଆର ଗ୍ରୁପ ମ୍ୟାଚ ଜାନୁଆରୀରୁ ଆରମ୍ଭ ହେବ । ୧୫ ଜାନୁଆରୀରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ଭେଟିବ । ସେହିପରି ଦ୍ବିତୀୟ ମ୍ୟାଚ ୧୯ ଜାନୁଆରୀରେ ଆର୍ୟଲାଣ୍ଡ ସହ ହେଉଥିବା ବେଳେ ଶେଷ ଗ୍ରୁପ୍ ମ୍ୟାଚ ୨୨ ଜାନୁଆରୀରେ ଉଗାଣ୍ଡା ସହ ଖେଳିବ ।ଓ୍ବେଷ୍ଟଇଣ୍ଡିଜରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଟିମ୍ ଭାଗ ନେବେ ଏବଂ ମୋଟ ୪୮ ମ୍ୟାଚ ଖେଳାଯିବ