FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଟି-୨୦ ବିଶ୍ୱକପ୍ ଜିତିବା ପରେ ଜୋତାରେ ମଦ ଢାଳି ପିଇଲେ କଙ୍ଗାରୁ ଦଳ

ଟି-୨୦ ବିଶ୍ୱକପ୍ ଜିତିବା ପରେ ଜୋତାରେ ମଦ ଢାଳି ପିଇଲେ କଙ୍ଗାରୁ ଦଳ

ଟି-୨୦ ବିଶ୍ୱକପ୍ ଜିତିବା ପରେ ଜୋତାରେ ମଦ ଢାଳି ପିଇଲେ କଙ୍ଗାରୁ ଦଳ
SHARE NOW :

ଲାଇଭ ଓଡିଶା ବ୍ୟୁରୋ: ଗୋଟିଏ ସେଲିବ୍ରେସନର ଭିଡିଓକୁ ନେଇ ଏବେ ସବୁଠି ଚର୍ଚ୍ଚା । ଜୋତାରେ ପିଇଲେ ବିଅର ୍ । ଭାଇରାଲ ହେଉଥିବା ଭିଡିଓଟି ହେଉଛି । ଅଷ୍ଟ୍ରେଲିଆ ଦଳଙ୍କର । ଟ-୨୦ ବିଶ୍ୱକପ୍ ଜିତିଲେ କଙ୍ଗାରୁ ବାହିନୀ । ୧୪ବର୍ଷ ପରେ ସେମାନେ ହାତେଇଚନ୍ତି ବିଶ୍ୱକପର ଟ୍ରଫି । ଯେଉଁଥିପାଇଁ ଖୁସୀରେ ମସଗୁଲ ଅଛନ୍ତି ଅଷ୍ଟ୍ରେଲିଆ ଦଳ । ଡ୍ରେସିଂ ରୁମରେ ଜବରଦସ୍ତ ସେଲିବ୍ରେସନ୍ କରିଥିଲେ । ଆଇସିସି ଅଷ୍ଟ୍ରେଲିଆର ସେଲିବ୍ରେସନର ଏହି ଭିଡିଓ ଟ୍ୱିଟ କରି ସେୟାର କରିଛି । ଭିଡିଓଟିରେ ଦେଖିବାକୁ ମିଳିଛନ୍ତି ମାଥ୍ୟୁ ଓ୍ୱାଡେ, ମାର୍କସ ଷ୍ଟୋଇନିସ୍ ନିଜ ପାଦରୁ ଜୋତା କାଢ଼ି ସେଥିରେ ବିଅର ଢାଳିଥିଲେ । ପରେ ପିଇ ଦେଇଥିଲେ । ଟ୍ରଫି ଆଗରେ ମନଖୋଲି ଡ୍ୟାନ୍ସ କରିଥିଲେ ସମସ୍ତ ଖେଳାଳି । ଜୋତାରେ ବିଅର ଢାଳି ପିଇବା ଅଷ୍ଟ୍ରେଲିଆ ଲୋକଙ୍କର ଏକ ପୁରୁଣା ପରମ୍ପରା । ଏହାକୁ ଶୁଇ ବୋଲି କୁହାଯାଏ । ଏଥିରେ ବିଶେଷ କରି ଜୋତାରେ ବିଅର ଢଳାଯାଇଥାଏ । ଗତକାଲି ଟି-ଟ୍ୱେଣ୍ଟି ବିଶ୍ୱକପରେ ନ୍ୟୁଜିଲାଣ୍ଡକୁ ୮ ଓ୍ୱିକେଟରେ ହରାଇ ପ୍ରଥମ ଥର ଚାମ୍ପିଅନ୍ ମୁକୁଟ ପିନ୍ଧିଛି ଅଷ୍ଟ୍ରେଲିଆ । ସେପଟେ ନ୍ୟୁଜିଲାଣ୍ଡକୁ ଲଗାତାର ତୃତୀୟ ବିଶ୍ୱକପ ଫାଇନାଲରେ ପରାଜୟର ସାମନା କରିବାକୁ ପଡ଼ିଛି ।

Leave a Reply

Your email address will not be published. Required fields are marked *

Related Posts