FOLLOW US ON SOCIAL

  1. Home
  2. »
  3. ଖେଳ
  4. »
  5. ଇଣ୍ଡିଆନ ପ୍ରିମିୟର ଲିଗ୍ ଖେଳିପାରନ୍ତି ଓଡିଆ ପୁଅ ଶୁଭ୍ରାଂଶୁ ସେନାପତି

ଇଣ୍ଡିଆନ ପ୍ରିମିୟର ଲିଗ୍ ଖେଳିପାରନ୍ତି ଓଡିଆ ପୁଅ ଶୁଭ୍ରାଂଶୁ ସେନାପତି

ଇଣ୍ଡିଆନ ପ୍ରିମିୟର ଲିଗ୍ ଖେଳିପାରନ୍ତି ଓଡିଆ ପୁଅ ଶୁଭ୍ରାଂଶୁ ସେନାପତି
SHARE NOW :

ଭୁବନେଶ୍ବର(ଲାଇଭ ଓଡିଶା ବ୍ୟୁରୋ) : ବିଶ୍ୱର ପ୍ରତ୍ୟେକଟି କ୍ଷେତ୍ରରେ ଓଡିଆଙ୍କ ସ୍ଥାନ ଦେଖିବାକୁ ମିଳେ । ଦେଶର ଅନେକ ଉଚ୍ଚପଦସ୍ଥ ଅଧିକାରୀ ଭାବେ ଓଡିଆ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ।ଏହାରି ଭିତରେ ଓଡିଶାକୁ ମିଳିଛି ଆଉ ଏକ ଖୁସି ଖବର । ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ଲିଗ୍ ଇଣ୍ଡିଆନ ପ୍ରିମିୟର ଲିଗ୍ ଖେଳିପାରନ୍ତି ଓଡିଆ ପୁଅ ଶୁଭ୍ରାଂଶୁ ସେନାପତି । ବିଜୟ ହଜାରେ ଟ୍ରଫିରେ ଦମଦାର ପ୍ରଦର୍ଶନ କରିବା ପରେ ଆଇପିଏଲରେ ନଜର ଆସିପାରନ୍ତି ଶୁଭ୍ରାଂଶୁ । ଆଇପିଏଲ ଇତିହାସର ସଫଳତମ ଟିମ୍ ଚେନ୍ନାଇ ସୁପର କିଙ୍ଗ୍ସକୁ ପସନ୍ଦ ଆସିଛି ଶୁଭ୍ରାଂଶୁଙ୍କ ବ୍ୟାଟିଂ । ଯାହା ଫଳରେ ଶୁଭ୍ରାଂଶୁ ସେନାପତିଙ୍କୁ ଟ୍ରାଏଲ ପାଇଁ ଡାକିଛି ସିଏସକେ । ଏନେଇ ଓଡ଼ିଶା କ୍ରିକେଟ ଆସୋସିଏସନ ଟ୍ୱିଟ୍ କରି ଏହି ସୂଚନା ଦେଇଛି ।ଚଳିତ ବିଜୟ ହଜାରେ ଟ୍ରଫିରେ ଓଡିଶାର ନେତୃତ୍ୱ ନେଉଥିବା ଶୁଭ୍ରାଂଶୁ ୭ ମ୍ୟାଚରେ ୨୭୫ ରନ ସଂଗ୍ରହ କରିଥିଲେ । ବିଜୟ ହଜାରେ ଟ୍ରଫିରେ ସେ ଆନ୍ଧ୍ରପ୍ରଦେଶ ବିପକ୍ଷରେ ଦମଦାର ଶତକ ମଧ୍ୟ ହାସଲ କରିଥିଲେ । ସେହିପରି ଶୁଭ୍ରାଂଶୁ ହିମାଚଳ ପ୍ରଦେଶ ଓ ବିଦର୍ଭ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ । ଶୁଭ୍ରାଂଶୁ ସେନାପତି ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ର ଗତ ସଂସ୍କରଣରେ ମଧ୍ୟ ଓଡ଼ିଶା ପାଇଁ ଭଲ ପ୍ରଦର୍ଶନ କରିଥିଲେ । ଗତ ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ରେ ସେ ପାଞ୍ଚ ମ୍ୟାଚରେ ୧୧୬.୯୪ ଷ୍ଟ୍ରାଇକ ରେଟରେ ୧୩୮ ରନ ସଂଗ୍ରହ କରିଥିଲେ । ଏ ପର୍ଯ୍ୟନ୍ତ ଶୁଭ୍ରାଂଶୁ ସେନାପତି ୨୬ଟି ଟି-୨୦ ମ୍ୟାଚ ଖେଳି ୬୩୭ ରନ ସଂଗ୍ରହ କରିଛନ୍ତି । ଯେଉଁଥିରେ ତିନୋଟି ଅର୍ଦ୍ଧଶତକ ସାମିଲ ଅଛି ।ତେଣୁ ଆଶା କରାଯାଉଛି ଆଗାମି ଇଣ୍ଡଆନ୍ ପ୍ରିମିୟର ଲିଗ୍ ଖେଳିପାରନ୍ତି ଶୁଭ୍ରାଂଶ ।

Leave a Reply

Your email address will not be published. Required fields are marked *

Related Posts