FOLLOW US ON SOCIAL

  1. Home
  2. »
  3. ଖେଳ
  4. »
  5. ଦଳ ସମ୍ଭାଳିବେ ରାହୁଲ ଓ ରୋହିତ

ଦଳ ସମ୍ଭାଳିବେ ରାହୁଲ ଓ ରୋହିତ

ଦଳ ସମ୍ଭାଳିବେ ରାହୁଲ ଓ ରୋହିତ
SHARE NOW :

ଜୟପୁର( ଲାଇଭଓଡିଶା ବ୍ୟୁରୋ ): ଭାରତ ନ୍ୟୁଜଲାଣ୍ଡ ମଧ୍ୟରେ ଆଜି ପ୍ରତମ ଟି-୨୦ ମ୍ୟାଚ । ଆଜି ଜୟପୁରରେ ମୁହାଁ ମୁହିଁ ହେବେ ଏହି ଦୁଇ ଟିମ୍ । ସଂନ୍ଧ୍ୟା ୭ଟାରେ ଜୟପୁରରେ ଏହି ଗିରିତ୍ତ୍ୱପୂର୍ଣ୍ଣ ମ୍ୟାଚ । ବହୁ ଦିନ ପରେ ଘରୋଇ ମାଟିରେ ମ୍ୟାଚ୍ ଖେଳିବାକୁ ଯାଉଛି ଟିମ୍ ଇଣ୍ଡିଆ । ଏଥି ପାଇଁ ସମସ୍ତ ଖେଳାଳି ବେଶ ଉତ୍ସାହିତ । ବିରାଟ କୋହଲୀଙ୍କ ଅବସର ପରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଟିମ୍ ।
ସେପଟେ ଓ୍ୱିଲିୟମସନ୍ଙ୍କ ବଦଳରେ ଟିମ୍ ସାଉଥୀ କିଓ୍ୱି ଦଳର ମଙ୍ଗ ସମ୍ଭାଳିବେ । । ଟି-୨୦ ବିଶ୍ୱକପ୍ରେ ନ୍ୟୁଜିଲାଣ୍ଡ ଫାଇନାଲରେ ପ୍ରବେଶ କରିଥିବାରୁ ଦଳର ମନୋବଳ ସୁଦୃଢ଼ ରହିଛି । ଅପରପକ୍ଷରେ ଭାରତ ସଦ୍ୟ ସମାପ୍ତ ଟି-୨୦ ବିଶ୍ୱକପରେ ନକଆଉଟ ରାଉଣ୍ଡରେ ପ୍ରବେଶ କରିବାରେ ବିଫଳ ହୋଇଥିଲା । ଏଭଳି ସ୍ଥିତିରେ ନ୍ୟୁଜିଲ୍ୟାଣ୍ଡ ଖେଳାଳିଙ୍କ ମନୋବଳ ଦୃଢ଼ ଥିଲେ ହେଁ, ଘରୋଇ ପରିବେଶ ବେଶ ଫାଇଦା ଉଠାଇବ ଟିମ୍ ଇଣ୍ଡିଆ ।
ଅନ୍ୟପକ୍ଷରେ ରାହୁଲ ଦ୍ରାବିଡ଼ ମଧ୍ୟ ଭାରତୀୟ ଦଳର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ଗ୍ରହଣ ଆଜି ଟିମ୍ ଇଣ୍ଡିଆ ତାଙ୍କ ତତ୍ତ୍ୱାବଧନରେ ପଡ଼ିଆକୁ ଓହ୍ଲାଇବ । ପୂର୍ବରୁ ଶ୍ରୀଲଙ୍କା ଗସ୍ତ ସମୟରେ ମଧ୍ୟ ଟିମ୍ ଇଣ୍ଡିଆର କୋଚ୍ ଦାୟିତ୍ୱ ତୁଲାଇଥିଲେ ରାହୁଲ । ଅଣ୍ଡର-୧୯ କ୍ରିକେଟ ବିଶ୍ୱକପ ବିଜୟୀ ଟିମ୍ର ମଧ୍ୟ ସେ କୋଚ୍ ଥିଲେ । ତାଙ୍କ ତତ୍ତ୍ୱାବଧନାରେ ଯୁବ କ୍ରିକେଟରମାନେ ବିଶ୍ୱକପ ହାତେଇପାରିଥିଲେ । ରାହିଲ ଓ ରୋହିତଙ୍କ ଖେଳ ନୀତି ଭାରତୀୟ କ୍ରିକେଟ ଟିମକୁ ନୂଆ ସୁଯୋଗ ଆଣିଦେବା ନେଇ ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *

Related Posts