FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଟି-୨୦ ବିଶ୍ୱକପ୍‌: ଆଜି ସ୍କଟ୍‌ଲ୍ୟାଣ୍ଡକୁ ଭେଟିବେ ବିରାଟ ବାହିନୀ

ଟି-୨୦ ବିଶ୍ୱକପ୍‌: ଆଜି ସ୍କଟ୍‌ଲ୍ୟାଣ୍ଡକୁ ଭେଟିବେ ବିରାଟ ବାହିନୀ

ଟି-୨୦ ବିଶ୍ୱକପ୍‌: ଆଜି ସ୍କଟ୍‌ଲ୍ୟାଣ୍ଡକୁ ଭେଟିବେ ବିରାଟ ବାହିନୀ
SHARE NOW :

( ଲାଇଭ ଓଡିଶା ନ୍ୟୁଜ): କର ବା ମର ପରିସ୍ଥିତିରେ ଭାରତୀୟ ଦଳ । ଯଦି ବିଜୟ ତାହାଲେ ଫାଇନାଲକୁ ଏଣ୍ଟ୍ରି ନହଲେ ଘରକୁ ରିଟର୍ଣ୍ଣ । ଏହି ପରିସ୍ଥିତିରେ ଆଜି ସ୍କଙ୍କଲ୍ୟାଣ୍ଡକୁ ଭେଟିବ ଭାରତ । ମ୍ୟାଚଟି ଦୁବାଇରେ ଖେଳାଯିବାକୁ ଥିବା ବେଳେ ସଂଧ୍ୟା ୭ଟାରେ ମ୍ୟାଚ ଆରମ୍ଭ ହେବ । ଯଦି ଏଥର ମ୍ୟାଚରେ ଇତ୍ପିୟା ହାରିଯିବ ତାହାଲେ ଆଶା ମଉଳି ଯିବ । କାରଣ ରେସ୍ ପାଇଁ ଭାରତର ସମ୍ଭାବନା ବହୁତ କମ୍ ରହିଛି । ଅପରପକ୍ଷରେ ଆଫଗାନିସ୍ତାନକୁ ୬୬ ରନରେ ପରାସ୍ତ କରିବା ପରେ ଟିମ୍ ଇଣ୍ଡିଆର ମନୋବଳ ବଢିଛି । କାରଣ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ଠାରୁ ପରାଜୟ ନିରାଶ ହୋଇ ପଡିଥିଲେ ବିରାଟ ବାହିନୀ । ନେଟ୍ ରନ୍ ରେଟ୍ ସୁଧାରିବା ପାଇଁ ଆଜିର ମ୍ୟାଚକୁ ବଡ ବ୍ୟବଧାନରେ ଜିତିବା ଲକ୍ଷ୍ୟ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ପ୍ରଥମ ୨ ଟି ମ୍ୟାଚ୍ ଭାରତ ହାରିବା ଫଳରେ ରନ୍ ରେଟ୍ ବହୁତ ତଳ ଖସିଯାଇଥିଲା।ତେବେ ଆଫଗାନିସ୍ତାନ ବିପକ୍ଷରେ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ।ବଡ଼ ବ୍ୟବଧାନରେ ବିଜୟ ଫଳ ଭାରତ ରନ୍ ରେଟ୍ରେ ସୁଧାର ଆସିଲା। ଆଗକୁ ସମସ୍ତ ମ୍ୟାଚ୍ ଭାରତ ପାଇଁ କର ବା ମର ସ୍ଥିତି ରହିଛି। ପାକିସ୍ତାନ ଲଗାତାର ଭାବେ ୪ଟି ମ୍ୟାଚ୍ରେ ବିଜୟ ଫଳରେ ସେମିଫାଇନାଲରେ ପହଞ୍ଚିଥିବା ବେଳେ ଗ୍ରୁପ୍ ୨ରେ ଯୋଗ୍ୟତା ଅର୍ଜନ କରିବାକୁ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଦୃଢ଼ ପ୍ରତିଯୋଗୀ ଦଳ। ଯଦି ନ୍ୟୁଜିଲ୍ୟାଣ୍ଡ ନାମିବିୟା କିମ୍ବା ଆଫଗାନିସ୍ତାନକୁ ହରାଇବ ତେବେ ଭାରତର ସେମିରେ ଯିବାକୁ ଆଶା ବଢ଼ିଯିବ । ତେବେ ଭାରତୀୟ ଦଳ ସେମାନଙ୍କ ହାତରେ ଯାହା ଅଛି ତାହା ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ଏଭଳି ପରିସ୍ଥିତିରେ ବିରାଟ ବାହିନୀ ସ୍କଟଲ୍ୟାଣ୍ଡକୁ ବଡ଼ ବ୍ୟବଧାନରେ ପରାସ୍ତ କରିବାକୁ ଲକ୍ଷ୍ୟ ରଖି ମଇଦାନକୁ ଓହ୍ଲାଇବ ଟିମ୍।

Leave a Reply

Your email address will not be published. Required fields are marked *

Related Posts