FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଆଜି ଖେଳାଯିବ ଟି-୨୦ର ଅନ୍ତିମ ମ୍ୟାଚ

ଆଜି ଖେଳାଯିବ ଟି-୨୦ର ଅନ୍ତିମ ମ୍ୟାଚ

ଆଜି ଖେଳାଯିବ ଟି-୨୦ର ଅନ୍ତିମ ମ୍ୟାଚ
SHARE NOW :

ଲାଇଭ ଓଡିଶା ବ୍ୟୁରୋ: ଆଜି ଅନ୍ତିମ ଟି-୨୦ ମ୍ୟାଚରେ ଭାରତକୁ ଭେଟିବ ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ଟି-୨୦ ଅନ୍ତର୍ଜାତୀୟ ଶୃଙ୍ଖଳାର ୩ୟ ତଥା ଅନ୍ତିମ ମ୍ୟାଚ୍ ଖେଳିବ। ପୂର୍ବରୁ ଭାରତୀୟ ଦଳ ଚଳିତ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ଥିବା ବେଳ ଶେଷ ମ୍ୟାଚ୍କୁ ଜିତିବାକୁ ଉଦ୍ୟମ କରିବ। ଅପରପକ୍ଷେ ନ୍ୟୁଜିଲାଣ୍ଡ ଆତ୍ମସମ୍ମାନ ପାଇଁ ଶେଷ ମୁକାବିଲାକୁ ହାତେଇବାକୁ ଚାହିଁବ। ରାତି ୭ଟାରେ ଏହି ମ୍ୟାଚ୍ କୋଲକାତାର ଇର୍ଡେନ ଗାର୍ଡେନରେ ଖେଳାଯିବ। ଭାରତ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୫ ୱିକେଟ୍ରେ ପରାସ୍ତ କରିଥିବା ବେଳେ ୨ୟ ମ୍ୟାଚରେ ୭ ୱିକେଟ୍ରେ ହରାଇଥିଲା। ତେଣୁ ଅଧିନାୟକ ରୋହିତ ଶର୍ମାଙ୍କ ଦଳର ମନୋବଳ ବଢ଼ିଯାଇଛି।

Leave a Reply

Your email address will not be published. Required fields are marked *

Related Posts